ବଜେଟ୍ 2021: ଜାଣନ୍ତୁ କେଉଁ କ୍ଷେତ୍ରକୁ ମିଳିଲା କ’ଣ?
Advertisement
Article Detail0/zeeodisha/odisha840094

ବଜେଟ୍ 2021: ଜାଣନ୍ତୁ କେଉଁ କ୍ଷେତ୍ରକୁ ମିଳିଲା କ’ଣ?

ଚଳିତ ବଜେଟରେ ସ୍ୱାସ୍ଥ୍ୟ ସେବା, ଭିତ୍ତିଭୂମି ସମେତ ବିଭିନ୍ନ କ୍ଷେତ୍ର ଉପରେ ଅଧିକ ଧ୍ୟାନ ଦିଆଯାଇଛି

ବଜେଟ୍ 2021: ଜାଣନ୍ତୁ କେଉଁ କ୍ଷେତ୍ରକୁ ମିଳିଲା କ’ଣ?

ନୂଆଦିଲ୍ଲୀ: ଚଳିତ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ସଂସଦରେ ଆର୍ଥିକ ବଜେଟ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଚଳିତ ବଜେଟରେ ସ୍ୱାସ୍ଥ୍ୟ ସେବା, ଭିତ୍ତିଭୂମି ସମେତ ବିଭିନ୍ନ କ୍ଷେତ୍ର ଉପରେ ଅଧିକ ଧ୍ୟାନ ଦିଆଯାଇଛି। ଏହି ବଜେଟରେ ବିଭିନ୍ନ କ୍ଷେତ୍ର ଲାଗି ବଡ ଘୋଷଣା ହୋଇଥିବା ଜଣାଇଛନ୍ତି ଅର୍ଥମନ୍ତ୍ରୀ।

ସ୍ୱାସ୍ଥ୍ୟସେବା 

  • ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସ୍ୱାସ୍ଥ୍ୟ ସେବା ଲାଗି ୨.୩୮ ଲକ୍ଷ କୋଟି ଆବଣ୍ଟିତ ହୋଇଛି। ଏଥରର ସ୍ୱାସ୍ଥ୍ୟ ବଜେଟ୍ ପୂର୍ବ ବର୍ଷ ତୁଳନାରେ ୧୩୫ ପ୍ରତିଶତ ବୃଦ୍ଧି ପାଇଛି।
  • କୋଭିଡ ଟିକା କରଣ ଲାଗି ଚଳିତ ବଜେଟରେ ୩୫ ହଜାର କୋଟି ଟଙ୍କା ଆବଣ୍ଟିତ ହୋଇଛି। ଯଦି ଆବଶ୍ୟକ ହୁଏ ତାହେଲେ ଏହାର ପରିମାଣ ବୃଦ୍ଧି କରାଯିବ। 
  • କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭରଶୀଳ ସ୍ୱାସ୍ଥ୍ୟ ଭାରତ ଯୋଜନା କାର୍ଯ୍ୟକାରୀ କରାଯିବ। ଆଗାମୀ ୬ ବର୍ଷ ମଧ୍ୟରେ ଏହି ଯୋଜନାରେ ପ୍ରାୟ ୬୪ ହଜାର ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ।
  • ୨୦୨୧-୨୨ ଆର୍ଥିକ ବର୍ଷରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପାଇଁ ୨ ଲକ୍ଷ ୨୩ ହଜାର ୮୪୬ କୋଟି ଖର୍ଚ୍ଚ ହେବ।
  • ଦେଶରେ ମିଶନ୍ ପୁଷ୍ଟିକର ୨.୦ ଅଭିଯାନ ଆରମ୍ଭ ହେବ। ପୁଷ୍ଟିକର ଖାଦ୍ୟ ଉପରେ ମଧ୍ୟ ଧ୍ୟାନ ଦିଆଯିବ।ଏଥିଲାଗି ୫ ବର୍ଷରେ ୨.୮୭ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ।
  • ସହରୀ ସ୍ୱଚ୍ଛ ଭାରତ ମିଶନ ପାଇଁ ୧.୪୮ ଲକ୍ଷ କୋଟିର ବ୍ୟୟବରାଦ କରାଯାଇଛି। ସହରାଞ୍ଚଳ ପାଇଁ ଜଳ ଜୀବନ ମିଶନ କାର୍ଯ୍ୟକାରୀ ହେବ।
  • ଦେଶରେ ନିମୋକୋକ୍କାଲ୍ ଟିକାକରଣ ପ୍ରକ୍ରିୟା ସମଗ୍ର ଦେଶରେ କରାଯିବ। ଯାହାଦ୍ୱାରା ପ୍ରତି ବର୍ଷ ୫୦ ହଜାର ଶିଶୁଙ୍କ ଜୀବନ ରକ୍ଷା କରାଯାଇପାରିବ।
  • Integrated Health Information Portal ବ୍ୟବସ୍ଥା କରାଯିବ। ଯାହା ଦ୍ୱାରା Public Health Lab ସଂଯୋଗ କରାଯାଇପାରିବ।        
  • ସାରା ଦେଶରେ ୧୫ଟି ଜରୁରୀକାଳୀନ ଅପରେସନ୍ କେନ୍ଦ୍ର ଆରମ୍ଭ ହେବ। 

ଭିତ୍ତିଭୂମି

  • ଭିତ୍ତିଭୂମି କ୍ଷେତ୍ର ପାଇଁ ବିକାଶ ଆର୍ଥିକ ପ୍ରତିଷ୍ଠାନ ଆବଶ୍ୟକ ଏବଂ ଏଥିପାଇଁ ଏକ ବିଲ୍ ଅଣାଯିବ।
  • ଆର୍ଥିକ ପ୍ରତିଷ୍ଠାନ ପାଇଁ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଯାହାଫଳରେ ୩ ବର୍ଷରେ ୫ଲକ୍ଷ କୋଟି ଟଙ୍କା ମୂଲ୍ୟର ଏକ ଲ୍ୟାଣ୍ଡିଂ ପୋର୍ଟଫୋଲିଓ କରାଯିବ।
  • ପଶ୍ଚିମବଙ୍ଗ, ତାମିଲନାଡୁ ଏବଂ କେରଳରେ ନୂତନ ଅର୍ଥନୈତିକ କରିଡର କାର୍ଯ୍ୟକାରୀ କରାଯିବ।
  • ତାମିଲନାଡୁରେ ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ୧.୦୩ ଲକ୍ଷ କୋଟିର ସହାୟତା ରାଶି ଘୋଷଣା କରାଯାଇଛି। ଯେଉଁଥିରେ ଅର୍ଥନୈତିକ କରିଡର ମଧ୍ୟ ନିର୍ମାଣ କରାଯିବ। ଏହା ବ୍ୟତୀତ କେରଳରେ ୬୫ ହଜାର କୋଟି ଟଙ୍କାର ଜାତୀୟ ରାଜପଥ ନିର୍ମିତ ହେବ। ମୁମ୍ବାଇ-କନ୍ୟାକୁମାରୀ ମଧ୍ୟରେ ଅର୍ଥନୈତିକ କରିଡର ପ୍ରତିଷ୍ଠା ହେବ। 
  • ଦେଶରେ ୭ଟି ଟେକ୍ସଟାଇଲ୍ ପାର୍କ ନିର୍ମାଣ ହେବ। ଯାହା ଦ୍ୱାରା ଭାରତ ଏହି କ୍ଷେତ୍ରରେ ରପ୍ତାନୀକାରୀ ଦେଶ ଭାବେ ଉଭା ହୋଇପାରିବ। ଏହି ପାର୍କକୁ ୩ ବର୍ଷ ମଧ୍ୟରେ ନିର୍ମାଣ କରାଯିବ।
  • ଜାମ୍ମୁ କାଶ୍ମୀରରେ ମଧ୍ୟ ଗ୍ୟାସ ପାଇପଲାଇନ ଯୋଜନା କାର୍ଯ୍ୟକାରୀ ହେବ।
  • ଉଜ୍ୱଳା ଯୋଜନା ମାଧ୍ୟମରେ ଆହୁରି ୧ କୋଟିରୁ ଅଧିକ ହିତାଧିକାରୀ ସାମିଲ କରାଯିବ। ଏପର୍ଯ୍ୟନ୍ତ ଏହି ଯୋଜନାରେ ୮ କୋଟି ଲାଭାର୍ଥୀ ରହିଛନ୍ତି। 
  • ବିଦ୍ୟୁତ୍ କ୍ଷେତ୍ରରେ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଯୋଜନା ଆରମ୍ଭ କରାଯାଇଛି। ଯାହା ମାଧ୍ୟମରେ ଦେଶର ବିଦ୍ୟୁତ ସେବା ସମ୍ବନ୍ଧୀୟ ଭିତ୍ତିଭୂମିକୁ ମଜବୁତ କରାଯିବ।

ରେଳବାଇ 

  • ରେଳବାଇ ପାଇଁ ଚଳିତ ଆର୍ଥିକ ବର୍ଷରେ ୧ ଲକ୍ଷ ୧୦ ହଜାର ୫୫ କୋଟି ଟଙ୍କା ଆବଣ୍ଟିତ କରାଯାଇଛି। ଯେଉଁଥିରୁ କେବଳ ୧ ଲକ୍ଷ ୭ ହଜାର ୧୦୦ କୋଟି କେବଳ ପୁଞ୍ଜି ବ୍ୟୟ ପାଇଁ  ଖର୍ଚ୍ଚ ହେବ।
  • ଭାରତୀୟ ରେଳବାଇ ଆସନ୍ତା ୨୦୩୦ ବର୍ଷକୁ ନଜରରେ ରଖି ଏକ ଜାତୀୟ ରେଳ ଯୋଜନା ପ୍ରସ୍ତୁତ କରିଛି। ଏହି ଯୋଜନା ମାଧ୍ୟମରେ ଭବିଷ୍ୟତ ପାଇଁ ହେବାକୁ ରେଳସେବାକୁ ପ୍ରସ୍ତୁତ କରାଯିବ।
  • ଆସନ୍ତା ଜୁନ୍ ୨୦୨୨ ସୁଦ୍ଧା ଦେଶର ପୂର୍ବାଞ୍ଚଳ ଏବଂ ପଶ୍ଚିମ କ୍ଷେତ୍ରରେ Dadicated  Dedicated Freight Corridor ମାଲ ପରିବହନ ଲାଗି ପ୍ରସ୍ତୁତ କରାଯିବ। ସୋମନଗର-ଗୋମୋ ସେକ୍ସନ  ପିପିପି (public private partnership) ମୋଡରେ ନିର୍ମାଣ କରାଯିବ।
  • ମେକ୍ ଇନ୍ ଇଣ୍ଡିଆକୁ ସକ୍ଷମ କରିବାକୁ ଗୋଟିଏ ଶିଳ୍ପ କ୍ଷେତ୍ରର ମୂଲ୍ୟ ହ୍ରାସ କରିବାକୁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ।
  • ଡିସେମ୍ବର ୨୦୨୩ ସୁଦ୍ଧା ୧୦୦ ପ୍ରତିଶତ ବ୍ରଡ୍ ଗେଜ୍ ବିଦ୍ୟୁତିକରଣ ହେବ।
  • ରେଳଯାତ୍ରୀଙ୍କ ଅଭିଜ୍ଞତାକୁ ବଢାଇବା ପାଇଁ ଭିଷ୍ଟା ଡୋମ୍ କୋଚ୍ (Vista Dome Coach) ସେବା ଆରମ୍ଭ ହେବ। ଏହା ବ୍ୟତୀତ High Density Network ଏବଂ High Utility Network ମାଧ୍ୟମରେ ଟ୍ରେନ୍ ସୁରକ୍ଷା ବ୍ୟବସ୍ଥା ଆରମ୍ଭ ହେବ। ଏହି ସମସ୍ତ ପ୍ରଣାଳୀ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହେବ।

 

ଶିକ୍ଷାକ୍ଷେତ୍ର 

  • ଦେଶରେ ୧୦୦ଟି ନୂତନ ସୈନିକ୍ ସ୍କୁଲ ନିର୍ମାଣ ହେବ। ଏଥିରେ ଏନଜିଓ, ରାଜ୍ୟ ସରକାର ଏବଂ ବେସରକାରୀ କ୍ଷେତ୍ରର ସହାୟତା ନିଆଯିବ।
  • ବଜେଟ୍ ଭାଷଣରେ ଉଚ୍ଚଶିକ୍ଷା ଆୟୋଗ ଗଠନ କରିବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିପାଇଁ ଆଇନରେ ସଂଶୋଧନ କରାଯିବ।
  • ଲଦାଖ ରାଜଧାନୀ ଲେହ ଠାରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗଠନ ପାଇଁ ଅର୍ଥମନ୍ତ୍ରୀ ସୀତାରମଣ ଘୋଷଣା କରିଛନ୍ତି।
  • ଆଦିବାସୀ ଅଞ୍ଚଳରେ ୭୫୮ ଏକଲବ୍ୟ ବିଦ୍ୟାଳୟ ନିର୍ମାଣ କରାଯିବ। ପ୍ରତି ବିଦ୍ୟାଳୟ ପାଇଁ ୩୮ କୋଟି ଖର୍ଚ୍ଚ ହେବ।
  • ଅନୁସୂଚିତ ଜାତି ପାଇଁ ୩୫ ହଜାର କୋଟି ଟଙ୍କା ମୂଲ୍ୟର ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। ଏହା ମାଧ୍ୟମରେ ୪ କୋଟି ଛାତ୍ର ଉପକୃତ ହୋଇଛନ୍ତି।
  • National Research Foundation ଗଠନ କରାଯିବ। ଏଥିପାଇଁ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ।
  •  ଉତ୍ତମ ଶାସନ ଟ୍ରିବ୍ୟୁନାଲ ସଂସ୍କାର ପାଇଁ ନୂତନ ପ୍ରସ୍ତାବ ଘୋଷଣା ହୋଇଛି
  • ମିଳିତ ବୃତ୍ତିଗତ ଆଇନ ପାଇଁ ଜାତୀୟ ଆୟୋଗ ଗଠନ କରାଯିବ।
  • ଜାତୀୟ ନର୍ସିଂ ଏବଂ ମିଡୱାଫରୀ ବିଲ୍ ଆଣିବାକୁ ଅର୍ଥମନ୍ତ୍ରୀ କହିଛନ୍ତି।

ମେଟ୍ରୋ ରେଳ ପ୍ରକଳ୍ପ 

  • ମେଟ୍ରୋ ରେଳ ନେଟୱାର୍କର ସମ୍ପ୍ରସାରଣ ଏବଂ ସିଟି ବସ୍ ସେବା ବୃଦ୍ଧି ମାଧ୍ୟମରେ ସାଧାରଣ ପରିବହନର ଅଂଶ ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ।
  • ଦେଶରେ ୭୦୩ କିଲୋମିଟର ମେଟ୍ରୋ ସେବା ବର୍ତ୍ତମାନ ମଧ୍ୟ ଚାଲୁଛି। ୨୭ଟି ସହରରେ ୧୦୧୬ କିଲୋମିଟର ମେଟ୍ରୋ ପ୍ରକଳ୍ପ କାମ ଚାଲିଛି।
  • କମ୍ ମୂଲ୍ୟରେ ଟାୟାର୍-୨ ସହରରେ ମେଟ୍ରୋ ଲାଇଟ୍ ଏବଂ ମେଟ୍ରୋ ନିଓ ଆରମ୍ଭ ହେବ।
  • କୋଚି ମେଟ୍ରୋରେ ୧୯୦୦ କୋଟି ଟଙ୍କା ବ୍ୟୟରେ ୧୧ କିଲୋମିଟର ରାସ୍ତା ନିର୍ମାଣ ହେବ।
  • ୬୩ ହଜାର କୋଟି ଟଙ୍କା ବ୍ୟୟରେ ଚେନ୍ନାଇରେ ୧୮୦ କିଲୋମିଟର ଲମ୍ବା ମେଟ୍ରୋ ଲାଇନ ନିର୍ମାଣ ହେବ।
  • ବାଙ୍ଗାଲୋରରେ ୧୪ ୭୮୮ କୋଟି ଟଙ୍କା ବ୍ୟୟରେ ୫୮ କିଲୋମିଟର ଲମ୍ବା ମେଟ୍ରୋ ଲାଇନ ନିର୍ମାଣ ହେବ।
  • ନାଗପୁର ଠାରେ ୫୯୭୬ କୋଟି ଏବଂ ନାସିକରେ ୨୦୯୨  କୋଟି ଟଙ୍କା ମୂଲ୍ୟରେ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟକାରୀ ହେବ।

କୃଷି କ୍ଷେତ୍ର 

  • କୃଷକଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ। ଅର୍ଥମନ୍ତ୍ରୀ କହିଛନ୍ତି ସର୍ବନିମ୍ନ ସହାୟତା ମୂଲ୍ୟକୁ ବଢାଯାଇ ମୋଟ ଉତ୍ପାଦନ ମୂଲ୍ୟର ଦେଢ ଗୁଣକୁ ବୃଦ୍ଧି କରାଯାଇଛି।
  • ୨୦୨୦-୨୧ ଆର୍ଥିକ ବର୍ଷରେ ଚାଷୀଙ୍କୁ ଗହମ ପାଇଁ ୭୫୦୬୦ କୋଟି, ଡାଲି ପାଇଁ ୧୦,୫୦୩ କୋଟି, ଧାନ ପାଇଁ ୧,୭୨,୭୫୨ କୋଟି ଟଙ୍କା ପ୍ରଦାନ କରାଯିବ। 
  • କୃଷିଜାତ ଦ୍ରବ୍ୟ ରପ୍ତାନିରେ ଆଉ ୨୨ଟି ଉତ୍ପାଦ ଅନ୍ତର୍ଭୂକ୍ତ କରାଯିବ।
  • ଗହମ ଉତ୍ପାଦନ କରୁଥିବା ହିତାଧିକାରୀଙ୍କ ସଂଖ୍ୟା ୨୦୧୯-୨୦ ବର୍ଷରେ ୩୫.୩୭ ଲକ୍ଷରୁ ୨୦୨୦-୨୧ ବର୍ଷରେ ଏହା ୪୩.୩୬ ଲକ୍ଷକୁ ବୃଦ୍ଧି ପାଇଛି।
  • ୨୦୨୧-୨୨ ବର୍ଷରେ ୧୬.୫ ଲକ୍ଷ କୋଟିର କୃଷି ଋଣ ପ୍ରଦାନ କରାଯିବାକୁ ଲକ୍ଷ୍ୟ ରହିଛି।
  • କୋଚି, ଚେନ୍ନାଇ, ବିଶାଖାପାଟନମ୍, ପାରାଦୀପ ଏବଂ ପେଟୁଆଗେଟ୍ ଭଳି ସହରରେ ୬ଟି ବଡ ମତ୍ସ୍ୟଜୀବୀ ବନ୍ଦର ନିର୍ମାଣ କରାଯିବ। ତାମିଲନାଡୁ ଠାରେ ବହୁମୁଖୀ ସାଗର ପାର୍କ ନିର୍ମାଣ ହେବ।
  • କୃଷି ଭିତ୍ତିଭୂମି ପାଣ୍ଠି APMC ହାତରେ ରହିବ।