ଷଷ୍ଠ ଦିନରେ ପହଞ୍ଚିଲା କୃଷି ଆନ୍ଦୋଳନ,ସମର୍ଥନରେ ଆସିଲେ କାନାଡା ପ୍ରଧାନମନ୍ତ୍ରୀ
Advertisement

ଷଷ୍ଠ ଦିନରେ ପହଞ୍ଚିଲା କୃଷି ଆନ୍ଦୋଳନ,ସମର୍ଥନରେ ଆସିଲେ କାନାଡା ପ୍ରଧାନମନ୍ତ୍ରୀ

ଭାରତ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା କୃଷି ଆଇନକୁ ବିରୋଧ କରି ଦେଶର କୃଷକଙ୍କ ପକ୍ଷରୁ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । 

ଷଷ୍ଠ ଦିନରେ ପହଞ୍ଚିଲା କୃଷି ଆନ୍ଦୋଳନ,ସମର୍ଥନରେ ଆସିଲେ କାନାଡା ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କୃଷି ଆଇନ ୨୦୨୦ (Agriculture Bills 2020) ବିରୋଧ କରି କୃଷକଙ୍କ ପକ୍ଷରୁ ଚାଲିଥିବା ଆନ୍ଦୋଳନ (Farmer Protest) ମଙ୍ଗଳବାର ଷଷ୍ଠ ଦିନରେ ପହଞ୍ଚିଛି। ଏହି ଆନ୍ଦୋଳନରେ ସାମିଲ ହୋଇଥିବା କୃଷକଙ୍କ ଭିଡ ଦିଲ୍ଲୀ ସୀମାରେ ଦୃଶ୍ୟମାନ ହୋଇଛି। ସରକାରଙ୍କ ନିବେଦନ ସତ୍ତ୍ୱେ ଏହି ଆନ୍ଦୋଳନରୁ ହଟିବା ଲାଗି ପ୍ରସ୍ତୁତ ନାହାଁନ୍ତି। ଆନ୍ଦୋଳନରତ କୃଷକଙ୍କ କହିବା କଥା ଯେ ପର୍ଯ୍ୟନ୍ତ ସରକାର ଆମ ଦାବି ପୂରଣ କରିନାହାଁନ୍ତି ସେ ପର୍ଯ୍ୟନ୍ତ ସେମାନଙ୍କ ପକ୍ଷରୁ ଚାଲିଥିବା ବିରୋଧ ପ୍ରଦର୍ଶନ ଜାରି ରହିବ।   

ଭାରତ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା କୃଷି ଆଇନକୁ ବିରୋଧ କରି ଦେଶର କୃଷକଙ୍କ ପକ୍ଷରୁ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି କାନାଡା ପ୍ରଧାନମନ୍ତ୍ରୀ (Canada Prime Minister) ଜଷ୍ଟିନ ଟ୍ରୁଡୋ (Justin Trudeau)। ଏନେଇ ଟ୍ୱିଟ କରି ସେ କହିଛନ୍ତି, "ଅବସ୍ଥା ବହୁତ ଚିନ୍ତାଜନକ। ଶାନ୍ତିପୂର୍ଣ୍ଣ ପ୍ରଦର୍ଶନର ଅଧିକାର ସୁରକ୍ଷା ପାଇଁ କାନାଡା ସବୁବେଳେ ଛିଡା ହେବ।" 

Also Read: କିଏ ସେ ଯୋଗିନ୍ଦର ସିଂ ଉଗ୍ରାହାନ, ଯିଏ ଚାଷୀ ଆନ୍ଦୋଳନ ମାଧ୍ୟମରେ ମୋଦି ସରକାରଙ୍କ ହଜାଇ ଦେଇଛନ୍ତି ନିଦ!

 

ନୂତନ କୃଷି ଆଇନ ବିରୁଦ୍ଧରେ ଆନ୍ଦୋଳନ କରୁଥିବା କୃଷକଙ୍କ ସହ ଆଲୋଚନା କରିବାକୁ କେନ୍ଦ୍ର କୃଷି ମନ୍ତ୍ରୀ (Union Agriculture Minister) ନରେନ୍ଦ୍ର ସିଂ ତୋମାର (Narendra Singh Tomar) ଆହ୍ୱାନ ଦେଇଛନ୍ତି। ଏହି କଥାବାର୍ତ୍ତାରେ ପ୍ରାୟ ୩୨ଟି କୃଷକ ସଙ୍ଗଠନ ଅଂଶଗ୍ରହଣ କରିବେ। ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନକୁ ୩୦ଟି କୃଷକ ସଙ୍ଗଠନ ସମର୍ଥନ ଜଣାଇଛନ୍ତି।

କେନ୍ଦ୍ର କୃଷି ମନ୍ତ୍ରୀ ଆନ୍ଦୋଳନରତ କୃଷକ ସଙ୍ଗଠନ ସହ ଜଡିତ କୃଷକ ନେତାଙ୍କୁ ଆଲୋଚନା ପାଇଁ ନିମନ୍ତ୍ରଣ ପଠାଇଛନ୍ତି। କୃଷକଙ୍କ ସହ ଆଲୋଚନା କରିବାକୁ କେନ୍ଦ୍ର ସରକାର ସବୁବେଳେ ପ୍ରସ୍ତୁତ ଅଛନ୍ତି ବୋଲି କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନ ଠାରେ କୃଷକଙ୍କ ସହ ହେବାକୁ ଆଲୋଚନାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅଧ୍ୟକ୍ଷତା କରିବାକୁ ଯାଉଥିବା ବେଳେ ଏହି ବୈଠକରେ ବିଭିନ୍ନ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହିବେ।   

ଚାଷୀଙ୍କ ସହ ହେଉଥିବା ବୈଠକରେ ଲକ୍ଷ୍ୟ ହେଉଛି ସେମାନଙ୍କ ସନ୍ଦେହ ଦୂର କରିବା। ନୂତନ କୃଷି ଆଇନ ରଦ୍ଦ ହେବ ନାହିଁ ବୋଲି ଜଣାପଡିଛି। ଏହା ସହ ସରକାର କୃଷକଙ୍କୁ ମନାଇବା ପାଇଁ ଚେଷ୍ଟା କରିବେ କୃଷିଜାତ ଦ୍ରବ୍ୟକୁ ବିକ୍ରୟକୁ ନେଇ ମିଳୁଥିବା ସର୍ବନିମ୍ନ ସହାୟକ ମୂଲ୍ୟ-ଏମଏସପି (MSP-Minimum Support Price) ସହ ବିକ୍ରୟ ଲାଗି ଉଦ୍ଦିଷ୍ଟ ମଣ୍ଡି (Mandi) ବ୍ୟବସ୍ଥା ଶେଷ ହେବ ନାହିଁ। ବୈଠକରେ କୃଷକଙ୍କ ପାଇଁ ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିପାରିବେ। 

Also Read:ବର୍ବରତାକୁ ଭୁଲି ଅନ୍ନଦାତା ଧର୍ମ ପାଳନ କଲେ କୃଷକ!

ଆଲୋଚନା ପୂର୍ବରୁ କୃଷକ ସମ୍ମିଳନୀରେ ଆନ୍ଦୋଳନରତ କୃଷକ ଗଣମାଧ୍ୟମକୁ କହିଛନ୍ତି ସେମାନଙ୍କୁ ସର୍ବନିମ୍ନ ସହାୟତା ମୂଲ୍ୟ ନିଶ୍ଚିତ କରାଯିବା ଉଚିତ୍। ଚାଷୀ ଉପଯୁକ୍ତ ମୂଲ୍ୟ ନପାଇବାର ଅଭିଯୋଗ କରିଛନ୍ତି। ମଧ୍ୟସ୍ଥିଙ୍କ ଠାରୁ ଆରାମ ମିଳିବ ଏବଂ ବଜାର ବାହାରେ ଫସଲ ବିକ୍ରୟ କରି ଲାଭ ହେବ ବୋଲି ନୂତନ କୃଷି ଆଇନରେ ବ୍ୟବସ୍ଥା କରାଯାଇଥିଲା।

ଦିଲ୍ଲୀର ବୁରାରି ଗ୍ରାଉଣ୍ଡରେ କୃଷକଙ୍କ ମଞ୍ଚ ପ୍ରସ୍ତୁତ ହୋଇଛି। ସରକାରଙ୍କ ସହ ଆଲୋଚନା ପରେ ଚାଷୀଙ୍କୁ ସମ୍ବୋଧିତ କରାଯିବ। ଦିଲ୍ଲୀର ସିଙ୍ଗୁ ଏବଂ ଟିକାରି ସୀମା ଏପର୍ଯ୍ୟନ୍ତ ବନ୍ଦ ରହିଛି। ଟିକ୍ରି ନିକଟରେ ଥିବା ଲ୍ୟାମ୍ପୁର ସୀମା ମଧ୍ୟ ବନ୍ଦ ରହିଛି। ଲମ୍ପୁର ସୀମାରେ କୃଷକ ଧର୍ମଘଟ କରିଥିଲେ। ଗାଜିପୁର ସୀମାରେ ୟୁପି ଫାଟକରୁ ରାସ୍ତା ବନ୍ଦ ଥିବାବେଳେ ଗାଜିପୁର ସୀମାରେ ୨୪ନଂ ଜାତୀୟ ରାଜପଥ ରାସ୍ତାକୁ ଖୋଲା ଯାଇଛି। ଦିଲ୍ଲୀରୁ ନୋଏଡା ପର୍ଯ୍ୟନ୍ତ ରାସ୍ତା ମଧ୍ୟ ଖୋଲା ରହିଛି।

Also Read:ଆନ୍ଦୋଳନରୁ ଓହରିବେ ଅନ୍ନଦାତା! ନୂଆ ରଣନୀତି ପ୍ରସ୍ତୁତ କଲେ ଅମିତ ଶାହା

 

ନୋଏଡା ଠାରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ରାସ୍ତାରେ କୃଷକଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ସୁରକ୍ଷା ବୃଦ୍ଧି କରାଯାଇଛି। ନୋଏଡା ଫାଟକରେ ଦିଲ୍ଲୀ ପୋଲିସ ଏବଂ ଅର୍ଦ୍ଧ ସାମରିକ ବଳ ମୁତୟନ କରାଯାଇଛି। ଆନ୍ଦୋଳନରତ କୃଷକ ନୋଏଡା ଦେଇ ଦିଲ୍ଲୀ ଯିବାକୁ ଚାହୁଁଛନ୍ତି।