Budget 2021: ଜାଣନ୍ତୁ କ'ଣ ହେଲା ଶସ୍ତା ଆଉ ମହଙ୍ଗା
Advertisement
Article Detail0/zeeodisha/odisha839798

Budget 2021: ଜାଣନ୍ତୁ କ'ଣ ହେଲା ଶସ୍ତା ଆଉ ମହଙ୍ଗା

୨୦୨୧-୨୨ ଆର୍ଥିକ ବର୍ଷ ଲାଗି ବଜେଟ ଆଗତ କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। ହେଲେ ଏବେ ଦେଶବାସୀଙ୍କ ନଜର ରହିଛି କ'ଣ ହୋଇଛି ଶସ୍ତା  ଆଉ ମହଙ୍ଗା। ଲୋକସଭାରେ ଅର୍ଥମନ୍ତ୍ରୀ ବଜେଟ ଅଭିଭାଷଣରେ ଦୈନନ୍ଦିନ ଜୀବନରେ ବ୍ୟବହାର ହେଉଥିବା ଉପକରଣ ମହଙ୍ଗା ହୋଇଥିବ ନେଇ ଜଣାଇଛନ୍ତି। ଅନ୍ୟପଟେ କେତେକ ବସ୍ତୁର ଦର ହ୍ରାସ ପାଇଥିବା ନେଇ

Budget 2021: ଜାଣନ୍ତୁ କ'ଣ ହେଲା ଶସ୍ତା  ଆଉ ମହଙ୍ଗା

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ବଜେଟ ଆଗତ କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। ହେଲେ ଏବେ ଦେଶବାସୀଙ୍କ ନଜର ରହିଛି କ'ଣ ହୋଇଛି ଶସ୍ତା  ଆଉ ମହଙ୍ଗା। ଲୋକସଭାରେ ଅର୍ଥମନ୍ତ୍ରୀ ବଜେଟ ଅଭିଭାଷଣରେ ଦୈନନ୍ଦିନ ଜୀବନରେ ବ୍ୟବହାର ହେଉଥିବା ଉପକରଣ ମହଙ୍ଗା ହୋଇଥିବ ନେଇ ଜଣାଇଛନ୍ତି। ଅନ୍ୟପଟେ କେତେକ ବସ୍ତୁର ଦର ହ୍ରାସ ପାଇଥିବା ନେଇ ଜଣାଇଛନ୍ତି। 

ଏଥରର ବଜେଟରେ ମୋବାଇଲ ପାର୍ଟ୍ସ ଉପରେ ମିଳୁଥିବା ରିହାତିକୁ ହଟାଇ ଦିଆଯାଇଛି। ଏହାର ଫଳସ୍ୱରୂପ ଏବେ ମୋବାଇଲ ଫୋନ ସହ ଚାର୍ଜର ମହଙ୍ଗା ହୋଇପଡିଛି। ନାଇଲନ୍ ନିର୍ମିତ କପଡା ଶସ୍ତା ହୋଇଛି।  ରତ୍ନ ପାଦର୍ଥ ଦର ବଢିଥିବା ବେଳେ ପଲିଷ୍ଟର କପଡା  ଶସ୍ତା ହୋଇଛି।     

ବଜେଟରେ ମହଙ୍ଗା ହୋଇଥିବା ଦ୍ରବ୍ୟ

  • ମୋବାଇଲ ଫୋନ ସହ ଚାର୍ଜର 
  • ମୋବାଇଲ ପାର୍ଟ୍ସ
  • ରତ୍ନ ପଦାର୍ଥ 
  • ବୈଦ୍ୟୁତିକ ଉପକରଣ 
  • କଟନ କପଡା 
  • ତମ୍ବା ନିର୍ମିତ ସାମଗ୍ରୀ 
  • ଚମଡା   ଜୋତା
  • ସୋଲାର ଇନଭର୍ଟର
  • ସେଉ
  • କାବୁଲି ବୁଟ 
  • ୟୁରିଆ 
  • ଡିଏପି ସାର
  • ଚଣା ଡାଲି 
  • ପେଟ୍ରୋଲ ଡିଜେଲ
  • ମଦ 

ଶସ୍ତା ହୋଇଥିବା ଦ୍ରବ୍ୟ

  • ନାଇଲନ କପଡା  
  • ଷ୍ଟିଲ ବାସନ
  • ପ୍ୟାଣ୍ଟ
  • ଡ୍ରାଏ କ୍ଲିନିଂ 
  • ପଲିଷ୍ଟର କପଡା
  • ସୋଲାର ଲାଇଟ 
  • ଚମଡା ନିର୍ମିତ ଉତ୍ପାଦ
  • ଲୁହା ଉପକରଣ
  • ବୀମା
  • ବିଜୁଳି
  • ସୁନା ରୂପା 
  • ତମ୍ବା 
  • କୃଷି ଉପକରଣ
  • ଜୋତା