bharat jodo yatra: ଲୁହା କ୍ୟାବିନରେ ଦେଶ ବୁଲୁଛନ୍ତି ରାହୁଲ, ଜାଣନ୍ତୁ କଣ ସବୁ ରହିଛି ସୁବିଧା
Advertisement
Article Detail0/zeeodisha/odisha1344080

bharat jodo yatra: ଲୁହା କ୍ୟାବିନରେ ଦେଶ ବୁଲୁଛନ୍ତି ରାହୁଲ, ଜାଣନ୍ତୁ କଣ ସବୁ ରହିଛି ସୁବିଧା

ଭାରତ ଯୋଡ଼ୋ ଯାତ୍ରାରେ ରାହୁଲ ଗାନ୍ଧୀ ଓ ଅନ୍ୟ ୧୨୦ ଜଣ କଂଗ୍ରେସୀ ନେତା ଏହି ଭାରତ ଯୋଡ଼ୋ କାର୍ଯ୍ୟରେ ସାମିଲ ହୋଇଛନ୍ତି। 

bharat jodo yatra: ଲୁହା କ୍ୟାବିନରେ ଦେଶ ବୁଲୁଛନ୍ତି ରାହୁଲ, ଜାଣନ୍ତୁ କଣ ସବୁ ରହିଛି ସୁବିଧା

Bharat Jodo yatra: ନୂଆଦିଲ୍ଲୀ: ତାମିଲନାଡ଼ୁର (Tamilnadu) କନ୍ୟାକୁମାରୀରୁ (Kanyakumar) ଭାରତ ଯୋଡ଼ୋ (Bharat Jodo) କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀରେ (Rahul Gandhi) ପଦଯାତ୍ରା କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ୧୦୦ରୁ ଊର୍ଦ୍ଧ୍ୱ କଂଗ୍ରେସ (Congress) ନେତା ସାମିଲ ହୋଇଛନ୍ତି। ତେବେ ଏହି ପଦଯାତ୍ରା ପାଖାପାଖି ୧୫୦ ଦିନ ପର୍ଯ୍ୟନ୍ତ ଜାରି ରହିବ। ୧୫୦ ଦିନ ପରେ କଶ୍ମୀରରେ ଏହି ପଦଯାତ୍ରା ଶେଷ ହେବ। ଏହି ଯାତ୍ରା ସମୟରେ ରାହୁଲ ଗାନ୍ଧୀ (Rahul Gandhi) ଓ ଅନ୍ୟାନ୍ୟ କଂଗ୍ରେସ (Congress) ନେତା ମୋଟ ୧୨ଟି ରାଜ୍ୟ ଦେଇ ଅତିକ୍ରମ କରିବେ। ଏହି ପଦଯାତ୍ରା ସମୟରେ ରାହୁଲ ଗାନ୍ଧୀ, ଅନ୍ୟ କଂଗ୍ରେସ ନେତା, ସୁରକ୍ଷା କର୍ମୀଙ୍କ ରହଣୀ ପାଇଁ ପାଖାପାଖି ୬୦ଟି କଣ୍ଟେନରର ବ୍ୟବସ୍ଥା କରାଯାଇଛି। ତେବେ ଏହି କଣ୍ଟେନରକୁ ଆପଣ ଏକ ମିନି ଘର ବୋଲି କହିପାରିବେ। ତେବେ ଆଜି ଆପଣଙ୍କୁ କହିବୁ କି ସେହି ସବୁ ଘରେ କଣ ସବୁ ସୁବିଧା ରହିଛି। 

ଭାରତ ଯୋଡ଼ୋ ଯାତ୍ରାରେ ରାହୁଲ ଗାନ୍ଧୀ ଓ ଅନ୍ୟ ୧୨୦ ଜଣ କଂଗ୍ରେସୀ ନେତା ଏହି ଭାରତ ଯୋଡ଼ୋ କାର୍ଯ୍ୟରେ ସାମିଲ ହୋଇଛନ୍ତି। ତେବେ ଏହି ନେତାମାନଙ୍କ ପାଇଁ ୬୦ଟି ଶୀତତାପ ନିୟନ୍ତ୍ରିତ କଣ୍ଟେନରର ବ୍ୟବସ୍ଥା କରାଯାଇଛି। ଦୀର୍ଘ ୫ ମାସ ଧରି ଚାଲିଥିବା ଏହି ପଦଯାତ୍ରାରେ ନେତାଙ୍କୁ ସୁବିଧା ପାଇଁ ଏହି କଣ୍ଟେନରର ବ୍ୟବସ୍ଥା କରାଯାଇଛି। ବିଶେଷ କରି ରାହୁଲ ଗାନ୍ଧୀଙ୍କ ପାଇଁ କଣ୍ଟେନର ନମ୍ବର ୧କୁ ପ୍ରସ୍ତୁତ ରଖାଯାଇଛି। 

ସୂଚନାଯୋଗ୍ୟ ନେତା ଓ ସୁରକ୍ଷା କର୍ମୀଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଏହି କଣ୍ଟେନରକୁ ବିଭିନ୍ନ ରଙ୍ଗରେ ବିଭାଜିତ କରାଯାଇଛି। ୟେଲୋ, ବ୍ଲୁ, ରେଡ଼ ଓ ଅରେଞ୍ଜ ରଙ୍ଗରେ କଣ୍ଟେନରକୁ ବିଭାଜିତ କରାଯାଇଛି। ସେହିପରି ଗୋଲାପି ରଙ୍ଗର କଣ୍ଟେନର ଗୁଡ଼ିକ ମହିଳା ମାନଙ୍କ ପାଇଁ ରହିଛି। ୟେଲୋ ଜୋନରେ ରହିଥିବା କଣ୍ଟେନର ଗୁଡ଼ିକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି। ଏଗୁଡ଼ିକ ବେଶ ଖାଲ କଣ୍ଟେନର ରହିଛି। ୟେଲୋ ଜୋନ କଣ୍ଟେନର ୧ ନମ୍ବର ରାହୁଲ ଗାନ୍ଧୀଙ୍କ ପାଇଁ ରହିଛି। ଏହି କଣ୍ଟେନରରେ ସୋଫା, ଡବଲ ବେଡ଼ ରହିଛି। ଏହା ବ୍ୟତୀତ ବେଡରୁମ ସଲଗ୍ନ ଗୋଟିଏ ବାଥରୁମ ମଧ୍ୟ ରହିଛି। ରାହୁଲ ଗାନ୍ଧୀଙ୍କ ସୁରକ୍ଷା କର୍ମୀଙ୍କ ପାଇଁ ଦୁଇ ନମ୍ବର କଣ୍ଟେନର ରହିଛି। 

ସେହିପରି ଆଉ ଗୋଟିଏ କଣ୍ଟେନରକୁ ଗୋଟିଏ କନଫରେନସ ହଲ ତଥା ମିଟିଂ ରୁମର ରୂପ ଦିଆଯାଇଛି। ଏହି ରୁମରେ ରଣନୀତି ଉପରେ ଆଲୋଚନା କରାଯିବ। ବ୍ଲୁଜୋନ କଣ୍ଟେନରରେ ଦୁଇଟି ଲେଖାଏଁ ବିଛଣା ସହିତ ଖଟ ରହିଛି। ଏହା ସହିତ ଗୋଟିଏ ଲେଖାଏଁ ଶୌଚାଳୟର ବ୍ୟବସ୍ଥା କରାଯାଇଛି। ସେହିପରି ରେଡ଼ ଓ ଅରେଞ୍ଜ ଜୋନରେ ବିନା ଶୌଚାଳୟରେ ୪ ଜଣ ଲେଖାଏଁ ରହିପାରିବେ। ଗୋଲାପି ରଙ୍ଗରେ ରଙ୍ଗାୟତ କଣ୍ଟେନରରେ ମହିଳା କର୍ମୀଙ୍କ ପାଇଁ ରହିଛି। ଏଥିରେ ଚାରିଟି ଲେଖାଏଁ ବେଡ଼ ରହିଛି। ଦୁଇଟି ତଳେ ଓ ଦୁଇଟି ଉପରେ ଅଂଶରେ ରହିଛି। ଏଥିରେ ଶୌଚାଳୟ ସଂଲଗ୍ନ ରହିଛି। ଯେଉଁ କଣ୍ଟେନରରେ ଶୌଚାଳୟ ରହିଛି ସେଥିରେ ଟି ଲେଖା ରହିଛି। ଏଥିରେ ମୋଟ ୭ଟି ଶୌଚାଳୟ ରହିଛି। ପାଞ୍ଚଟି ପୁରୁଷ ଓ ଦୁଇଟି ମହିଳାଙ୍କ ପାଇଁ ରହିଛି। ପ୍ରତ୍ୟେକ ଶିବିର ସ୍ଥଳରେ ଗୋଟିଏ ସାଧାରଣ ଭୋଜନାଳୟର ବ୍ୟବସ୍ଥା ମଧ୍ୟ କରାଯାଇଛି। 

ସେହିପରି ଏହି ୫ ମାସ କାଳ କଣ୍ଟେନରର ରକ୍ଷଣାବେକ୍ଷଣା ଦାୟିତ୍ୱ ପାଇଁ କିଛି କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଏମାନେ ସକାଳୁ ଉଠିବା ପରେ ବିଛଣା ଝାଡ଼ିବା, ପୁନର୍ବାର ବିଛଣା ପକାଇବା ଆଦି କାର୍ଯ୍ୟରେ ନିୟୋଜିତ ରହିଛନ୍ତି ଏହି ଦଳଟି। ସେହିପରି ଏଆଇସିସି ମହାସଚିବ ପ୍ରଭାରୀ ସଂଗଠନ ସି ବେଣୁଗୋପାଳ ଓ ଏଆଇସିସି ସଚିବ ଭଂଶୀ ଚନ୍ଦ ରେଡ୍ଡୀ କଣ୍ଟେନର ନମ୍ବର ୩ରେ ରହିବେ। ୪ ନମ୍ବର କଣ୍ଟେନରରେ ରାହୁଲଙ୍କ କର୍ମଚାରୀ ଅଳଙ୍କାର ସଓ୍ୱାଇ ଓ କେବି ବାୟଜୁ ରହିବେ। ଏଆଇସିସି ମହାସଚିବ ସଞ୍ଚାର ପ୍ରଭାରୀ ଜୟରାମ ରମେଶ ବ୍ଳୁ ରଙ୍ଗର କଣ୍ଟେନର ନମ୍ବର ୧୫ରେ ରହିବେ ବୋଲି ଜଣାପଡ଼ିଛି।