ଭଉଣୀକୁ ବେଲ, ଭାଇକୁ ଜେଲ; ମାସେ ପରେ ମୁକିଳିବେ ରିୟା
Advertisement

ଭଉଣୀକୁ ବେଲ, ଭାଇକୁ ଜେଲ; ମାସେ ପରେ ମୁକିଳିବେ ରିୟା

ଡ୍ରଗ୍ସ ଡିଲିଂ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ଆଶ୍ୱସ୍ତି। ଅଭିନେତ୍ରୀଙ୍କ ଜାମିନ ଆବେଦନ ବମ୍ବେ ହାଇକୋର୍ଟରେ ସ୍ୱୀକାର କରିଛନ୍ତି। ତେବେ ଭାଇ ସୌଭିକଙ୍କ ଜାମିକ ଖାରଜ ହୋଇଯାଇଛି।

ଭଉଣୀକୁ ବେଲ, ଭାଇକୁ ଜେଲ; ମାସେ ପରେ ମୁକିଳିବେ ରିୟା

ନୂଆଦିଲ୍ଲୀ: ମାସେ ପରେ ଜେଲରୁ ମୁକୁଳିବେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ଆଜି ବମ୍ବେ ହାଇକୋର୍ଟରେ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି। କିନ୍ତୁ ସମାନ ମାମଲାରେ ଭାଇ ସୌଭିକର ଜିମିନ ଆବେଦନକୁ କର୍ଟ ଖାରଜ କରିଛନ୍ତି।

ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନକୁ କୋର୍ଟ ସ୍ୱୀକାର କରିବା ସହ ତାଙ୍କୁ ତତ୍କାଳ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲକ୍ଷେ ଟଙ୍କା ବ୍ୟକ୍ତିଗତ ବଣ୍ଡ ବା ସମାନ ଅର୍ଥ ରାଶିର ଗୋଟିଏ କିମ୍ବା ୨ଟି ଜମାନବନ୍ଦୀ ବଦଳରେ ସର୍ତ୍ତମୂଳକ ଭାବେ ରିୟାଙ୍କୁ ଜାମିନ ଦିଆ ଯାଆଯାଇଛି। ଏହା ବ୍ୟତୀତ କୋର୍ଟ ଅନ୍ୟ କେତକ ସର୍ତ୍ତ ରଖିଛନ୍ତି।

କୋର୍ଟଙ୍କ ବିନା ଅନୁମତିରେ ରିୟା ବିଦେଶ ଗସ୍ତ କରି ପରିବେ ନାହିଁ। ସେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ନିଜ ପାସପୋର୍ଟ ଦାଖଲ କରିବେ। ରିୟଙ୍କୁ ସ୍ୱତନ୍ତ୍ର ଏନଡିପିଏସ କୋର୍ଟ ଅଧିନସ୍ତ ଅଞ୍ଚଳରେ ହିଁ ରହିବେ। ଆସନ୍ତା ୬ ମାସ ପର୍ୟ୍ୟନ୍ତ ପ୍ରତି ପ୍ରଥମ ସୋମବାର ଏନସିବି ଅଫିସରେ ହାରଜ ହେବାକୁ ପଡିବ। ସେହିପରି ପ୍ରତ୍ୟେକ ଦିନ ନିକଟସ୍ତ ଥାନାରେ ରିପୋର୍ଟ କରିବାକୁ ବି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜାମିନ ଆବେଦନର ରାୟ ଶୁଣାଇଲା ବେଳେ କୋର୍ଟ କହିଛନ୍ତି ଯେ, ଡ୍ରଗ୍ସ ଡିଲିଂ ମାମଲାରେ ଅନେକ ପ୍ରଶ୍ନ ରହିଛି। ଯାହାର ଅଧିକ ତଦନ୍ତ ଆବଶ୍ୟକ। ସେପଟେ ରିୟାଙ୍କ ଭାଇ ସୌଭିଙ୍କ ଜାମିନ ଖାରଜ ହୋଇଯାଇଛି। ସାମୁଏଲ ମିରାଣ୍ଡା ଦୀପେଶ ସାୱନ୍ତ ଓ ଅବଦୁଲ ବସିତଙ୍କୁ ମଧ୍ୟ ଜାମିନ ମିଳିନାହିଁ।

ଗତକାଲି ରିୟା ଓ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ହାଜତ ମିଆଦି ସରିଥିଲା। ପରେ ସ୍ୱତନ୍ତ୍ର କୋର୍ଟ ଏହାକୁ ଆହୁରି ୧୪ ଦିନ ବୃଦ୍ଧି କରିଥିଲେ। କିନ୍ତୁ ଏବେ ରିୟା ଜେଲରୁ ମୁକୁଳୁଥିବା ବେଳେ ଭାଇ ଜେଲରେ ହିଁ ରହିବେ।