Cold Wave: ଗୋଟିଏ ଦିନରେ ଥଣ୍ତା ନେଲା ୨୫ ଜୀବନ, ଜାଣନ୍ତୁ କ'ଣ ରହିଛି ପୁରା ଘଟଣାକ୍ରମ ?
Advertisement
Article Detail0/zeeodisha/odisha1517783

Cold Wave: ଗୋଟିଏ ଦିନରେ ଥଣ୍ତା ନେଲା ୨୫ ଜୀବନ, ଜାଣନ୍ତୁ କ'ଣ ରହିଛି ପୁରା ଘଟଣାକ୍ରମ ?


Cold Wave: ଜାଡରେ ଥରୁଛି ଉତ୍ତର ଭାରତ । ପ୍ରବଳ ଥଣ୍ତା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ତେବେ, ଏହି ଥଣ୍ତା ଯୋଗୁଁ ଗୋଟିଏ ଦିନରେ ଯାଇଛି ୨୫ ଜୀବନ । ଆପଣଙ୍କୁ ଏ ଖବର ଆଶ୍ଚର୍ଯ୍ୟ କରୁଥାଇପାରେ । କିନ୍ତୁ ଘଟଣାଟି ସତ । 

Cold Wave:  ଗୋଟିଏ ଦିନରେ ଥଣ୍ତା ନେଲା ୨୫ ଜୀବନ, ଜାଣନ୍ତୁ କ'ଣ ରହିଛି ପୁରା ଘଟଣାକ୍ରମ ?

Cold Wave: ଜାଡରେ ଥରୁଛି ଉତ୍ତର ଭାରତ । ପ୍ରବଳ ଥଣ୍ତା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ତେବେ, ଏହି ଥଣ୍ତା ଯୋଗୁଁ ଗୋଟିଏ ଦିନରେ ଯାଇଛି ୨୫ ଜୀବନ । ଆପଣଙ୍କୁ ଏ ଖବର ଆଶ୍ଚର୍ଯ୍ୟ କରୁଥାଇପାରେ । କିନ୍ତୁ ଘଟଣାଟି ସତ । ଏଭଳି ସ୍ତବ୍ଧ କଲାପରି ଖବର ଆସିଛି  ଉତ୍ତରପ୍ରଦେଶରୁ । ଉତ୍ତର ପ୍ରଦେଶରେ ଗୋଟିଏ ଦିନରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ଏକାଧିକଙ୍କ ସ୍ବାସ୍ଥବସ୍ଥା ଗୁରୁତର ରହିଛି। 

ସୂଚନା ଅନୁସାରେ, ଉତ୍ତରପ୍ରଦେଶର କାନପୁର ହସ୍ପିଟାଲରେ ଗୁରୁବାର ଦିନ ୭୨୩ ଜଣ ହାର୍ଟ ଓ ବ୍ରେନ ରୋଗୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ସେହିଦିନ ୨୫ଜଣଙ୍କ ମୃତ୍ୟୁ ହୋଇଥିଲା । ମୁଣ୍ତ ବୁଲାଇବା ପରେ ରୋଗୀମାନେ ହଠାତ ଅଚେତ ହୋଇ ପଡିଥିଲେ । ପରେ ସେମାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।  ଡାକ୍ତରଙ୍କ କହିବାନୁସାରେ,ଥଣ୍ଡା ଏବଂ ରକ୍ତ ଜମାଟ ବାନ୍ଧିବାରେ ହଠାତ୍ ରକ୍ତଚାପ ବୃଦ୍ଧି ହୋଇ ହୃଦଘାତ ଏବଂ ମସ୍ତିଷ୍କ ଆକ୍ରମଣର କାରଣ ହୋଇଥାଏ। ଲକ୍ଷ୍ନୌର କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟି (King George’s Medical University)(କେଜିଏମୟୁ) ର ଜଣେ ଅଧ୍ୟାପକ କହିଛନ୍ତି ଯେ ଏହି ଶୀତ ଋତୁରେ ହୃଦଘାତ କେବଳ ବୟସ୍କ ମାନଙ୍କ କ୍ଷେତ୍ରରେ ହୁଏ ନାହିଁ । ଯୁବପୀଢିଙ୍କ କ୍ଷେତ୍ରରେ ମଧ୍ୟ ଦେଖାଦିଏ । 

ଏହାବି ପଢନ୍ତୁ : BJP National President: କିଏ ହେବେ ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ, ନଡ୍ଡାଙ୍କ କ’ଣ ହେବ? ଜାଣନ୍ତୁ କ'ଣ ରହିଛି ରାଜନୈତିକ ସମୀକରଣ

ଏହାବି ପଢନ୍ତୁ : Tomatoes Side Effects: ଏହି ୪ଟି ରୋଗରେ ଆକ୍ରାନ୍ତ ବ୍ୟକ୍ତି ଭୁଲରେ ବି ଖାଆନ୍ତୁ ନାହିଁ ଟମାଟୋ, ଲାଭ ବଦଳରେ ହେବ କ୍ଷତି

କାନପୁରର ତାପମାତ୍ରା ୨ ଡିଗ୍ରୀ ଛୁଇଁଲା :
ତେବେ, ଏଠାରେ ଆପଣଙ୍କୁ କହି ରଖିବୁ ଯେ,ସେହି ଦିନ କାନପୁରରେ ସର୍ବନିମ୍ନ ତାପମାତ୍ରା  ୨ ଡିଗ୍ରୀ ସେଲସିୟସରେ ରହିଥିଲା।  ଶୀତ ଋତୁ ଆରମ୍ଭ ହେବା ଦିନ ଠାରୁ ହିଁ ଉତ୍ତର ଭାରତରେ ଥଣ୍ତାର ପ୍ରବାହ ଦିନକୁ ଦିନ ବଢିବାରେ ଲାଗିଛି । ତେବେ, ହେଲେ ଆଜି ତାପମାତ୍ରା ୧୮ ଡିଗ୍ରୀ ରହିଥିଲେ ମଧ୍ୟ ଥଣ୍ତା ପବନ ଲୋକଙ୍କୁ କଲବଲ କରୁଛି । ବଙ୍ଗୋପସାଗରରୁ ଆସୁଥିବା ଆର୍ଦ୍ର ପବନ ଯୋଗୁଁ କାନପୁରରେ ତାପମାତ୍ରା କମୁଛି। ମେଘୁଆ ପାଗ  ଏବଂ ଉତ୍ତର-ପୂର୍ବ ପବନ ହେତୁ ଦିନରେ ମଧ୍ୟ ଥଣ୍ଡା ଅନୁଭବ ହେଉଛି। ସର୍ବାଧିକ ତାପମାତ୍ରା ୨୪.୮ ଡିଗ୍ରୀ ସେଲସିୟସରେ ଏବଂ ସର୍ବନିମ୍ନ ୯ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଛି। ଦିନ ସମୟରେ ଉତ୍ତର ପୂର୍ବ ଦିଗରୁ ଘଣ୍ଟା ପ୍ରତି ୪.୫ କିଲୋମିଟର ବେଗରେ ପବନ ବହୁଛି । ସିଏସଏ କୃଷି ବିଶ୍ୱବିଦ୍ୟାଳୟର ପାଣିପାଗ ବିଜ୍ଞାନୀ ଡକ୍ଟର ଏସ.ଏନ ସୁନୀଲ ପାଣ୍ଡେଙ୍କ ଅନୁଯାୟୀ ଆସନ୍ତା ତିନି ଦିନ ମଧ୍ୟରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ମଧ୍ୟରେ ହ୍ରାସ ହେବାର ସମ୍ଭାବନା ରହିଛି। ରାତିର ତାପମାତ୍ରାରେ ବଢିପାରେ,ଜାନୁଆରୀ ପ୍ରଥମ ସପ୍ତାହରୁ ଆହୁରୀ ପ୍ରବଳ ଶୀତ ଆରମ୍ଭ ହେବ ବୋଲି ସେ କହିଛନ୍ତି ।