Advertisement
Article Detail0/zeeodisha/odisha764763
Zee OdishaOdisha National-Internationalହାଥରସ ଘଟଣା: ପ୍ରାଥମିକ ତଦନ୍ତ ରିପୋର୍ଟ ଡିଲିଟ କଲା ସିବିଆଇ, ସାଧାରଣରେ ଉଠିଲା ପ୍ରଶ୍ନ

ହାଥରସ ଘଟଣା: ପ୍ରାଥମିକ ତଦନ୍ତ ରିପୋର୍ଟ ଡିଲିଟ କଲା ସିବିଆଇ, ସାଧାରଣରେ ଉଠିଲା ପ୍ରଶ୍ନ

ହାଥରସ ମାମଲାରେ ପ୍ରାଥମିକ ପର୍ଯ୍ୟାୟରେ ହୋଇଥିବା ତଦନ୍ତ ରିପୋର୍ଟରେ ପୀଡ଼ିତାଙ୍କ ନାମକୁ ଉହ୍ୟ ରଖାଯାଇଛି। କିନ୍ତୁ ଅଯଥା ବିବାଦରୁ ଦୁରେଇ ରହିବା ପାଇଁ ସିବିଆଇ ଏଭଳି କାର୍ଯ୍ୟ ଗ୍ରହଣ କରିଛି ବୋଲି ଜଣାପଡ଼ିଛି। 

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ହାଥରସରେ ହୋଇଥିବା କଥିତ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଆରମ୍ଭ କରିଦେଇଛି। କିନ୍ତୁ ସିବିଆଇର ତଦନ୍ତକୁ ନେଇ ଉଠିଛି ପ୍ରଶ୍ନ। ପ୍ରାଥମିକ ତଦନ୍ତ ରିପୋର୍ଟକୁ ଓ୍ୱେବସାଇଟରେ ପକାଇବାର କିଛି ସମୟ ପରେ ଉକ୍ତ ତଥ୍ୟକୁ ଡିଲିଟ କରିଦେଇଛି ସିବିଆଇ। ତେବେ ସିବିଆଇର ଏତାଦୃଶ୍ୟ କାର୍ଯ୍ୟକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ। ସେପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା ହେବା ସନ୍ଦେହ କରି ସିବିଆଇ ଏଭଳି ପଦକ୍ଷେପ ନେଇଥିବା ନେଇ ଜଣାପଡ଼ିଛି। 

ସେପଟେ କିନ୍ତୁ ଗଣମାଧ୍ୟମ ପାଇଁ ଜାରି କରିଥିବା ସୂଚନାକୁ ଓ୍ୱେବସାଇଟରୁ ଡିଲିଟ କରିନାହିଁ ସିବିଆଇ। ମିଳିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ, ହାଥରସ ମାମଲାରେ ପ୍ରାଥମିକ ପର୍ଯ୍ୟାୟରେ ହୋଇଥିବା ତଦନ୍ତ ରିପୋର୍ଟରେ ପୀଡ଼ିତାଙ୍କ ନାମକୁ ଉହ୍ୟ ରଖାଯାଇଛି। କିନ୍ତୁ ଅଯଥା ବିବାଦରୁ ଦୁରେଇ ରହିବା ପାଇଁ ସିବିଆଇ ଏଭଳି କାର୍ଯ୍ୟ ଗ୍ରହଣ କରିଛି ବୋଲି ଜଣାପଡ଼ିଛି। 

ନ୍ୟାୟମୂର୍ତ୍ତି ମଦନ ବି ଲୋକୁରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଗତ ୨୦୧୮ ମସିହା ଡିସେମ୍ବର ମାସରେ ଏକ ନିର୍ଦ୍ଦେଶନାମା ଜାରି କରି କହିଥିଲେ କି, ଛାପା ତଥା ବୈଦୁତିକ ଗଣମାଧ୍ୟମ ଦୁଷ୍କର୍ମ ପୀଡ଼ିତାଙ୍କ ପରିଚୟ କୌଣସି ପରିସ୍ଥିତିରେ ସାର୍ବଜନୀନ କରାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ତେବେ ଉଚ୍ଚତମ ନ୍ୟାୟାଳୟ କହିଥିଲେ କି, ପୋଲିସ ଦୁଷ୍କର୍ମ ଓ ଯୌନ ଉତ୍ପିଡ଼ନ ଘଟଣା ମାମଲାରେ ପ୍ରାଥମିକ ସ୍ତରରେ ସାର୍ବଜନୀନ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଥିଲେ। 

Add Zee News as a Preferred Source

ସୂଚନାଯୋଗ୍ୟ ଉତ୍ତରପ୍ରଦେଶର ହାଥରସ ଜିଲ୍ଲାରେ ଜଣେ ଦଳିତ ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ଘଟଣାର ତଦନ୍ତ ଭାର ରାଜ୍ୟ ସରକାର ସିବିଆଇକୁ ହସ୍ତାନ୍ତର କରିଛନ୍ତି। 

 

About the Author