ଚିନ୍ତା ବଢାଉଛି ଜନସଂଖ୍ୟା; 'Population Control Act' ପାଇଁ ଉଠିଲା ଦାବି
Advertisement
Article Detail0/zeeodisha/odisha869491

ଚିନ୍ତା ବଢାଉଛି ଜନସଂଖ୍ୟା; 'Population Control Act' ପାଇଁ ଉଠିଲା ଦାବି

ବଢୁଥିବା ଜନସଂଖ୍ୟା ଦେଶର ଏକ ବଡ ସମସ୍ୟା ଭାବେ ମୁଣ୍ଡ ଟେକିଛି।

ଚିନ୍ତା ବଢାଉଛି ଜନସଂଖ୍ୟା; 'Population Control Act' ପାଇଁ ଉଠିଲା ଦାବି

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢିଚାଲିଥିବା ଜନସଂଖ୍ୟା ଉପରେ ନିୟନ୍ତ୍ରଣ ଆଣିବା ପାଇଁ ସ୍ୱତନ୍ତ୍ର ଆଇନ କାର୍ଯ୍ୟକାରୀ କରିବାକୁ ଦାବି ଉଠାଇଛନ୍ତି ବିଜେପି ସାଂସଦ ସଞ୍ଜୟ ସେଠ। ସଂସଦର ଚଳିତ ଅଧି୍ବେଶନର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଥିଲେ ଶାସକ ଦଳର ସାଂସଦ।  

ବଢୁଥିବା ଜନସଂଖ୍ୟା ଉପରେ ପ୍ରତିକ୍ରିୟା ରଖି ବିଜେପି ସାଂସଦ କହିଛନ୍ତି ଏହା ଦେଶର ଏକ ବଡ ସମସ୍ୟା ଭାବେ ମୁଣ୍ଡ ଟେକିଛି। ଦେଶରେ ବଢୁଥିବା ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଭାରତ ସରକାର ଦୁଇ ସନ୍ତାନ ନୀତି (Two Child Policy) କାର୍ଯ୍ୟକାରୀ କରିବା ଆବଶ୍ୟକ। ଏହି ଆଇନ ବଳରେ ଦୁଇରୁ ଅଧିକ ସନ୍ତାନ ଜନ୍ମ କରୁଥିବା ଲୋକଙ୍କୁ ମିଳୁଥିବା ସରକାରୀ ସୁବିଧା ପ୍ରଦାନ ବନ୍ଦ କରିବା ଏବଂ ନିର୍ବାଚନ ଲଢିବା ଉପରେ ପ୍ରତିବନ୍ଧକ ଲଗାଇବା ଆବଶ୍ୟକ।       

ଶନିବାର ଲୋକସଭାରେ ଶୂନ୍ୟକାଳ ଚାଲିଥିବା ସମୟରେ ବିଜେପି ସାଂସଦ (BJP MP) ସଞ୍ଜୟ ସେଠ (Sanjay Seth) ଜନସଂଖ୍ୟା ପ୍ରସଙ୍ଗ ଉଠାଇ କହିଥିଲେ ଏହା ଦେଶ ଲାଗି ଏକ ବଡ ସମସ୍ୟା ଭାବେ ଉଭା ହୋଇଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଦୁଇ ସନ୍ତାନ ନୀତି କାର୍ଯ୍ୟକାରୀ କରିବା ଆବଶ୍ୟକ।

Also Read: ଜନସଂଖ୍ୟା ବିସ୍ଫୋରଣ: ଅନେକ ସମସ୍ୟାକୁ ସୃଷ୍ଟି କରିଥାଏ ଅନିୟନ୍ତ୍ରିତ ଜନସଂଖ୍ୟା ବୃଦ୍ଧି

 

ଆସନ୍ତା ୨୨ ତାରିଖ ସୋମବାର ସଂସଦର ଉପସ୍ଥିତ ରହିବାକୁ ଦଳୀୟ ସାଂସଦଙ୍କ ଉଦ୍ଦେଶ୍ୟରେ ହ୍ୱିପ ଜାରି କରିଛି ବିଜେପି। ଏନେଇ ଦଳର ମୁଖ୍ୟ ସଚେତକ ସାଂସଦ ରାକେଶ ସିଂହଙ୍କ ପକ୍ଷରୁ ଜାରି ହୋଇଥିବା ୨ ଲାଇନ୍ ବିଶିଷ୍ଟ ହ୍ୱିପରେ କୁହାଯାଇଛି ଦଳର ଲୋକସଭା ସାଂସଦଙ୍କୁ ନିବେଦନ କରାଯାଉଛି ସେମାନେ ଆସନ୍ତା ସୋମବାର ସଂସଦରେ ନିଶ୍ଚିତ ଭାବେ ଉପସ୍ଥିତ ରୁହନ୍ତୁ। ଏହି ଦିନ ସଂସଦରେ ଗୁରୁତ୍ୱପୂର୍ଣ୍ଣ ବିଧେୟକ  ଆଗତ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଦଳର ସାଂସଦଙ୍କ ଉପସ୍ଥିତି ଅନିବାର୍ଯ୍ୟ ହୋଇପଡିଛି। ସେ ଦିନ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଉପରେ ଚର୍ଚ୍ଚା ହୋଇପାରେ।