Namibia Cheetahs Plane: ଜୟପୁର ନୁହେଁ ଗ୍ୱାଲିୟର ଠାରେ ଅବତରଣ କରିବ ଚିତା ବିମାନ, ଚିନୁକ୍ ହେଲିକପ୍ଟର ଯୋଗେ ହେବେ ସ୍ଥାନାନ୍ତର
Advertisement
Article Detail0/zeeodisha/odisha1354809

Namibia Cheetahs Plane: ଜୟପୁର ନୁହେଁ ଗ୍ୱାଲିୟର ଠାରେ ଅବତରଣ କରିବ ଚିତା ବିମାନ, ଚିନୁକ୍ ହେଲିକପ୍ଟର ଯୋଗେ ହେବେ ସ୍ଥାନାନ୍ତର

African Cheetah Introduction Project in India: ଭାରତରେ ଆଫ୍ରିକୀୟ ଚିତା ପରିଚୟ ପ୍ରକଳ୍ପ ଗତ ୨୦୦୯ ବର୍ଷରେ ଆରମ୍ଭ ହୋଇଥିଲା। ଚିତା ଆମଦାନୀ ପାଇଁ ଭାରତ ସରକାର ଆଫ୍ରିକୀୟ ଦେଶ ନାମ୍ବିଆ ପ୍ରତିପକ୍ଷଙ୍କ ସହ ଏକ  ବୁଝମଣା ଚୁକ୍ତି ସ୍ୱାକ୍ଷର କରିଛନ୍ତି। 

Namibia Cheetahs Plane: ଜୟପୁର ନୁହେଁ ଗ୍ୱାଲିୟର ଠାରେ ଅବତରଣ କରିବ ଚିତା ବିମାନ, ଚିନୁକ୍ ହେଲିକପ୍ଟର ଯୋଗେ ହେବେ ସ୍ଥାନାନ୍ତର

Project Cheetah of India: ଆଫ୍ରିକୀୟ ଦେଶ ନାମ୍ବିଆ ଠାରୁ ୮ ଚିତାକୁ ଭାରତ ଅଭିମୁଖେ ଉଡ଼ାଣ ଭରିଥିବା ବିମାନ ବାବଦରେ ଆସିଛି ଏକ ବଡ଼ ଖବର। ଚିତାଙ୍କୁ ନେଇ ଆସୁରୁଥିବା ଏହି ସ୍ୱତନ୍ତ୍ର କାର୍ଗୋ ବିମାନ ବର୍ତ୍ତମାନ ମଧ୍ୟ ପ୍ରଦେଶ ଗ୍ୱାଲିଅର ଠାରେ କରିବ ଅବତରଣ। ପୂର୍ବରୁ ଏହି ବିମାନ ରାଜସ୍ଥାନର ଜୟପୁର ଠାରେ ଅବତରଣ କରିବାର ଥିଲା। ଏନେଇ ଜଣେ ଅଧିକାରୀ କହିଛନ୍ତି ଯେ ନାମ୍ବିଆରୁ ଆସିଥିବା ଚିତାକୁ ଶନିବାର ସକାଳେ ଗ୍ୱାଲିଅର ବିମାନ ବନ୍ଦରକୁ ଅଣାଯିବ। ଯେଉଁଠାରୁ ସେମାନଙ୍କୁ ଏକ ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ମଧ୍ୟ ପ୍ରଦେଶର ଶ୍ୟୋପୁର ଜିଲ୍ଲାରେ ଅବସ୍ଥି କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଯିବ। 

ଯେଉଁଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ନାମ୍ବିଆ (Nambia) ଠାରୁ ଭାରତ (India) ଆସିଥିବା ଚିତାଙ୍କ (Cheetah) ମଧ୍ୟରୁ ତିନୋଟିକୁ କୁନୋ ଜାତୀୟ ଉଦ୍ୟାନ (Kuno National Park) କେଏନପି ଠାରେ ନିର୍ମିତ ସ୍ୱତନ୍ତ୍ର ଏନକ୍ଲୋଜର (KNP Cheetah Enclosure) ପରିସରରେ ଛାଡ଼ିବେ। ସେପ୍ଟମ୍ବର ୧୭ ତାରିଖ ଶନିବାର ନିଜର ଜନ୍ମଦିନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଲାଗି ମଧ୍ୟ ପ୍ରଦେଶ ଗସ୍ତରେ (PM Modis Madhya Pradesh Tour) ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। 

ପୂର୍ବ ଯୋଜନା ମୁତାବକ ଚିତାଙ୍କୁ ନେଇ ନାମ୍ବିଆ ଠାରୁ ଭାରତ ଅଭିମୁଖେ ଉଡ଼ାଣ ଭରିଥିବା ବିମାନ ରାଜସ୍ଥାନ ଜୟପୁର ଠାରେ ଅବତରଣ କରିବାର ଥିଲା। ଯେଉଁଠାରୁ ଚିତାଙ୍କୁ ମଧ୍ୟ ପ୍ରଦେଶର ଶ୍ୟୋପୁର ଜିଲ୍ଲାରେ ଅବସ୍ଥି କୁନୋ ଜାତୀୟ ଉଦ୍ୟାନ କେଏନପି ଠାରେ ଛଡ଼ା ଯାଇଥାନ୍ତା। ଏନେଇ ପ୍ରତିକ୍ରିୟା ରଖି ମଧ୍ୟ ପ୍ରଦେଶ ମୁଖ୍ୟ ବନ ସଂରକ୍ଷକ ଜେଏସ ଚୌହାନ କହିଛନ୍ତି ଯେ ପ୍ରଥମେ ଚିତା ଗ୍ୱାଲିଅର ଠାରେ ପହଞ୍ଚିବ ଏବଂ ସେଠାରୁ ସେମାନଙ୍କୁ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ କେଏନପି ପଠାଯିବ। ନାମ୍ବିଆ ରାଜଧାନୀ ୱିଣ୍ଡହୋକ୍ ଠାରୁ ୫ ମାଈ ଏବଂ ୩ ଅଣ୍ଡିରା ଚିତାଙ୍କୁ ନେଇ ଭାରତ ଅଭିମୁଖେ ଉଡ଼ାଣ ଭରିଥିବା ସ୍ୱତନ୍ତ୍ର କାର୍ଗୋ ବିମାନ ବୋଇଙ୍ଗ ୭୪୭-୪୦୦ ଗ୍ୱାଲିଅର ବିମାନ ବନ୍ଦର (Gwalior Air Port) ଠାରେ ଅବତରଣ କରିବ।

Also Read: Project Cheetah: ଚିତ୍ରିତ ବିମାନରେ ନାମ୍ବିଆରୁ ଭାରତ ଆସିବେ ଚିତା

ଗ୍ୱାଲିଅର ବିମାନ ବନ୍ଦରରୁ ଚିନୁକ ହେଲିକ୍ୟାପ୍ଟର ଯୋଗେ ଆସି କେଏନପି ହେଲିପ୍ୟାଡ଼ (KNP Helipad) ଠାରେ ଅବତରଣ କରିବେ ଚିତା। ଚିତା ସଂରକ୍ଷଣ ପାଣ୍ଠି ସିସିଏଫ୍ (CCF) ଅନୁଯାୟୀ ଅଣାଯାଇଥିବା ଚିତା ମଧ୍ୟରୁ ୫ ମାଈ ଚିତାଙ୍କ ବୟସ ୨-୫ ବର୍ଷ ହୋଇଥିବା ବେଳେ ଅଣ୍ଡିରା ଚିତାଙ୍କ ବୟସ ହେଉଛି ୪.୫-୫.୫ ବର୍ଷ। ଦେଶର ଶେଷ ଚିତା ୧୯୪୭ ମସିହାରେ ବର୍ତ୍ତମାନର ଛତିଶଗଡର କୋରିଆ ଜିଲ୍ଲାରେ ପ୍ରାଣ ହରାଇଥିଲା। ଏହାର ୫ ବର୍ଷ ପରେ ଅର୍ଥାତ ୧୯୫୨ ମସିହାରେ ଦେଶରେ ଚିତା ବିଲୁପ୍ତ ଘୋଷିତ ହୋଇଥିଲା।

ଭାରତରେ ଆଫ୍ରିକୀୟ ଚିତା ପରିଚୟ ପ୍ରକଳ୍ପ (African Cheetah Introduction Project in India) ଗତ ୨୦୦୯ ବର୍ଷରେ ଆରମ୍ଭ ହୋଇଥିଲା। ଚିତା ଆମଦାନୀ ପାଇଁ ଭାରତ ସରକାର ଆଫ୍ରିକୀୟ ଦେଶ ନାମ୍ବିଆ ପ୍ରତିପକ୍ଷଙ୍କ ସହ ଏକ  ବୁଝମଣା ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଏନେଇ କୁହାଯାଇଛି ଯେ ଦେଶରେ ଚିତାକୁ ପୁନଃସ୍ଥାପିତ କରିବାର କାର୍ଯ୍ୟ ପ୍ରୋଜେକ୍ଟ ଚିତା (Project Cheetah) ଅଧିନରେ କରାଯାଉଛି। ଯାହାକି ବିଶ୍ୱର ପ୍ରଥମ ପ୍ରକଳ୍ପ ଯାହା ବୃହତ ବଣୁଆ ମାଂସହାରୀ ପଶୁଙ୍କ ଆନ୍ତଃମହାଦେଶୀ ପରିଯୋଜନା ସହ ଜଡିତ। ପ୍ରାୟ ୭୦ ବର୍ଷ ଭାରତୀୟ ଜୈବ ବିବିଧତାରେ (Bio Diversity of India) ସାମିଲ ହୋଇଛି ଚିତା। ଅର୍ଥାତ ପୁଣି ଥରେ ଭାରତୀୟ ଜଙ୍ଗଲରେ ପୁନର୍ବାର ଦୃଶ୍ୟମାନ ହେବ ଚିତା।