CAPF Recruitment 2023: CRPF-BSF ବାହିନୀରେ ଅଧିକାରୀ ହେବାର ସୁଯୋଗ, ବିନା ପରୀକ୍ଷାରେ ହେବ ଚୟନ
Advertisement
Article Detail0/zeeodisha/odisha1573055

CAPF Recruitment 2023: CRPF-BSF ବାହିନୀରେ ଅଧିକାରୀ ହେବାର ସୁଯୋଗ, ବିନା ପରୀକ୍ଷାରେ ହେବ ଚୟନ

CAPF Recruitment 2023 News: ପ୍ରାର୍ଥୀ ଯେଉଁମାନେ ଅର୍ଦ୍ଧସାମରିକ ବାହିନୀରେ ଚାକିରି କରିବାକୁ ଚାହୁଁଛନ୍ତି, ସେମାନେ ମଧ୍ୟ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଏହି ପଦ ପାଇଁ ଆଗ୍ରହୀ ପ୍ରାର୍ଥୀ https://recruitment.itbpolice.nic.in/ ଲିଙ୍କ୍ ମାଧ୍ୟମରେ ଅନଲାଇନ ଆବେଦନ କରିପାରିବେ। ଏହା ବ୍ୟତୀତ ଆବେଦନ କରିବାକୁ ଯାଉଥିବା ପ୍ରାର୍ଥୀ ଏହି ଲିଙ୍କ କ୍ଲିକ୍ କରି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ପାଇଁ ହେଉଥିବା ନିଯୁକ୍ତି ଲାଗି ଜାରି ହୋଇଥିବା ସରକାରୀ ବିଜ୍ଞପ୍ତି ବାବଦରେ ଯାଞ୍ଚ କରିପାରିବେ।

CAPF Recruitment 2023: CRPF-BSF ବାହିନୀରେ ଅଧିକାରୀ ହେବାର ସୁଯୋଗ, ବିନା ପରୀକ୍ଷାରେ ହେବ ଚୟନ

Central Armed Police Force Recruitment 2023: କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳରେ ଅଧିକାରୀ ହେବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ଖୁସି ଖବର। ମେଡିକାଲ ଅଫିସର ପଦବୀରେ ନିଯୁକ୍ତି ପାଇଁ ଆବେଦନ ଆହ୍ୱାନ କରିଛି ସିଏପିଏଫ। ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀ ସିଏପିଏଫ ୱେବସାଇଟ capf.gov.in ପରିଦର୍ଶନ କରି ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ। ଏହି ପଦବୀ ପାଇଁ ଆବେଦନ କରିବା  ତାରିଖ ୧୫ ଫେବୃଆରୀରୁ ଆରମ୍ଭ ହେଉଛି।

ପ୍ରାର୍ଥୀ ଯେଉଁମାନେ ଅର୍ଦ୍ଧସାମରିକ ବାହିନୀରେ (Para Military) ଚାକିରି କରିବାକୁ ଚାହୁଁଛନ୍ତି, ସେମାନେ ମଧ୍ୟ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଏହି ପଦ ପାଇଁ ଆଗ୍ରହୀ ପ୍ରାର୍ଥୀ https://recruitment.itbpolice.nic.in/ ଲିଙ୍କ୍ ମାଧ୍ୟମରେ ଅନଲାଇନ ଆବେଦନ କରିପାରିବେ। ଏହା ବ୍ୟତୀତ ଆବେଦନ କରିବାକୁ ଯାଉଥିବା ପ୍ରାର୍ଥୀ ଏହି ଲିଙ୍କ କ୍ଲିକ୍ କରି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (Central Armed Police Force) ସିଏପିଏଫ (CAPF) ପାଇଁ ହେଉଥିବା ନିଯୁକ୍ତି ଲାଗି ଜାରି ହୋଇଥିବା ସରକାରୀ ବିଜ୍ଞପ୍ତି ବାବଦରେ ଯାଞ୍ଚ କରିପାରିବେ। ଭାରତ ସରକାରଙ୍କ (Govt of India) ଗୃହ ମନ୍ତ୍ରଣାଳୟ (Ministry of Home Affairs) ଅଧିନସ୍ଥ କେନ୍ଦ୍ରୀୟ ସଂରକ୍ଷିତ ପୋଲିସ ବାହିନୀ (Central Reserve Police Force) ସିଆରପିଏଫ (CRPF), ସୀମା ସୁରକ୍ଷା ବଳ (Border Security Force) ବିଏସଏଫ (BSF), ସଶସ୍ତ୍ର ସୀମା ବଳ (Sashastra Seema Bal) ଏସଏସବି (SSB), ଇଣ୍ଡୋ-ତିବ୍ଦେତାନ ବର୍ଡର ପୋଲିସ (Indo Tibetan Border Police) ଆଇଟିବିପି (ITBP) ଏବଂ ଆସାମ ରାଇଫଲ୍ସ (Assam Rifles) ବାହିନୀରେ ମେଡିକାଲ ଅଫିସର, ସୁପର ସ୍ପେଶାଲିଷ୍ଟ ମେଡିକାଲ ଅଫିସର, ବିଶେଷଜ୍ଞ ମେଡିକାଲ ଅଫିସର ପଦ ଲାଗି ଆବେଦନ ଆହ୍ୱାନ କରାଯାଉଛି। ମୋଟ ୨୯୭ ପଦ ଲାଗି ହେବ ନିଯୁକ୍ତି। 

ସିଏପିଏଫ ନିଯୁକ୍ତି ୨୦୨୩ ଗୁରୁତ୍ୱପୂର୍ଣ୍ଣ ତାରିଖ

ଆବେଦନ ପ୍ରକ୍ରିୟା ୨୦୨୩, ଫେବୃଆରୀ ୧୫ ତାରିଖରୁ ଆରମ୍ଭ ହେନ। ଆବେଦନ କେବଳ ଅନଲାଇନ୍ ମାଧ୍ୟମ ଗ୍ରହଣ କରାଯିବ। ସିଏପିଏଫ ମେଡିକାଲ ଅଫିସର ନିଯୁକ୍ତି ୨୦୨୩ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୧୬ ମାର୍ଚ୍ଚ ୨୦୨୩।

ସିଏପିଏଫ ନିଯୁକ୍ତି ୨୦୨୩ ପାଇଁ ପଦବୀ ସଂଖ୍ୟା

  • ସୁପର ସ୍ପେଶାଲିଷ୍ଟ ମେଡିକାଲ୍ ଅଫିସର (ସେକେଣ୍ଡ ଇନ କମାଣ୍ଡ): ୫ 
  • ସ୍ପେଶାଲିଷ୍ଟ ମେଡିକାଲ୍ ଅଫିସର (ଡେପୁଟି କମାଣ୍ଡାଣ୍ଟ): ୧୮୫ 
  • ମେଡିକାଲ୍ ଅଫିସର (ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ): ୧୦୭
  • ମୋଟ ପଦବୀ ସଂଖ୍ୟା: 297

ସିଏପିଏଫ ନିଯୁକ୍ତି ୨୦୨୩ ପାଇଁ ଶିକ୍ଷାଗତ ଯୋଗ୍ୟତା
ପ୍ରାର୍ଥୀଙ୍କ ପାଖରେ ଯେକୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ DM / M.Ch / PG / MBBS ଡିଗ୍ରୀ/ଡିପ୍ଲୋମା ରହିବା ଆବଶ୍ୟକ।

ସିଏପିଏଫ ନିଯୁକ୍ତି ୨୦୨୩ ପାଇଁ ବୟସ ସୀମା

  • ମେଡିକାଲ୍ ଅଫିସର (ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ): ୩୦ ବର୍ଷ
  • ସ୍ପେଶାଲିଷ୍ଟ ମେଡିକାଲ୍ ଅଫିସର (ଡେପୁଟି କମାଣ୍ଡାଣ୍ଟ): ୪୦ ବର୍ଷ 
  • ସୁପର ସ୍ପେଶାଲିଷ୍ଟ ମେଡିକାଲ୍ ଅଫିସର: ୫୦ ବର୍ଷ

୪ ପର୍ଯ୍ୟାୟରେ ହେବ ସିଏପିଏଫ ନିଯୁକ୍ତି ୨୦୨୩ ଚୟନ ପ୍ରକ୍ରିୟା

  • ପ୍ରଥମେ ସେହି ପ୍ରାର୍ଥୀଙ୍କ ପାଇଁ ଡକ୍ୟୁମେଣ୍ଟେସନ୍ କରାଯିବ ଯେଉଁମାନେ ସଫଳତାର ସହିତ ଆବେଦନ କରିଛନ୍ତି ଏବଂ ପରବର୍ତ୍ତୀ ଚୟନ ପ୍ରକ୍ରିୟା ପାଇଁ ଯୋଗ୍ୟ ହୋଇଛନ୍ତି। ସାକ୍ଷାତକାରର ତାରିଖ ଉଲ୍ଲେଖ କରି ସେମାନଙ୍କୁ ଏକ ଇ-ଆଡମିଟ୍ କାର୍ଡ ଦିଆଯିବ।
  • ଦ୍ୱିତୀୟ ଯେଉଁ ପ୍ରାର୍ଥୀଙ୍କ ଡକ୍ୟୁମେଣ୍ଟ ସଠିକ୍ ବୋଲି ଜଣାପଡିଛି ସେମାନଙ୍କ ପାଇଁ ଏକ ବ୍ୟକ୍ତିଗତ ପରୀକ୍ଷା/ସାକ୍ଷାତକାର କରାଯିବ।
  • ତୃତୀୟ ପର୍ଯ୍ୟାୟରେ ଶାରୀରିକ ମାନକ ପରୀକ୍ଷା (PST) କରାଯିବ।
  • ଚୟନ ପ୍ରକ୍ରିୟାର ଚତୁର୍ଥ ପର୍ଯ୍ୟାୟରେ ଶାରୀରିକ ମାନକ ପରୀକ୍ଷାକୁ ସଫଳତାର ସହ ପାସ କରିଥିବା ପ୍ରାର୍ଥୀଙ୍କ ପାଇଁ ଏକ ଡାକ୍ତରୀ ପରୀକ୍ଷା କରାଯିବ।