Coromandel Train Accident: ୨୩୩କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା, ଦୁର୍ଘଟଣା ପରେ ଅନେକ ଟ୍ରେନ ବାତିଲ
Advertisement
Article Detail0/zeeodisha/odisha1722313

Coromandel Train Accident: ୨୩୩କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା, ଦୁର୍ଘଟଣା ପରେ ଅନେକ ଟ୍ରେନ ବାତିଲ

Coromandel Express Accident: ବାହାନଗା ଟ୍ରେନ ଟ୍ରାଜେଡ଼ିରେ ବଢିଲା ମୃତ୍ୟୁ ସଂଖ୍ୟା । ଏହି ଭୟଙ୍କର ଟ୍ରେନ ଦୁର୍ଘଟଣାରେ ବର୍ତ୍ତମାନ ୨୩୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ଦୁର୍ଘଟଣାରେ ୯୦୦ରୁ ଅଧିକ ଲୋକ ଆହତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ଛି । 

ସୌ(ସୋସିଆଲ ମିଡିଆ)

Coromandel Express Accident: ବାଲେଶ୍ବର ଜିଲ୍ଲା ବାହାନଗାରେ ଶୁକ୍ରବାର ଦିନ ଘଟିଥିବା ଛାତିଥରା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଏହି ଟ୍ରେନ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୩୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ସକାଳୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରୀ ବଢିପାରେ ବୋଲି ପ୍ରଦୀପ ଜେନା କହିଛନ୍ତି । ଦୁର୍ଘଟଣାରେ ୯୦୦ରୁ ଅଧିକ ଲୋକ ଆହତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ଛି । ଘଟଣାସ୍ଥଳରେ ଡିଜି ସୁଧାଂଶୁ ଷଡ଼ଙ୍ଗୀ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି । ଦୁର୍ଘଟଣା ପରଠାରୁ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ହସ୍ପିଟାଲରେ ଆହତଙ୍କୁ ଭର୍ତ୍ତି କରାଯାଉଥିବା ବେଳେ ମୃତକଙ୍କୁ ଗୋଟିଏ ସ୍ଥାନରେ ରଖାଯାଇଛି । ଶନିବାର ସକାଳ ୮ଟାରେ ମୁଖ୍ୟମନ୍ତ୍ରୀ ଘଟଣାସ୍ଥଳରେ ପହଁଞ୍ଚି ଘଟଣାର ସମୀକ୍ଷା କରିବା ନେଇ ସୂଚନା ରହିଛି । ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ୭ଟି ସ୍ସେଶାଲିଟି ହସ୍ପିଟାଲ ପ୍ରସ୍ତୁତ ରଖାଯାଇଛି । ଅନ୍ୟପଟେ ସାରା ରାଜ୍ୟରେ ଆଜି ଶୋକ ପାଳନ କରାଯିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ମୃତକଙ୍କ ପରିବାରଙ୍କୁ ୧୦ ଲକ୍ଷ ସହାୟତା ରାଶି ଘୋଷଣା

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମୃତକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ରେଳମନ୍ତ୍ରୀ ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ସେହିପରି ଗୁରୁତରଙ୍କୁ ୨ ଲକ୍ଷ ଟଙ୍କା ଓ ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଁଏ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।

ବାତିଲ ହେଲା ଏହି ସବୁ ଟ୍ରେନ

ଗତକାଲିର ଏହି ଦୁର୍ଘଟଣା ପରେ ଏସଇଆର(SER) ପକ୍ଷରୁ ଏକାଧିକ ଟ୍ରେନକୁ ବାତିଲ କରାଯାଇଛି ।  ବାତିଲ ହୋଇଥିବା ଟ୍ରେନ ଗୁଡ଼ିକ ହେଉଛି- ହାୱଡ଼ା-ପୁରୀ ସୁପରଫାଷ୍ଟ, ହାୱଡ଼ା- SMVB, ସାଲିମାର-ପୁରୀ ସୁପରଫାଷ୍ଟ, ସାଲିମାର- ସମ୍ବଲପୁର, ହାୱଡ଼ା- ଚେନ୍ନାଇ, ସାନ୍ତ୍ରାଗାଚି-ପୁରୀ ସ୍ପେଶାଲ, ସିଆଲଦା- ପୁରୀ ଦୁରନ୍ତୋ ଏକ୍ସପ୍ରେସ, ପୁରୀ- ହାୱଡ଼ା, ପୁରୀ- ସାଲିମାର ଶ୍ରୀଜଗନ୍ନାଥ ଏକ୍ସପ୍ରେସ, ପୁରୀ ଭଞ୍ଜପୁର ସ୍ପେଶାଲ ଟ୍ରେନ ବାତିଲ କରାଯାଇଛି । ୯ଟି ଟ୍ରେନର ଗତିପଥ ସମୂର୍ଣ୍ଣ ଓ ଆଉ ୬ଟିର ଆଂଶିକ ବଦଳାଯାଇଛି ।

ଉଦ୍ଧାର କାର୍ଯ୍ୟରେ ଲାଗିଛି ୧୦୦ ଆମ୍ବୁଲାନ୍ସ ଓ ୫୦ଟି ବସ

ଉଦ୍ଧାର କାର୍ଯ୍ୟରେ ୧୦୦ରୁ ଅଧିକ ଆମ୍ବୁଲାନ୍ସ ଓ ୫୦ଟି ବସ ଲାଗିଥିବା ନେଇ ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କ ପକ୍ଷରୁ ସୂଚନା ମିଳିଛି । ବାଲେଶ୍ବର, ଭଦ୍ରକ, ଯାଜପୁର ଓ କଟକ ହସ୍ପିଟାଲକୁ ଆଲର୍ଟ ମୋଡ଼ରେ ରଖାଯାଇଥିବା ବେଳେ ଭୁବନେଶ୍ବର ଏମ୍ସ ସହ ସମସ୍ତ ଘରୋଇ ହସ୍ପିଟାଲକୁ ପ୍ରସ୍ତୁତ କରାଯାଇଛି । ଉଦ୍ଧାର କାର୍ଯ୍ୟରେ ୩ଟି ଏନଡିଆରଏଫ, ୪ଟି ଓଡ୍ରାଫ ଓ ୨୦ ଟି ଅଗ୍ନିଶମ ଟିମକୁ ନିୟୋଜିତ ଅଛନ୍ତି ।

ସୂଚନା ଥାଉ କି, ବାଲେଶ୍ବର ବାହାନଗା ନିକଟରେ ଶୁକ୍ରବାର ଦୁଇଟି ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବାହାନଗା ନିକଟରେ ପ୍ରଥମେ ଲାଇନଚ୍ୟୁତ ହୋଇଥିଲା କରମଣ୍ତଳ ଏକ୍ସପ୍ରେସ, ପରେ ସେହି ବାଟେ ଦେଇ ଆସୁଥିବା ବେଙ୍ଗାଲୁରୁ ହାୱଡ଼ା ଏକ୍ସପ୍ରେସ କରମଣ୍ତଳକୁ ଧକ୍କା ଦେଇଥିଲା । ଫଳରେ ପ୍ରାୟ ୧୭ଟି ବଗି ଲାଇନଚ୍ୟୁତ୍ ହୋଇଥିଲା । ତେବେ ଏବେ ବି ଟ୍ରେନ ଚକା ତଳେ ଅନେକ ଯାତ୍ରୀ ଚାପି ହୋଇରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଛି ।

ଜାରି ହୋଇଥିବା ହେଲ୍ପଲାଇନ ନମ୍ବର

ଭୁବନେଶ୍ବର ହେଲ୍ପଲାଇନ ନଂ ୮୪୫୫୮୮୯୯୨୨

କଟକ ହେଲ୍ପଲାଇନ ନଂ ୮୪୫୫୮୮୯୯୧୭

ଖୋର୍ଦ୍ଧା ରୋଡ଼ ହେଲ୍ପଲାଇନ ନଂ ୬୩୭୦୧୦୮୦୪୬

ବ୍ରହ୍ମପୁର ହେଲ୍ପଲାଇନ ନଂ ୮୯୧୭୩୮୮୭୨୪୧

ଯାଜପୁର କେନ୍ଦୁଝର ରୋଡ଼ ୭୪୫୫୮୮୯୯୦୬

ଭଦ୍ରକ ହେଲ୍ପଲାଇନ ନଂ ୮୪୫୫୮୮୯୯୦୦

ବାଲୁଗାଁ ହେଲ୍ପଲାଇନ ନଂ ୯୯୩୭୭୩୨୧୬୯

ପଲାସା ହେଲ୍ପଲାଇନ ନଂ ୮୯୭୮୮୮୧୦୦୬

ବାଲେଶ୍ବର ହେଲ୍ପଲାଇନ ନଂ ୮୨୪୯୫୯୧୫୫୯, ୭୯୭୮୪୧୮୩୨୨

ସାଲିମାର ହେଲ୍ପଲାଇନ ନଂ ୯୯୦୩୩୭୦୭୪୬

ହାୱଡ଼ା ହେଲ୍ପଲାଇନ ନଂ ୦୩୩-୨୬୩୮୨୨୧୭

ଖଡ଼ଗପୁର ୮୯୭୨୦୭୩୯୨୫, ୯୩୩୨୩୯୨୩୩୯