ହନୁମାନଙ୍କ ଫଟୋ ସେୟାର କରି କଣ କହିଲେ ବ୍ରାଜିଲ୍ ରାଷ୍ଟ୍ରପତି?
Advertisement
Article Detail0/zeeodisha/odisha833411

ହନୁମାନଙ୍କ ଫଟୋ ସେୟାର କରି କଣ କହିଲେ ବ୍ରାଜିଲ୍ ରାଷ୍ଟ୍ରପତି?

ବ୍ରାଜିଲରେ ମଧ୍ୟ ଭାରତର ସଞ୍ଜିବନୀ ପହଞ୍ଚିସାରିଛି । ଯାହାକୁ ନେଇ ଏକ ନିଆରା ଢଙ୍ଗରେ ଧନ୍ୟବାଦ ଦେଇଛନ୍ତି ବ୍ରାଜିଲ ରାଷ୍ଟ୍ରପତି ।

ହନୁମାନଙ୍କ ଫଟୋ ସେୟାର କରି କଣ କହିଲେ ବ୍ରାଜିଲ୍ ରାଷ୍ଟ୍ରପତି?

ନୂଆଦିଲ୍ଲୀ: ଆମ ଦେଶ ଭାରତରେ ପ୍ରସ୍ତୁତ ହୋଇଥିବା କୋରୋନା ଭ୍ୟାକସିନ ଏବେ ସାରା ବିଶ୍ବ ପାଇଁ ସଞ୍ଜିବନୀ ପାଲଟିଛି । ଭାରତରେ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଅନେକ ରାଷ୍ଟ୍ର ଭାରତ ଠାରୁ ଟିକା ନେବା ପାଇଁ ଆଶା ରଖିଥିବା ବେଳେ କିଛି କିଛି ରାଷ୍ଟ୍ରରେ ଭାରତର ଭ୍ୟାକସିନ ପହଞ୍ଚିସାରିଲାଣି। ତେବେ ଏହି କ୍ରମରେ ବ୍ରାଜିଲରେ ମଧ୍ୟ ଭାରତର ସଞ୍ଜିବନୀ ପହଞ୍ଚିସାରିଛି । ଯାହାକୁ ନେଇ ଏକ ନିଆରା ଢଙ୍ଗରେ ଧନ୍ୟବାଦ ଦେଇଛନ୍ତି ବ୍ରାଜିଲ ରାଷ୍ଟ୍ରପତି ।

ସୂଚନାନୁସାରେ, କୋରୋନା ମହାମାରୀ (Corona Pandemic) ରେ ବିଶ୍ୱରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା ଆମେରିକା (America) । ଏହା ତଳକୁ ଥିଲା ବ୍ରାଜିଲ୍ (Brazil) । ଭାରତରୁ କୋରୋନା ଭ୍ୟାକସିନ (Corona Vaccine) ବ୍ରାଜିଲ ଯିବା ପରେ ରାଷ୍ଟ୍ରର ରାଷ୍ଟ୍ରପତି (President Bolsonaro) ବୋଲସୋନାରୋ ଏକ ଟ୍ୱିଟ କରିଥିଲେ । ଏହି ଟ୍ୱିଟ (Tweet) ରେ ପ୍ରଧାନମନ୍ତ୍ରୀ (India PrimeMinister) ଙ୍କୁ ଧନ୍ୟବାଦ ଜ୍ଞାପନ କରିବାକୁ ଯାଇ ପ୍ରଭୁ ହନୁମାନ (Lord Hanuman) ଙ୍କ ଫଟୋ ସେୟାର କରିଥିଲେ । ଆଉ ଏହି ଟ୍ୱିଟରେ ସେ ଲେଖିଥିଲେ ଯେ, ଧନ୍ୟବାଦ ଭାରତ (Dhanyabad India) ! 

fallback

Also Read: ସାନିଟାଇଜର ଯୋଗୁଁ ଦୃଷ୍ଟିଶକ୍ତି ହରାଉଛନ୍ତି ଶିଶୁ !

ଶୁକ୍ରବାର ସକାଳେ ମୁମ୍ବାଇ ବିମାନବନ୍ଦର (Mumbai Airport) ରୁ ବ୍ରାଜିଲ (Brazil) ଏବଂ ମରୋକୋ (Morocco ) ଅଭିମୁଖେ ଭାରତରୁ କୋଭିସିଲ୍ଡ (Covishield)ର ୨୦ ମିଲିୟନ୍ ଡୋଜ (Dose) ପଠାଯାଇଛି । ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ, 'ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (Serum Institute Of India) ଦ୍ୱାରା ବ୍ରାଜିଲକୁ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ ଏହି ଭ୍ୟାକସିନକୁ ପଠାଯାଇଛି । ସେପେଟ ବୁଧବାର ଠାରୁ ଭାରତ ଭୁଟାନ, ମାଲଦ୍ୱୀପ, ବାଂଲାଦେଶ, ନେପାଳ, ମିଆଁମାର ଏବଂ ସେଚେଲ୍ସକୁ କୋଭିଡ-୧୯ ଟିକା ପଠାଉଛି।