• ଗଞ୍ଜାମ ଭଞ୍ଜନଗର ବ୍ଲକ୍‌ କୁଟୁଣୁକୁମ୍ପା ଗାଁରେ ଗୁଳିମାଡ଼
  • ଗୁରୁତର ଆହତ ଶିବରାମ ନାୟକ ବ୍ରହ୍ମପୁର ବଡ଼ ମେଡିକାଲ ଭର୍ତ୍ତି
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬ ,୧୧୫ଟି ନୂଆ କୋରୋନା ମାମଲା ଚିହ୍ନଟ, ୨୫୨ ମୃତ
  • ଦିନକରେ ରାଜ୍ୟରେ ଆଉ ୪୬୨ କୋରୋନା ଆକ୍ରାନ୍ତ ଚିହ୍ନଟ, ୫ ମୃତ
  • ବାଲେଶ୍ବର ମଥାନୀରେ ଜଳକା ବିପଦ ସଂକେତ ଉପରେ ପ୍ରବାହିତ
  • ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଟିମ୍‌କୁ ବୋମା ବିସ୍ଫୋରଣ ଧମକ !
  • ନ୍ୟୁଜିଲାଣ୍ଡ ଟିମ୍‌କୁ ନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡକୁ ଆସିଛି ଧମକପୂର୍ଣ୍ଣ ଇ-ମେଲ୍‌
  • ଆସନ୍ତା ୨୫ରେ ଆମେରିକାରେ ଆୟୋଜିତ ହେବ କ୍ବାଡ଼ ସମ୍ମିଳନୀ
  • କେନ୍ଦୁଝରରେ ନେସ୍କୋ ଯନ୍ତ୍ରୀ ମହେଶ୍ଵର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି

CBSE Result: ଶେଷ ହେଲା ଅପେକ୍ଷା; ଏହିପରି ଚେକ୍ କରନ୍ତୁ ଦ୍ୱାଦଶ ରେଜଲ୍ଟ, ଡାଉନଲୋଡ୍ କରନ୍ତୁ ସାର୍ଟିଫିକେଟ୍

ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (CBSE) ଦ୍ୱାଦଶ ଶ୍ରେଣୀର ଫଳାଫଳ ବୋର୍ଡର ଅଫିସିଆଲ୍ ୱେବସାଇଟ୍, cbseresults.nic.in କିମ୍ବା cbse.gov.in ରେ ଯାଞ୍ଚ କରାଯାଇପାରିବ । ଏହା ବ୍ୟତୀତ ଛାତ୍ରମାନେ IVRS, SMS, Digilocker, UMANG ଆପ୍ ଓ ଅନ୍ୟାନ୍ୟ ପ୍ଲାଟଫର୍ମ ମଧ୍ୟ ପାଇପାରିବେ ।

CBSE Result: ଶେଷ ହେଲା ଅପେକ୍ଷା; ଏହିପରି ଚେକ୍ କରନ୍ତୁ ଦ୍ୱାଦଶ ରେଜଲ୍ଟ, ଡାଉନଲୋଡ୍ କରନ୍ତୁ ସାର୍ଟିଫିକେଟ୍
ପ୍ରତୀକାତ୍ମକ ଛବି

CBSE Class 12th Result 2021: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦ୍ୱାଦଶ ଶ୍ରେଣୀର ଛାତ୍ରମାନଙ୍କ ଅପେକ୍ଷାକୁ ସମାପ୍ତ କରିଛି ଓ ବୋର୍ଡ ପରୀକ୍ଷା ଫଳାଫଳ ଘୋଷଣା କରିଛି । CBSE ଆଜି (ଜୁଲାଇ 30) ଦ୍ୱାଦଶ ଶ୍ରେଣୀ ଫଳାଫଳ ଅପରାହ୍ନ 2 ଟାରେ ଘୋଷଣା କରିଛି । ଯାହା ବୋର୍ଡର ଅଫିସିଆଲ୍ ୱେବସାଇଟ୍ cbse.gov.in କିମ୍ବା cbseresults.nic.in ରେ ଯାଞ୍ଚ କରାଯାଇପାରିବ ।

ବିକଳ୍ପ ଉପାୟରେ ପ୍ରସ୍ତୁତ ହୋଇଛି ଫଳାଫଳ 
କୋରୋନା ଭାଇରସ୍ ପାଣ୍ଡେମିକ୍ ଯୋଗୁଁ ଦ୍ୱାଦଶ ବୋର୍ଡ ପରୀକ୍ଷା ଚଳିତ ବର୍ଷ ହୋଇପାରି ନାହିଁ । ତେଣୁ ଫଳାଫଳ ଚୂଡ଼ାନ୍ତ କରିବାକୁ ସିବିଏସ୍ଇ ବୋର୍ଡ ଏକ ବିକଳ୍ପ ମୂଲ୍ୟାଙ୍କନ ଯୋଜନା ଗ୍ରହଣ କରିଛି ।

ଏହି ଫର୍ମୂଲା ଉପରେ ପ୍ରସ୍ତୁତ ହୋଇଛି ରେଜଲ୍ଟ 

CBSE ଦ୍ୱାଦଶ ଫଳାଫଳ 30:30:40 ର ଫର୍ମୂଲାରେ ପ୍ରସ୍ତୁତ ହୋଇଛି । ଏଥିରେ ଦଶମ ଓ ଏକାଦଶ ମାର୍କକୁ 30-30 ପ୍ରତିଶତ ୱେଟେଜ ଏବଂ ଦ୍ୱାଦଶ ଶ୍ରେଣୀର ଇନଟରନାଲ ପରୀକ୍ଷାକୁ ୪୦ ପ୍ରତିଶତ ୱେଟେଜ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ଦଶମ ଶ୍ରେଣୀର ୫ଟି ମଧ୍ୟରୁ ଶ୍ରେଷ୍ଠ ୩ଟି ପେପର୍ସର ମାର୍କ ନିଆଯାଇଛି । ସେହିଭଳି ୧୧ ଶ୍ରେଣୀର ଶ୍ରେଷ୍ଠ ୩ ପେପର୍ସର ମାର୍କ ମଧ୍ୟ ନିଆଯାଇଛି । ଏଥି ସହିତ ଦ୍ୱାଦଶ ଶ୍ରେଣୀରେ ୟୁନିଟ୍ ର ମାର୍କ, ଟର୍ମ ଏବଂ ଛାତ୍ରଛାତ୍ରୀମାନଙ୍କର ପ୍ର୍ୟାକ୍ଟିକାଲ ପରୀକ୍ଷାର ମାର୍କ ନିଆଯିବ । ଯେଉଁ ଛାତ୍ରଛାତ୍ରୀମାନେ ଫଳାଫଳରେ ସନ୍ତୁଷ୍ଟ ନୁହଁନ୍ତି ସେମାନଙ୍କୁ ପରୀକ୍ଷା ଦେବା ପାଇଁ  ସୁଯୋଗ ଦିଆଯିବ । ତେବେ ଏଥିପାଇଁ କୋରୋନା ସ୍ଥିତି ସ୍ୱାଭାବିକ ହେବାକୁ ଅପେକ୍ଷା କରିବାକୁ ପଡିବ ।

ଅଧିକ ପଢ଼ନ୍ତୁ: ଟିମ୍ ଇଣ୍ଡିଆର ସ୍ଥାୟୀ କୋଚ୍ ହେବେ କି ରାହୁଲ ଦ୍ରାବିଡ଼? ଦେଲେ ଏହି ଜବାବ 

ଏହିପରି CBSE ୱେବସାଇଟରେ ଚେକ୍ କରନ୍ତୁ ଫଳାଫଳ

୧. CBSE ର ଅଫିସିଆଲ୍ ୱେବସାଇଟ୍ cbseresults.nic.in କିମ୍ବା cbse.gov.in ର  ଭିଜିଟ କରନ୍ତୁ ।

 ୨. ଏଠାରେ ହୋମପେଜରେ ଆପଣଙ୍କୁ ଫଳାଫଳ ଟ୍ୟାବ୍ ଉପରେ କ୍ଲିକ୍ କରିବାକୁ ପଡିବ ।

୩. CBSE ଦ୍ୱାଦଶ ଫଳାଫଳ 2021 ଯାଞ୍ଚ କରିବାକୁ ରୋଲ୍ ନମ୍ବର ଦାଖଲ କରନ୍ତୁ ।

୪. CBSE ଦ୍ୱାଦଶ ଫଳାଫଳ 2021 ସ୍କ୍ରିନରେ ଖୋଲିବ, ବିବରଣୀ ଚେକ୍ କରନ୍ତୁ ।

୫. CBSE ଦ୍ୱାଦଶ ବୋର୍ଡ ଫଳାଫଳ 2021 ମାର୍କସିଟ୍ ଡାଉନଲୋଡ୍ କରନ୍ତୁ ଏବଂ ଏକ ପ୍ରିଣ୍ଟଆଉଟ୍ ବାହାର କରନ୍ତୁ ।

ଅଧିକ ପଢ଼ନ୍ତୁ: ସରକାରୀ କର୍ମଚାରୀଙ୍କୁ ମିଳିବ ଦ୍ୱିଗୁଣା ଲାଭ, DA ପରେ HRA ବୃଦ୍ଧି କଲା କେନ୍ଦ୍ର

IVRS ଓ SMS ମାଧ୍ୟମରେ ଏହିପରି ଜାଣନ୍ତୁ ଫଳାଫଳ
ଛାତ୍ରମାନେ ମଧ୍ୟ IVRS ଓ SMS ମାଧ୍ୟମରେ CBSE ଦଶମ ଓ ଦ୍ୱାଦଶ ଫଳାଫଳ ଜାଣିପାରିବେ । ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ସିବିଏସ୍ଇ ବୋର୍ଡ ଫଳାଫଳ ପଠାଇବ । ଏଥିପାଇଁ ଛାତ୍ରମାନଙ୍କୁ CBSE12 <ROLLNUMBER> <ADMITCARDID> ଲେଖି 7738299899 ନମ୍ବରକୁ ପଠାଇବାକୁ ପଡିବ । ଏହିପରି ସେମାନେ ସେମାନଙ୍କର ଫଳାଫଳ ଜାଣିପାରିବେ ।

Digi Locker ରେ ଏପରି ଦେଖନ୍ତୁ ରେଜଲ୍ଟ ଓ ପାଆନ୍ତୁ ସାର୍ଟିଫିକେଟ୍ 
ଏହା ସହିତ ଛାତ୍ରମାନେ ଡିଜିଲୋକର୍, UMANG ଆପ୍ ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମରେ ଦଶମ ଓ ଦ୍ୱାଦଶ ଫଳାଫଳ ମଧ୍ୟ ପାଇପାରିବେ । ଛାତ୍ରମାନେ CBSE ରେ ପଞ୍ଜୀକୃତ ମୋବାଇଲ୍ ନମ୍ବର ବ୍ୟବହାର କରି Digilocker - digilocker.gov.in କୁ ଲଗ୍ଇନ୍ କରିପାରିବେ ଏବଂ ଆପରୁ ସେମାନଙ୍କର ମାର୍କ ସିଟ୍ ଏବଂ ପ୍ରମାଣପତ୍ର ଡାଉନଲୋଡ୍ କରିପାରିବେ । ଏହି ବର୍ଷ ଠାରୁ ବୋର୍ଡ ଡିଜି ଲକର ମାଧ୍ୟମରେ ମାଇଗ୍ରେଶନ ସାର୍ଟିଫିକେଟର ସଫ୍ଟ କପି ମଧ୍ୟ ପ୍ରଦାନ କରିବ । କେବଳ ଅନୁରୋଧ ଅନୁଯାୟୀ ହାର୍ଡ କପି ପ୍ରଦାନ କରାଯିବ ।