ପିଏମ ମୋଦିଙ୍କୁ ଅପେକ୍ଷା କରାଇଥିବା ମମତାଙ୍କ ମୁଖ୍ୟ ପରାମର୍ଶଦାତା ଅଲପନ ବନ୍ଦୋପାଧ୍ୟାୟଙ୍କ ବିରୋଧରେ ଏହି ଆକ୍ସନ ନେବେ କେନ୍ଦ୍ର ସରକାର
Advertisement

ପିଏମ ମୋଦିଙ୍କୁ ଅପେକ୍ଷା କରାଇଥିବା ମମତାଙ୍କ ମୁଖ୍ୟ ପରାମର୍ଶଦାତା ଅଲପନ ବନ୍ଦୋପାଧ୍ୟାୟଙ୍କ ବିରୋଧରେ ଏହି ଆକ୍ସନ ନେବେ କେନ୍ଦ୍ର ସରକାର

ଆମେ ଆପଣଙ୍କୁ କହି ରଖୁଛୁ ଯେ, ଅଲପନ ବନ୍ଦୋପାଧ୍ୟାୟ (Alapan Bandyopadhyay) ଙ୍କ ଅବସର ତାରିଖ ଚଳିତ ବର୍ଷର ମେ ୩୧ ତାରିଖରେ ଥିଲା, କିନ୍ତୁ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ମେ ୨୪ରେ ହିଁ ତାଙ୍କୁ ତିନିମାସର ସେବା ବୃଦ୍ଧି ମିଳିଥିଲା । 

ପିଏମ ମୋଦିଙ୍କୁ ଅପେକ୍ଷା କରାଇଥିବା ମମତାଙ୍କ ମୁଖ୍ୟ ପରାମର୍ଶଦାତା ଅଲପନ ବନ୍ଦୋପାଧ୍ୟାୟଙ୍କ ବିରୋଧରେ ଏହି ଆକ୍ସନ ନେବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟ (Alapan Bandyopadhyay) ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ରର ମୋଦି ସରକାର (Modi Govt) ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର କାର୍ମିକ ଏବଂ ତାଲିମ ମନ୍ତ୍ରଣାଳୟ ଦ୍ୱାରା ଏହି ସୂଚନା ତାଙ୍କୁ ଦିଆଯାଇଛି । ମୁଖ୍ୟ ଶାସନ ସଚିବ ପଦରୁ ଇସ୍ତଫା ଦେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (CM Mamata Banerjee) ଙ୍କ ପରାମର୍ଶଦାତା ହୋଇଥିବା ଅଲପନଙ୍କ ବିରୋଧରେ ଅଲ ଇଣ୍ଡିଆ ସର୍ଭିସେସ୍ ନିୟମ ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କାର୍ମିକ ମନ୍ତ୍ରଣାଳୟ ଅଲପନଙ୍କୁ କହିଛି ଯେ ସେ ନିଜ ପକ୍ଷ ରଖିବା ପାଇଁ ଏକ ଲିଖିତ ବୟାନ ଦେଇପାରନ୍ତି । ଏହା ବ୍ୟତୀତ, ଯଦି ସେ ବ୍ୟକ୍ତିଗତ ଭାବରେ ତାଙ୍କ ପକ୍ଷ ଉପସ୍ଥାପନ କରିବାକୁ ଏକ ସୁଯୋଗ ଚାହାଁନ୍ତି, ତେବେ ସେ ୩୦ ଦିନ ମଧ୍ୟରେ ଏହା ବିଷୟରେ ମଧ୍ୟ ସୂଚନା ଦେଇପାରିବେ । କେବଳ ଏତିକି ନୁହେଁ, ମନ୍ତ୍ରଣାଳୟ କହିଛି ଯେ ଯଦି ଅଲପନଙ୍କ ତରଫରୁ ଏହି ନୋଟିସର କୌଣସି ଜବାବ ନଆସେ, ତେବେ ତଦନ୍ତ କମିଶନ ତାଙ୍କ ବିରୋଧରେ ଏକପାଖିଆ ନିଷ୍ପତ୍ତି ନେବାକୁ ସ୍ୱତନ୍ତ୍ର ।

ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ରେଲୱେ ଘୋଷଣା କଲା ଆହୁରି ୪୨ଟି ଟ୍ରେନ୍, ଦେଖନ୍ତୁ ପୁରା ଲିଷ୍ଟ୍

ଆମେ ଆପଣଙ୍କୁ କହି ରଖୁଛୁ ଯେ, ଅଲପନ ବନ୍ଦୋପାଧ୍ୟାୟ (Alapan Bandyopadhyay) ଙ୍କ ଅବସର ତାରିଖ ଚଳିତ ବର୍ଷର ମେ ୩୧ ତାରିଖରେ ଥିଲା, କିନ୍ତୁ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ମେ ୨୪ରେ ହିଁ ତାଙ୍କୁ ତିନିମାସର ସେବା ବୃଦ୍ଧି ମିଳିଥିଲା । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଙ୍କ ୟାସ ବାତ୍ୟା ( Cylone Yaas) ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାକୁ ପଶ୍ଚିମବଙ୍ଗ ଯାଇଥିଲେ । ସେଠାରେ ପିଏମ ମୋଦି ଏକ ସମୀକ୍ଷା ବୈଠକ ମଧ୍ୟ କରିଥିଲେ । କିନ୍ତୁ ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟ ବିଲମ୍ୱରେ ଯୋଗ ଦେଇଥିଲେ । ଯାହା ପରେ ମୁଖ୍ୟ ଶାସନ ସଚିବ ଅଲପନଙ୍କୁ ଦିଲ୍ଲୀ ଡକାଯାଇଥିଲା । ମେ ୩୧ ସକାଳ ୧୦ଟାରେ ତାଙ୍କୁ ନର୍ଥ ବ୍ଲକରେ ରିପୋର୍ଟ କରିବାର ଥିଲା, କିନ୍ତୁ ସେ ଆସି ନଥିଲେ କାରଣ ମମତା ସରକାର ତାଙ୍କୁ ରିଲିଫ କରିନଥିଲେ । ଏଭଳି ପରିସ୍ଥିତିରେ ସେ ଦିଲ୍ଲୀ ଆସିବା ପରିବର୍ତ୍ତେ ଇସ୍ତଫା ଦେଇଥିଲେ । ପରେ ସେ ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ହୋଇଥିଲେ । 

ଅଧିକ ପଢ଼ନ୍ତୁ:-ୟୁପି ବିଧାନସଭା ନିର୍ବାଚନ: ଫାଇନାଲ୍ ହେଲା କଂଗ୍ରେସର ୫୦ ପ୍ରାର୍ଥୀ!

ଏଠାରେ କହି ରଖୁଛୁ ଯେ, ଏହି ଘଟଣାକ୍ରମ ପରେ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ଏକ ଆଦେଶ ଜାରି କରିଛି । ଏହା ଅଧୀନରେ କୌଣସି ଅଧିକାରୀ ଅବସର ପରେ ନୂଆ ନିଯୁକ୍ତି ନିଆଯିବା ପୂର୍ବରୁ ସଂପୃକ୍ତ ବିଭାଗକୁ କେନ୍ଦ୍ରୀୟ ଭିଜିଲାନ୍ସ କମିଶନଙ୍କଠାରୁ କ୍ଲିୟରାନ୍ସ ନେବା ବାଧ୍ୟତାମୂଳକ ହେବ । ଯେତେବେଳେ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟ (Alapan Bandyopadhyay) ଙ୍କୁ କେନ୍ଦ୍ର ସରକାର (Central Govt) ଡକାଇଥିଲେ ସେତେବେଳେ ସେ ଅବସର ନେଇଥିଲେ । ଏହା ପରେ ତାଙ୍କୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (West Bengal CM Mamata Banerjee) ଙ୍କ ମୁଖ୍ୟ ପରାମର୍ଶଦାତା ଭାବରେ ନିଯୁକ୍ତ କରାଯାଇଥିଲା ।

ଅଧିକ ପଢ଼ନ୍ତୁ:-RBI ର ଅନୁମୋଦନ ପରେ ଏବେ ବିକ୍ରି ହେବ ଏହି ବ୍ୟାଙ୍କ, ଗ୍ରାହକଙ୍କ ଟଙ୍କା ସହିତ କ’ଣ ହେବ…ଜାଣନ୍ତୁ ଏହା ସହ ଜଡିତ ସମସ୍ତ କଥା

ସୂଚନା ଅନୁଯାୟୀ, ଅଲପନ ବନ୍ଦୋପାଧ୍ୟାୟ (Alapan Bandyopadhyay) ତିନି ମାସର ସେବା ବିସ୍ତାରକୁ ଛାଡ଼ି ଅବସର ନେବାର ନିଷ୍ପତ୍ତି କେନ୍ଦ୍ରର ଆଇନଗତ କାର୍ଯ୍ୟାନୁଷ୍ଠାନକୁ ଏଡ଼ାଇବା ପାଇଁ ନେଇଛନ୍ତି । ସେବାର ବିସ୍ତାର ସ୍ଥିତିରେ ଯଦି ସେ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରିଥାନ୍ତେ, ତେବେ ତାଙ୍କ ବିରୋଧରେ ଆଦେଶର ଅବମାନନା ଅଭିଯୋଗରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇଥାନ୍ତା । ଏଭଳି ପରିସ୍ଥିତିରେ ତାଙ୍କର ପେନସନ୍ ଓ ଗ୍ରାଚ୍ୟୁଇଟି ବନ୍ଦ ହୋଇଥାନ୍ତା, କିନ୍ତୁ ଏଥିରେ କ୍ୟାଡର ଓ ନିୟନ୍ତ୍ରକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।