ନିରବ ମୋଦିଙ୍କ ଉପରେ ବଡ ଆକ୍ସନ, ଏହି ଦେଶରୁ ୨୫୩ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ED
Advertisement

ନିରବ ମୋଦିଙ୍କ ଉପରେ ବଡ ଆକ୍ସନ, ଏହି ଦେଶରୁ ୨୫୩ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ED

Nirav Modi Properties Seized: ନିରବ ମୋଦିଙ୍କ ସହ ଜଡିତ ଅନେକ ସମ୍ପତ୍ତିକୁ ED ଜବତ କରିଛି । ଏଥିରେ ବ୍ୟାଙ୍କରେ ହୀରା ଅଳଙ୍କାର ସହିତ ନଗଦ ଟଙ୍କା ମଧ୍ୟ ଅନ୍ତର୍ଭୁକ୍ତ । 

ନିରବ ମୋଦି (ଫାଇଲ ଫଟୋ)

ED Seized Nirav Modi Movable Properties: ବ୍ୟାଙ୍କରୁ ଠକେଇ କରି ଫେରାର ଥିବା ହୀରା ବ୍ୟବସାୟୀ ନିରବ ମୋଦିଙ୍କ (Nirav Modi) ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (Enforcement Directorate) ଏକ ବଡ ଆକ୍ସନ ନେଇଛି । ଏହି ସଂସ୍ଥା ହଂକଂ(Hong Kong)ରେ ନିରବ ମୋଦିଙ୍କ ୧୫୩.୬୨ କୋଟି ଟଙ୍କା ମୂଲ୍ୟର ଜବତ କରିଛି । ଏଥିରେ ହୀରା, ଅଳଙ୍କାର ଓ ବ୍ୟାଙ୍କ ଜମା ଅନ୍ତର୍ଭୁକ୍ତ । ଏଜେନ୍ସି କହିଛି ଯେ ଏପର୍ଯ୍ୟନ୍ତ ନୀରବ ମୋଦିଙ୍କ ତରଫରୁ ଠକେଇ ମାମଲାରେ ୨୬୫୦.୦୭ କୋଟି ଟଙ୍କା ସମ୍ପତ୍ତି ସଂପୃକ୍ତ ହୋଇଛି । ବର୍ତ୍ତମାନ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (Punjab National Bank) ସମେତ ଅନେକ ଆର୍ଥିକ ପ୍ରତିଷ୍ଠାନକୁ ଠକେଇ କରିଥିବା ନିରଭ ମୋଦି ବ୍ରିଟେନରେ ରହୁଛନ୍ତି । ତାଙ୍କ ପ୍ରତ୍ୟାର୍ପଣ ପାଇଁ ସରକାର ମଧ୍ୟ ଉଦ୍ୟମ କରିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଠୋସ୍ ସଫଳତା ହାସଲ କରାଯାଇ ନାହିଁ ।

ଜୁନ୍ ମାସର ଶେଷ ସପ୍ତାହରେ ତାଙ୍କ ପ୍ରତ୍ୟାର୍ପଣ ମାମଲାରେ ଆଉ ଏକ ଅଭିଯୋଗ ଦାୟର କରାଯାଇଛି । ଅକ୍ଟୋବରରେ କୋର୍ଟ ଏହି ମାମଲାର ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ନିରବ ମୋଦିଙ୍କ ପ୍ରତ୍ୟାର୍ପଣ ପ୍ରସଙ୍ଗ ଅଧିକ ଜଟିଳ ହୋଇଛି । ନିରବ ମୋଦିଙ୍କ ଓକିଲ କୋର୍ଟଙ୍କୁ କହିଛନ୍ତି ଯେ ଯଦି ତାଙ୍କୁ ପ୍ରତ୍ୟାର୍ପଣ କରାଯାଏ ତେବେ ସେ ଆତ୍ମହତ୍ୟା କରିପାରନ୍ତି । ଏପରି ପରିସ୍ଥିତିରେ ତାଙ୍କୁ ପ୍ରତ୍ୟାର୍ପଣ କରିବା ଭୁଲ ହେବ ।

କେବଳ ଏତିକି ନୁହେଁ, ନୀରବ ମୋଦି କହିଛନ୍ତି ଯେ ଭାରତର ଜେଲରେ ତାଙ୍କୁ ବହୁତ ଖରାପ ଅବସ୍ଥାରେ ରହିବାକୁ ପଡ଼ିବ । ଏହି ସମୟରେ, ଇଡିର ଏହି ଆକ୍ସନ ନିରବ ମୋଦିଙ୍କୁ ଉପରେ ନିଶ୍ଚିତ ଭାବେ ଏକ ଝଟକା ଦେଇଛି । ସୂଚନାଯୋଗ୍ୟ ଯେ ମଦ ବ୍ୟବସାୟୀ ବିଜୟ ମାଲ୍ୟା, ହୀରା ବ୍ୟବସାୟୀ ମେହୁଲ ଚୋକସି ଓ ନିରଭ ମୋଦି ଠକେଇ କରି ଦେଶ ଛାଡି ପଳାଇବା ଯୋଗୁଁ ବର୍ତ୍ତମାନ ସରକାର ବିରୋଧୀ ଟାର୍ଗେଟର ସମ୍ମୁଖୀନ ହେଉଛନ୍ତି ।

ବ୍ରିଟେନର ଜେଲରେ ଅଛନ୍ତି ନୀରବ ମୋଦି

୫୦ ବର୍ଷୀୟ ନିରଭ ମୋଦି ବର୍ତ୍ତମାନ ବ୍ରିଟେନର ଏକ ଜେଲରେ ଅଛନ୍ତି । ଇଡି ଅନୁଯାୟୀ, ମନି ଲଣ୍ଡରିଂ ଆକ୍ଟ, ୨୦୦୨ (PMLA) ଅଧୀନରେ ଏକ ECIR ପଞ୍ଜିକରଣ କରି PNB ବ୍ୟାଙ୍କ ଠକେଇ ମାମଲାରେ, ୬,୪୯୮.୨୦ କୋଟି ମାମଲାରେ ଏହା ତଦନ୍ତ ଆରମ୍ଭ କରିଛି ।

ଏହା ବି ପଢ଼ନ୍ତୁ: ଶାରୀରିକ ସମ୍ପର୍କ ମାଧ୍ୟମରେ ବିସ୍ତାର କରୁଛି ମଙ୍କିପକ୍ସ? ଗବେଷଣାରେ ହେଲା ବଡ଼ ଖୁଲାସା

ଏହା ବି ପଢ଼ନ୍ତୁ: ମୁର୍ମୁ ଏହି ତିନୋଟି ରାଜ୍ୟରେ କରିଛନ୍ତି କ୍ଲିନ୍ ସୁଇପ୍, ଖାତା ମଧ୍ୟ ଖୋଲିପାରି ନାହାଁନ୍ତି ସିହ୍ନା