ଆଗାମୀ ୩୬ ଘଣ୍ଟା ମଧ୍ୟରେ ବିହାର ପ୍ରବଳ ବର୍ଷା ସମ୍ଭାବନା: ଆଇଏମଡି
Advertisement
Article Detail0/zeeodisha/odisha703384

ଆଗାମୀ ୩୬ ଘଣ୍ଟା ମଧ୍ୟରେ ବିହାର ପ୍ରବଳ ବର୍ଷା ସମ୍ଭାବନା: ଆଇଏମଡି

ବିହାରରେ ଆଗାମୀ ୩୬ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ  ଆଇଏମଡି ପକ୍ଷରୁ ପୂର୍ବାନୁମାନ କରାଯାଇଛି |

 ଆଗାମୀ ୩୬ ଘଣ୍ଟା ମଧ୍ୟରେ ବିହାର ପ୍ରବଳ ବର୍ଷା ସମ୍ଭାବନା: ଆଇଏମଡି

ପାଟନା: ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ରହିଥିବାରୁ ବିହାରରେ ଆଗାମୀ ୩୬ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ-ଆଇଏମଡି(Indian Metrological Department-IMD)| ରାଜ୍ୟର ଉତ୍ତର-କେନ୍ଦ୍ର ଏବଂ ଉତ୍ତର-ପୂର୍ବ ଭାଗରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି ହାଇ ଆଲର୍ଟ ଜାରି କରାଯାଇଛି | 

ରାଜ୍ୟର ପଶ୍ଚିମଚମ୍ପାରଣ, ପୂର୍ବ ଚମ୍ପାରଣ, ଗୋପାଳଗଞ୍ଜ, ସିୱାନ୍, ଆରରିଆ, କିଶନଗଞ୍ଜ ଏବଂ ଅନ୍ୟାନ୍ୟ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ରେଡ ଆଲର୍ଟ ଜାରି ହୋଇଛି | ଏହି ଜିଲ୍ଲାରେ ବଜ୍ରାଘାତ ହେବା ନେଇ ଚେତାବନା ଜାରି କରାଯାଇଛି| ଏକ ରିପୋର୍ଟ ଅନୁଯାୟୀ, ଅନ୍ୟ ବର୍ଷ ତୁଳନାରେ ବିହାରରେ ଚଳିତ ବର୍ଷ ୯୨ ପ୍ରତିଶତ ଅଧିକ ବର୍ଷା ହୋଇଛି |  

ଜୁନ ୨୮ ତାରିଖ ରବିବାର ରାଜ୍ୟରେ ୨୪ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି | ଚଳିତ ମାସ ରାଜ୍ୟରେ ୨୭୫ ମିଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି | ସାଧାରଣତଃ ଏହି ସମୟ ମଧ୍ୟରେ ବିହାରରେ ୧୪୪ ମିଲିମିଟର ବର୍ଷା ହୋଇଥାଏ | ପ୍ରବଳ ପବନ ସହିତ ବର୍ଷା ହେବା କାରଣରୁ ରାଜ୍ୟର ତାପମାତ୍ରା ୪ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇଛି |

ଜୁନ ୬ ତାରିଖରୁ ବିହାରର ୮ଟି ଜିଲ୍ଲାରେ ୩୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି | ଯାହା ମଧ୍ୟରେ ରହିଛି...

  • କିଶନଗଞ୍ଜ-୬୧୧ ମିଲିମିଟର
  • ଆରରିଆ-୫୦୯ ମିଲିମିଟର
  • ପୂର୍ଣ୍ଣିଆ-୪୮୫ ମିଲିମିଟର  
  • ସୁପୌଲ-୩୬୫ ମିଲିମଟର  
  • ପୂର୍ବ ଚମ୍ପାରଣ-୩୨୬ ମିଲିମିଟର
  • ଗୋପାଳଗଞ୍ଜ-୩୧୧ ମିଲିମିଟର
  • ସାରନ- ୩୦୪ ମିଲିମିଟର
  • ପଶ୍ଚିମ ଚମ୍ପାରଣ-୩୦୦ ମିଲିମିଟର