Biggest train accident in India: ୧୯୮୧ ମସିହାରେ ଏପରି ଘଟିଥିଲା ଦେଶର ପ୍ରଥମ ଓ ବିଶ୍ବର ଦ୍ବିତୀୟ ବୃହତ ଟ୍ରେନ୍ ଦୁର୍ଘଟଣା
Advertisement

Biggest train accident in India: ୧୯୮୧ ମସିହାରେ ଏପରି ଘଟିଥିଲା ଦେଶର ପ୍ରଥମ ଓ ବିଶ୍ବର ଦ୍ବିତୀୟ ବୃହତ ଟ୍ରେନ୍ ଦୁର୍ଘଟଣା

India biggest train accident:  ଭାରତୀୟ ରେଳ ଇତିହାସରେ ୧୬୬ ବର୍ଷ ପରେ ୨୦୧୯ ମସିହା ଏପରି ଏକ ବର୍ଷ ଥିଲା ଯେଉଁ ବର୍ଷ ଟ୍ରେନ୍ ଦୁର୍ଘଟଣାରେ ଜଣେ ବ୍ୟକ୍ତି ମଧ୍ଯ ପ୍ରାଣ ହରାଇ ନଥିଲେ। କିନ୍ତୁ, ଏକଦା ଏଭଳି ଟ୍ରେନ୍ ଦୁର୍ଘଟଣା ଘଟିଥିଲା, ଯାହା କେବଳ ଦେଶ ନୁହେଁ ସମଗ୍ର ବିଶ୍ୱକୁ ଥରାଇ ଦେଇଥିଲା ।

ସୌ(ସୋସିଆଲ ମିଡିଆ)

Bagmati River Train Accident: ଭାରତରେ ରେଳ ଦୁର୍ଘଟଣାରେ ପ୍ରତିବର୍ଷ ଅନେକ ଲୋକ ପ୍ରାଣ ହରାଇଥାଆନ୍ତି । ଗତ କିଛି ବର୍ଷ ରେଳ ଦୁର୍ଘଟଣା ସାମାନ୍ୟ ହ୍ରାସ ପାଇଥିବା ବେଳେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ମଧ୍ଯ ଯଥେଷ୍ଟ ହ୍ରାସ ପାଇଛି। ଟ୍ରେନରେ ବୈଷୟିକ ତ୍ରୁଟି, ଖରାପ ମେସିନ୍, ଅସାବଧାନ ବଶତଃ ଅନେକ ସମୟରେ ଟ୍ରେନ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଥାଏ । ସରକାରୀ ସୂଚନା ଅନୁଯାୟୀ, ଭାରତୀୟ ରେଳ ଇତିହାସରେ ୧୬୬ ବର୍ଷ ପରେ ୨୦୧୯ ମସିହା ଏପରି ଏକ ବର୍ଷ ଥିଲା ଯେଉଁ ବର୍ଷ ଟ୍ରେନ୍ ଦୁର୍ଘଟଣାରେ ଜଣେ ବ୍ୟକ୍ତି ମଧ୍ଯ ପ୍ରାଣ ହରାଇ ନଥିଲେ। କିନ୍ତୁ, ଏକଦା ଏଭଳି ଟ୍ରେନ୍ ଦୁର୍ଘଟଣା ଘଟିଥିଲା, ଯାହା କେବଳ ଦେଶ ନୁହେଁ ସମଗ୍ର ବିଶ୍ୱକୁ ଥରାଇ ଦେଇଥିଲା ।

ଏହିପରି ହୋଇଥିଲା ଟ୍ରେନ ଦୁର୍ଘଟଣା

୧୯୮୧ ମସିହା ଜୁନ୍ ମାସ ୬ ତାରିଖ ସଂଧ୍ଯା ସମୟରେ ଏକ ଟ୍ରେନଟି ବଦଲା ଘାଟ ଓ ଧାମରା ଘାଟ ଷ୍ଟେସନ ମଧ୍ୟରେ ଥିବା ବାଗମତି ନଦୀ ଉପରେ ନିର୍ମିତ ବ୍ରିଜ ନମ୍ବର -୫୧ ଦେଇ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ଟ୍ରେନର ୭ଟି ବଗି ସଂପୂର୍ଣ୍ଣ ଅଲଗା ହୋଇ ନଦୀ ମଧ୍ଯକୁ ଖସିପଡ଼ିଥିଲା । ବର୍ଷା ଦିନ ଥିବାରୁ ବାଗମତି ନଦୀର ଜଳ ସ୍ତର ମଧ୍ୟ ଅଧିକ ରହିଥିଲା, ଆଖି ପିଛୁଳାକେ ଟ୍ରେନଟି ନଦୀରେ ଲୀନ ହୋଇଯାଇଥିଲା । ଟ୍ରେନର ୭ଟି ବଗିରେ ଥିବା ଯାତ୍ରୀଙ୍କୁ ବଞ୍ଚାଇବା ପାଇଁ ସେଠାରେ କେହି ନଥିଲେ। ନିକଟସ୍ଥ ଲୋକେ ଖବର ପାଇ ନଦୀ ନିକଟରେ ପହଞ୍ଚିବା ବେଳକୁ ପାଣିରେ ବୁଡ଼ି ଶହ ଶହ ଲୋକଙ୍କ ମୃତ୍ୟୁ ହୋଇସାରିଥିଲା।

ଭାରତର ସବୁଠାରୁ ବଡ଼ ଟ୍ରେନ୍ ଦୁର୍ଘଟଣା

ଏହି ଦୁର୍ଘଟଣାକୁ ଭାରତର ସବୁଠାରୁ ବଡ଼ (Biggest train accident in india) ଓ ବିଶ୍ୱର ଦ୍ୱିତୀୟ ବୃହତ୍ତ ରେଳ ଦୁର୍ଘଟଣା ବୋଲି କୁହାଯାଏ । ଏହି ଦୁର୍ଘଟଣା ପରେ ଅନେକ ଦିନ ଧରି ସର୍ଚ୍ଚ ଅପରେସନ୍ ଜାରି ରହିଥିଲା । ଦୀର୍ଘ ୫ ଦିନ ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ତେବେ ୨୦୦ରୁ ଅଧିକ ଲୋକଙ୍କ ମୃତଦେହ ନଦୀରୁ ଉଦ୍ଧାର କରାଯାଇଥିଲା । ସରକାରୀ ଆକଳନ ଅନୁଯାୟୀ, ଏହି ଦୁର୍ଘଟଣାରେ ପ୍ରାୟ ୩୦୦ ଯାତ୍ରୀ ପ୍ରାଣ କୁହାଯାଉଥିବାବେଳେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏଥିରେ ପ୍ରାୟ ୮୦୦ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଦୁର୍ଘଟଣାକୁ ନେଇ ରହିଥିଲା ଅନେକ କାରଣ

୧୯୮୧ ମସିହାରେ ଘଟିଥିବା ଏହି ଦୁର୍ଘଟଣାକୁ ନେଇ ଅନେକ କାରଣ ସାମ୍ନାକୁ ଆସିଥିଲା । କେହି କେହି ପ୍ରବଳ ଝଡ଼ ଯୋଗୁଁ, କେହି ନଦୀରେ ହଠାତ୍ ବନ୍ୟା ଯୋଗୁଁ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ କହିଥିଲେ । ଏହା ବ୍ୟତୀତ କିଛି ଲୋକ ଏହା ମଧ୍ୟ କହିଥିଲେ ଯେ, ବ୍ରିଜ ଉପରେ ଥିବା ଗାଇକୁ ବଞ୍ଚାଇବାକୁ ଯାଇ ଲୋକୋ ପାଇଲଟ୍ ହଠାତ୍ ବ୍ରେକ୍ ମାରିଥିଲେ ଏହି କାରଣରୁ ଶେଷ ୭ଟି ବଗି ଟ୍ରେନରୁ ଅଲଗା ହୋଇ ବ୍ରିଜ ଭାଙ୍ଗି ନଦୀକୁ ଖସିପଡ଼ିଥିଲା।

ସୂଚନା ଥାଉ କି, ବାଲେଶ୍ବର ବାହାନଗାରେ କରମଣ୍ଡଳ ଏକ୍ସପ୍ରେସର ଦୁର୍ଘଟଣାରେ(balasore train derailment accident) ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି।  ମୃତ୍ୟୁ ସଂଖ୍ୟା ୨୩୩ରେ ପହଞ୍ଚିଲା ବେଳେ ୯୦୦ରୁ ଅଧିକ ଆହତ ହୋଇଛନ୍ତି। ଏନେଇ SRC ପ୍ରତୀପ୍ତ ଜେନା ସୂଚନା ଦେଇଛନ୍ତି।  ଏହି ଦୁର୍ଘଟଣା ଓଡିଶା ଇତିହାସରେ ସବୁଠୁ ବଡ ହୋଇଥିବା ବେଳେ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ(Railway minister Ashwini Vaishnaw)। ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେପଟେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ରେଳ ମନ୍ତ୍ରୀ ଅଶ୍ବନୀ ବୈଷ୍ଣବ। ତେବେ ଏହି ଦୁର୍ଘଟଣା କାହିଁକି ଘଟିଲା ଏଥିପାଇଁ କିଏ ଦାୟୀ, ଏହାର ତଦନ୍ତ କରିବା ପାଇଁ ତଦନ୍ତ ନିର୍ଦେଶ ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଅନ୍ୟପକ୍ଷରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (cm naveen patnaik) ଦିନିକିଆ ଶୋକ ଘୋଷଣା କରିଛନ୍ତି। ଜୁନ୍  ୩ରେ ରାଜ୍ୟରେ କୌଣସି ପ୍ରକାର ପର୍ବ ପାଳନ କରାଯିବ ନାହିଁ । 

Also Read-Coromandel Train Accident: ୨୩୩କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା, ଦୁର୍ଘଟଣା ପରେ ଅନେକ ଟ୍ରେନ ବାତିଲ