Nagpur: ଆରଏସଏସ ମୁଖ୍ୟାଳୟ ଘେରିବା ବେଳେ ୨୦୦ ଭାରତ ମୁକ୍ତି ମୋର୍ଚ୍ଚା କର୍ମକର୍ତ୍ତା ଅଟକ
Advertisement

Nagpur: ଆରଏସଏସ ମୁଖ୍ୟାଳୟ ଘେରିବା ବେଳେ ୨୦୦ ଭାରତ ମୁକ୍ତି ମୋର୍ଚ୍ଚା କର୍ମକର୍ତ୍ତା ଅଟକ

Bharat Mukti Morcha Protest: ଅକ୍ଟୋବର ୬ ତାରିଖରେ ଭାରତ ମୁକ୍ତି ମୋର୍ଚ୍ଚା ରାଲି ପାଇଁ ଅନୁମତି ମାଗିଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେମାନଙ୍କୁ ଅନୁମତି ଦେଇନଥିଲା ପୋଲିସ। 

Nagpur: ଆରଏସଏସ ମୁଖ୍ୟାଳୟ ଘେରିବା ବେଳେ ୨୦୦ ଭାରତ ମୁକ୍ତି ମୋର୍ଚ୍ଚା କର୍ମକର୍ତ୍ତା ଅଟକ

BMM Gherao RSS Headquarters: ଅକ୍ଟୋବର ୬ ତାରିଖ ଗୁରୁବାର ନାଗପୁରସ୍ଥିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମୁଖ୍ୟାଳୟ ଘେରିବାକୁ ଉଦ୍ୟମ କରିଛି ଭାରତ ମୁକ୍ତି ମୋର୍ଚ୍ଚା। ଏହି ଘଟଣାରେ ପୋଲିସ ସଙ୍ଗଠନର ୨ ଶହରୁ ଅଧିକ କର୍ମକର୍ତ୍ତାଙ୍କୁ ଅଟକ ରଖିଛି। ନାଗପୁର ଇନ୍ଦୋରା ଅଞ୍ଚଳରେ ପୋଲିସ ଭରତ ମୁକ୍ତି ମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ଅଟକାଇ ଦେଇଥିଲା। ବ୍ୟାକୱାର୍ଡ ଆଣ୍ଡ ମାଇନୋରିଟି କମ୍ୟୁନିଟି ଏମ୍ପ୍ଲଏଜ ଫେଡେରେସନ ବାମସେଫ ରାଷ୍ଟ୍ରୀୟ ଅଧ୍ୟକ୍ଷ ବାମନ ମେଶ୍ରାମଙ୍କ ନେତୃତ୍ୱରେ ସଙ୍ଗଠନ ଗୁରୁବାର ନାଗପୁରସ୍ଥିତ ସଂଘ ମୁଖ୍ୟାଳୟ ଘେରିବାକୁ ଚେତାବନୀ ଦେଇଥିଲା। 

ଏନେଇ ଭାରତ ମୁକ୍ତି ମୋର୍ଚ୍ଚା (Bharat Mukti Morcha) ବିଏମମ (BMM) କହିଛି ଯେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (Rashtriya Swayamsevak Sangh) ଆରଏସଏସ (RSS) ହେଉଛି ସାମ୍ବିଧାନିକ ବିରୋଧୀ। ସମ୍ବିଧାନର ସୁରକ୍ଷା ତଥା ଦେଶର ମୂଳନିବାସୀଙ୍କ ମୌଳିକ ଅଧିକାର ବଞ୍ଚାଇବାକୁ ଯାଇ ନାଗପୁରସ୍ଥିତ ସଂଘ ମୁଖ୍ୟାଳୟ (Nagpur RSS Headquarter) ଠାରେ ଆନ୍ଦୋଳନ କରିବା ସହ ଚେତାବନୀ ଦେବା ଆବଶ୍ୟକ। ଅକ୍ଟୋବର ୬ ତାରିଖ ଗୁରୁବାର ନାଗପୁର ବେଜନବାଗ ଏବଂ ଇନ୍ଦୋରା ଅଞ୍ଚଳରୁ ମୋର୍ଚ୍ଚା ମହାଲ ଅଞ୍ଚଳରେ ସଂଘ ମୁଖ୍ୟାଳୟ ପର୍ଯ୍ୟନ୍ତ ଯିବାର ଥିଲା। ହେଲେ ପୋଲିସ ଏହି ଆନ୍ଦୋଳନକୁ ବନ୍ଦ କରିଦେଇଛି।

ନାଗପୁର ଠାରେ ରାଲି ଆୟୋଜନ କରିବାକୁ ଭାରତ ମୁକ୍ତି ମୋର୍ଚ୍ଚାକୁ ଅନୁମତି ଦେଇନାହିଁ ପୋଲିସ (Maharashtra Police)। ଏହା ପରେ ମୋର୍ଚ୍ଚା କର୍ମକର୍ତ୍ତା ବମ୍ବେ ହାଇକୋର୍ଟ (Bombay High Court) ନାଗପୁର ବେଞ୍ଚ (Nagpur Bench) ଠାରେ ଆବେଦନ କରିଥିଲେ। ଅକ୍ଟୋବର ୬ ତାରିଖରେ ଆନ୍ଦୋଳନ କରିବା ପରିବର୍ତ୍ତେ ପୋଲିସ ଅନୁମତି ନେଇ ଅନ୍ୟ କୌଣସି ଏକ ତାରିଖରେ ଆନ୍ଦୋଳନ କରିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି।

Also Read: 25th May Bharat Band 2022: ଆସନ୍ତାକାଲି ଦିନିକିଆ ଭାରତ ବନ୍ଦ ଡାକରା ଦେଲା ବାମସେଫ

 

ହେଲେ ଅକ୍ଟୋବର ୬ ତାରିଖ ଗୁରୁବାର ଭାରତ ମୁକ୍ତି ମୋର୍ଚ୍ଚା କର୍ମକର୍ତ୍ତା ଆନ୍ଦୋଳନ କରିବା ସହ ଆରଏସଏସ ମୁଖ୍ୟାଳୟ ଆଡକୁ ରାଲି ନେବା ପାଇଁ ଆଗେଇ ଆସିଥିଲେ। ପୋଲିସ ମୋର୍ଚ୍ଚାର କର୍ମକର୍ତ୍ତାଙ୍କୁ ବୁଝାଇଇବା ପାଇଁ ଚେଷ୍ଟା କରିଥିଲା। ହେଲେ ଶହ ଶହ ଆନ୍ଦୋଳନକାରୀ ସେମାନଙ୍କ ଜିଦରେ ଅଟଳ ରହିଥିଲେ। ଏହା ପରେ ପୋଲିସ ଭାରତ ମୁକ୍ତି ମୋର୍ଚ୍ଚା କର୍ମକର୍ତ୍ତ ତଥା ଆନ୍ଦୋଳନକାରୀଙ୍କୁ ଧରପଗଡ଼ କରିବା ଆରମ୍ଭ କରିଛି।

ଅକ୍ଟୋବର ୬ ତାରିଖରେ ଭାରତ ମୁକ୍ତି ମୋର୍ଚ୍ଚା ରାଲି ପାଇଁ ଅନୁମତି ମାଗିଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେ ସେମାନଙ୍କୁ ଅନୁମତି ଦେଇନାହୁଁ। ଯେହେତୁ ସେମାନଙ୍କ କର୍ମକର୍ତ୍ତା ସହଯୋଗ କରିନଥିଲେ, ସେଥିପାଇଁ ଆମେ ଜରିପାଟକା ଏବଂ ପଞ୍ଚପାଓଲି ଅଞ୍ଚଳରେ CrPC ୧୪୪ ଧାରା ଲଗାଇ ଦେବା ସହ ମୋର୍ଚ୍ଚାର କେତେକ କର୍ମକର୍ତ୍ତାଙ୍କୁ ଗିରଫ କରିଛନ୍ତି ନାଗପୁର ପୋଲିସ କମିଶନର (Nagpur Police Commissioner)।