25th May Bharat Band 2022: ଆସନ୍ତାକାଲି ଦିନିକିଆ ଭାରତ ବନ୍ଦ ଡାକରା ଦେଲା ବାମସେଫ୍
Advertisement
Article Detail0/zeeodisha/odisha1195105

25th May Bharat Band 2022: ଆସନ୍ତାକାଲି ଦିନିକିଆ ଭାରତ ବନ୍ଦ ଡାକରା ଦେଲା ବାମସେଫ୍

25th May Bharat Band 2022: ନିର୍ବାଚନରେ ଇଭିଏମ ବ୍ୟବହାରକୁ ଏବଂ ଘରୋଇ କ୍ଷେତ୍ରରେ ପଛୁଆବର୍ଗ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ଆରକ୍ଷଣ ସୁବିଧା ପ୍ରଦାନ କରିବା ଦାବିରେ ଦୀର୍ଘ ଦିନ ଧରି ଆନ୍ଦୋଳନ ଚଲାଇ ଆସୁଛି ବାମସେଫ।

ଫଟୋ ସୌଜନ୍ୟ: ଟ୍ୱିଟର@PankajPkbk

Bharat Bandh by BAMCEF: ମେ ୨୫ ତାରିଖ ବୁଧବାର ଆସନ୍ତକାଲି ଦିନିକିଆ ଭାରତ ବନ୍ଦ ଡାକରା ଦେଇଛି ବ୍ୟାକୱାର୍ଡ ଆଣ୍ଡ ମାଇନୋରିଟି କମ୍ୟୁନିଟି ଏମ୍ପ୍ଲଏଜ ଫେଡେରେସନ। ଏନେଇ ସଙ୍ଗଠନ ପକ୍ଷରୁ କୁହାଯାଇଛି କେନ୍ଦ୍ର ସରକାର ଦେଶରେ ଜାତିଭିତ୍ତିକ ଜନଗଣନା କରୁନାହାଁନ୍ତି। ସଙ୍ଗଠନ ପକ୍ଷରୁ ବାରମ୍ବାର ଇଭିଏମ ପ୍ରସଙ୍ଗ ଉଠାଯାଉଛି। ଘରୋଇ କ୍ଷେତ୍ରରେ ପଛୁଆବର୍ଗ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ଲାଗି କୌଣସି ଆରକ୍ଷଣ ସୁବିଧା ନାହିଁ।    

ନିର୍ବାଚନରେ ଇଭିଏମ ବ୍ୟବହାରକୁ ଏବଂ ଘରୋଇ କ୍ଷେତ୍ରରେ ପଛୁଆବର୍ଗ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ଆରକ୍ଷଣ ସୁବିଧା ପ୍ରଦାନ କରିବା ଦାବିରେ ଦୀର୍ଘ ଦିନ ଧରି ଆନ୍ଦୋଳନ ଚଲାଇ ଆସୁଛି ବ୍ୟାକୱାର୍ଡ ଆଣ୍ଡ ମାଇନୋରିଟି କମ୍ୟୁନିଟି ଏମ୍ପ୍ଲଏଜ ଫେଡେରେସନ (Backward And Minority Communities Employees Federation) ବାମସେଫ (BAMCEF)। ମେ ୨୫ ତାରିଖ ବୁଧବାର ବାମସେଫ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ସମର୍ଥନ ଜଣାଇଛି ବହୁଜନ କ୍ରାନ୍ତି ମୋର୍ଚ୍ଚା (Bahujan Kranti Morcha) ଆବାହକ ବାମନ ମେଶ୍ରାମ (Waman Meshram)। 

କେଉଁ ଦାବି ପୂରଣ ଲାଗି ଭାରତ ବନ୍ଦ ଡାକରା ଦେଇଛି ବାମସେଫ ସଙ୍ଗଠନ

  • ଦେଶରେ ଜାତି ଭିତ୍ତିକ ଜନଗଣନା କରିବା 
  • ନିର୍ବାଚନରେ ଇଭିଏମ ବ୍ୟବହାର ବନ୍ଦ କରିବା
  • ଘରୋଇ କ୍ଷେତ୍ରରେ ପଛୁଆବର୍ଗ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ଲାଗି କୌଣସି ଆରକ୍ଷଣ ସୁବିଧା ପ୍ରଦାନ କରିବା
  • ମଧ୍ୟ ପ୍ରଦେଶ ଏବଂ ଓଡ଼ିଶା ଆଦି ରାଜ୍ୟରେ ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗକୁ ଆରକ୍ଷଣ ସୁବିଧା ପ୍ରଦାନ କରିବା  
  • କୃଷକଙ୍କ ଲାଗି ଏମଏସପି ଉପରେ ଆଇନ ପ୍ରଣୟନ କରିବା 
  • ଦେଶରେ NRC-CAA-NPR ଲାଗୁ ନ କରିବା
  • ପୁରୁଣା ପେନସେନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା
  • ପରିବେଶ ସୁରକ୍ଷା ଆଳରେ ଆଦିବାସୀ ଲୋକଙ୍କୁ ବିସ୍ଥାପିତ ନ କରିବା
  • କୋରୋନା ମହମାରୀ ଲାଗି ଲାଗୁ ହୋଇଥିବା ଲକ ଡାଉନ ସମୟରେ  ଗୁପ୍ତ ଭାବେ ପ୍ରଣୟନ କରାଯାଇଥିବା ଶ୍ରମ ଆଇନ ବିରୋଧରେ ଶ୍ରମିକଙ୍କୁ ସଂରକ୍ଷଣ ପ୍ରଦାନ କରିବା
  • କୋରନା ଟିକାକରଣକୁ ବାଧ୍ୟତାମୂଳକ ନ କରିବା