#blackout ବେଳେ ପାକିସ୍ତାନକୁ ଅନ୍ଧାରୁଆ ମାଡ, ଭାରତ କରିଛି କି ଆକ୍ରମଣ?
Advertisement
Article Detail0/zeeodisha/odisha825230

#blackout ବେଳେ ପାକିସ୍ତାନକୁ ଅନ୍ଧାରୁଆ ମାଡ, ଭାରତ କରିଛି କି ଆକ୍ରମଣ?

ଯାନ୍ତ୍ରିକ ସମସ୍ୟା କାରଣରୁ ହୋଇଥିବା ବ୍ଲାକ ଆଉଟ ଫଳରେ ଅନ୍ଧାକାରମୟ ହୋଇଉଠିଛି ପାକିସ୍ତାନ। ଏପରିକି ଦେଶର ପ୍ରମୁଖ ସହରରେ ଅନ୍ଧାର ଘେରରେ ରହିଛି।   

#blackout ବେଳେ ପାକିସ୍ତାନକୁ ଅନ୍ଧାରୁଆ ମାଡ, ଭାରତ କରିଛି କି ଆକ୍ରମଣ?

ନୂଆଦିଲ୍ଲୀ: ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତର ସାମ୍ଭାବ୍ୟ ଆକ୍ରମଣ ଆଶଙ୍କାରେ ଆତଙ୍କୀସ୍ଥାନ ନାମରେ ଜଣାଶୁଣା ପାକିସ୍ତାନରେ ହୋଇଯାଇଥିଲା ବ୍ଲାକ ଆଉଟ (#pakistanblackout)। ଏସମ୍ପର୍କିତ ଖବର ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବେଶ ଦ୍ରୁତ ଗତିରେ ଭାଇରାଲ ହୋଇଛି। ଏପରିକି ବ୍ଲାକ ଆଉଟ ସମର୍କିତ 'Hashtag #' ଟ୍ୱିଟର ଟ୍ରେଣ୍ଡ କରୁଛି। 

ଏ ଘଟଣା ସମ୍ପର୍କିତ ହ୍ୟାସଟ୍ୟାଗ ବ୍ଲାକଆଉଟ୍ (#pakistanblackout) ଟ୍ୱିଟରରେ ଟ୍ରେଣ୍ଡ୍ କରୁଛି। ଏପରିକି ବ୍ଲାକଆଉଟ ଘଟଣାକୁ ନେଇ ଅନେକ ମିମ୍ସ (Memes) ବିଭିନ୍ନ ସୋସିଆଲ ମିଡିଆରେ ସେୟାର କରାଯାଇଛି।     

fallback

ଭାରତ ସାମ୍ଭାବ୍ୟ ଆକ୍ରମଣ କରିବା ନେଇ ପାକିସ୍ତାନ ସୈନ୍ୟ ଜାହିଦ ଜମାନ ହମିଦ ଟ୍ୱିଟ କରିଥିଲେ। ହେଲେ ପରେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲ @ZaidZamanHamid ସାମୟିକ ଭାବେ ବନ୍ଦ ହୋଇଯାଇଛି। ଏ ସମ୍ପର୍କିତ ଖବର ଏବେ ସୀମାରୁ ଆସିଛି। ଅସ୍ତ୍ରବିରତି ଉଂଲଘନ କରିବା ଅଭିଯୋଗରେ ପାକିସ୍ତାନ ସେନାକୁ ମିଳିଛି ମୁହଁତୋଡ ଜବାବ।

fallback

 

 

ଏନେଇ ଭାରତୀୟ ସେନା ପକ୍ଷରୁ କରାଯାଇଥିବା କରାଯାଇଥିବା ସାମରିକ କାର୍ଯ୍ୟାନୁଷ୍ଠାନରେ ୩ ପାକିସ୍ତାନୀ ସୈନିକ ନିହତ ହେବା ସହ ଅନେକ ଆହତ ହୋଇଥିବା କୁହାଯାଇଛି। ଅନ୍ୟ ପଟେ ଏହି ଅପରେସନରେ ପାକିସ୍ତାନର ୪ଟି ଫରୱାର୍ଡ ପୋଷ୍ଟ ଧ୍ୱଂସ ହୋଇଯାଇଛି। ରବିବାର ପାକିସ୍ତାନ ପଟୁ ପ୍ରଥମେ ସୀମାରେ ଅବସ୍ଥିତ ନୌସେରା ସେକ୍ଟରକୁ ଟାର୍ଗେଟ କରି ଅସ୍ତ୍ରବିରତି ଉଂଲଘନ କରାଯିବା ପରେ ଏହାର ଜବାବ ଦେଇଥିଲା ଭାରତୀୟ ସେନା।     

fallback   

ଶନିବାର ରାତି ୧୧ଟା ୪୧ ମିନିଟ ସମୟରେ ଯାନ୍ତ୍ରିକ ସମସ୍ୟା କାରଣରୁ ଅଚାନକ ବ୍ଲାକ ଆଉଟ ହୋଇଯିବା ଫଳରେ ଅନ୍ଧାକାରମୟ ହୋଇଯାଇଥିଲା ପାକିସ୍ତାନ। ଏପରିକି ଦେଶର କିଛି ପ୍ରମୁଖ ସହର କରାଚୀ, ଲାହୋର, ପେଶାୱାର, ଇସାଲାମାବାଦ, ମୁଲତାନ, ରାୱଲପିଣ୍ଡି  ସହର ଅନ୍ଧାର ହୋଇଉଠିଥିଲା। ଏନେଇ ପାକିସ୍ତାନ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ବିଦ୍ୟୁତ୍ ପରିବହନ ବ୍ୟବସ୍ଥାର ଫ୍ରିକ୍ୱେନ୍ସି  ହଠାତ୍ ୫୦ରୁ ଶୂନକୁ ହ୍ରାସ ପାଇବା ପରେ ଦେଶବ୍ୟାପୀ ବ୍ଲାକଆଉଟ୍ ହୋଇଯାଇଥିଲା। 

fallback

ଏ ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି ଇସଲାମାବାଦ ଡେପୁଟି କମିଶନର ହାମଜା ଶାଫକତ କହିଛନ୍ତି ନ୍ୟାସନାଲ ଟ୍ରାନ୍ସମିସନ ଆଣ୍ଡ ଡିସପ୍ୟାଚ କମ୍ପାନୀ ସିଷ୍ଟମ-ଏନଟିଡିସି (National Transmission & Despatch Company-NTDC) ଟ୍ରପିଙ୍ଗ ହେତୁ ଏହି ବ୍ଲାକଆଉଟ ହୋଇଛି। ଏନେଇ ପାକିସ୍ତାନର ସୂଚନା ମନ୍ତ୍ରୀ ଶିବଲି ଫରାଜ ପ୍ରତିକ୍ରିୟା ରଖି କହିଛନ୍ତି ଏନଟିଡିସି ସିଷ୍ଟମରେ ଯାନ୍ତ୍ରିକ ସମସ୍ୟା ଦେଖାଯିବା ପରେ ଏହାର ମରାମତି କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ପରେ ଏହି ସ୍ଥିତି ସୁଧୁରିଥିଲା। 

fallback
ପାକିସ୍ତାନରେ ବ୍ଲା କ ଆଉଟ ଭଳି ସ୍ଥିତି ଉପୁଜିବା ଘଟଣା କୌଣସି ନୂଆ କାହାଣୀ ନୁହେଁ। ଏହା ପୂର୍ବରୁ ୨୦୧୮ରେ ପାକିସ୍ତାନରେ ୨ ଥର ପାୱାର ବ୍ଲାକଆଉଟ୍ ହୋଇସାରିଛି। ଏପରିକି ୨୦୧୫ରେ ଯେତେବେଳେ ବେଲୁଚ ଆନ୍ଦୋଳନକାରୀ ପାୱାର ଗ୍ରୀଡ ଉପରେ ଆକ୍ରମଣ କରିଥିଲେ ସେତେବେଳେ ପାକିସ୍ତାନର ୮୦ ପ୍ରତିଶତ ଅଞ୍ଚଳ ଅନ୍ଧାରୁଆ ହୋଇଯାଇଥିଲା।