Project Cheetah: ଚିତ୍ରିତ ବିମାନରେ ନାମ୍ବିଆରୁ ଭାରତ ଆସିବେ ଚିତା
Advertisement
Article Detail0/zeeodisha/odisha1352930

Project Cheetah: ଚିତ୍ରିତ ବିମାନରେ ନାମ୍ବିଆରୁ ଭାରତ ଆସିବେ ଚିତା

Project Cheetah: ଚିତା ଆଣିବା ପାଇଁ ଯେଉଁ ସ୍ୱତନ୍ତ୍ର ବିମାନ ଭାରତରୁ ଉଡ଼ାଣ ଭରି ନାମ୍ବିଆରେ ପହଞ୍ଚିଛି ତାହାକୁ ଚିତ୍ରିତ କରାଯାଇଛି। ବିମାନକୁ ସୁନ୍ଦର ଚିତ୍ରରେ ସଜାଯାଇଛି। ବିମାନରେ ବାଘ ଏକ ଫଟୋ ଲଗାଯାଇଛି। 

Project Cheetah: ଚିତ୍ରିତ ବିମାନରେ ନାମ୍ବିଆରୁ ଭାରତ ଆସିବେ ଚିତା

Cheetah Project of India: ସେପ୍ଟମ୍ବର ୧୭ ତାରିଖରେ ଜନ୍ମଦିନ ପାଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହେଲେ ଏଥର ସ୍ୱତନ୍ତ୍ର ହେବାକୁ ଯାଉଛି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ। ଏହି ଦିନ ଦେଶରୁ ବିଲୁପ୍ତ ହୋଇ ଯାଇଥିବା ଚିତା ଭାରତ ଆସିବେ। ପୃଥିବୀ ପୃଷ୍ଠରେ ବସବାସ କରୁଥିବା ବଣୁଆ ପଶୁଙ୍କ ମଧ୍ୟରେ ସବୁ ଠାରୁ ଦ୍ରୁତ ବେଗରେ ଚାଲିବାର ରେକର୍ଡ ଚିତା ନାମରେ ରହିଛି। ପ୍ରାୟ ୭୦ ବର୍ଷ ପରେ ଆଫ୍ରିକୀୟ ଦେଶ ନାମ୍ବିଆରୁ ୮ ଚିତା ଭାରତ ଆସୁଛନ୍ତି। ସେମାନଙ୍କୁ ଭାରତ ଆଣିବା ପାଇଁ ଏକ ସ୍ୱତନ୍ତ୍ର ବିମାନ ନାମ୍ବିଆ ଠାରେ ପହଞ୍ଚି ସାରିଛି। ପ୍ରଧାନମନ୍ତ୍ରୀ ମୋଦୀ ଏହି ଚିତାକୁ ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସେମାନଙ୍କ ପ୍ରାକୃତିକ ବାସସ୍ଥାନରେ ଛାଡ଼ିବେ। 

ଚିତା (Cheetah) ଆଣିବା ପାଇଁ ଯେଉଁ ସ୍ୱତନ୍ତ୍ର ବିମାନ ଭାରତରୁ (India) ଉଡ଼ାଣ ଭରି ନାମ୍ବିଆରେ (Nambia) ପହଞ୍ଚିଛି ତାହାକୁ ଚିତ୍ରିତ କରାଯାଇଛି। ବିମାନକୁ ସୁନ୍ଦର ଚିତ୍ରରେ ସଜାଯାଇଛି। ବିମାନରେ ବାଘ ଏକ ଫଟୋ ଲଗାଯାଇଛି। ଏନେଇ କୁହାଯାଉଛି ଯେ ଏହି ସ୍ୱତନ୍ତ୍ର ବିମାନ ମାଧ୍ୟମରେ ଚିତାକୁ ନାମ୍ବିଆରୁ ଜୟପୁର ଅଣାଯିବ। ଏହା ପରେ ସେହି ଦିନ ହେଲିକପ୍ଟର ଯୋଗେ ମଧ୍ୟ ପ୍ରଦେଶର (Madhya Pradesh) କୁନୋ ଜାତୀୟ ଉଦ୍ୟାନକୁ (Kuno National Park) ଅଣାଯିବ। ଯେଉଁଠି ପ୍ରଧାନମନ୍ତ୍ରୀ ମୋଦି (PM Modi) ତାଙ୍କ ଜନ୍ମଦିନରେ ଦେଶକୁ ଚିତା ହସ୍ତାନ୍ତର କରିବେ। 

Also Read: Black Tiger spotted in Similipal: ଶିମିଳିପାଳ ଅଭୟାରଣ୍ୟରେ ବିରଳ ପ୍ରଜାତିର ବାଘ ଠାବ

ନାମ୍ବିଆ ଠାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ (Indian High Commissioner at Nambia) ଏହି ସ୍ୱତନ୍ତ୍ର ଚିତ୍ରିତ ବିମାନର ଫଟୋ ଟ୍ୱିଟ କରି କହିଛନ୍ତି ଯେ ବାଘ ଦେଶରେ (Country of Tiger) ଶୁଭେଚ୍ଛୁ ରାଷ୍ଟ୍ରଦୂତଙ୍କୁ ନେବା ପାଇଁ ବାହାଦୂରଙ୍କ ଭୂମିରେ ଏକ ସ୍ୱତନ୍ତ୍ର ପକ୍ଷୀ ଦୂତ ଅଣାଯାଇଛି। 

Also Read: Tiger Death in India: ଦେଶରେ ୩ ବର୍ଷରେ ପ୍ରାଣ ହରାଇଛନ୍ତି ୩୨୯ ବାଘ

ଭାରତ ଏକ ଭଳି ଏକ ଜୈବ ବିବିଧତାପୂର୍ଣ୍ଣ ଦେଶରେ (Bio Diversity of India) ଚିତାକୁ ପୁନଃ ସ୍ଥାପିତ କରିବା ପାଇଁ ଦୀର୍ଘକାଳୀନ ଉଦ୍ୟମ ଜାରି ରହିଛି। ଏହି କ୍ରମରେ ୨୦୦୯ ମସିହାରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହିତ ଆନ୍ତର୍ଜାତୀୟ ଚିତା ବିଶେଷଜ୍ଞଙ୍କ (Cheetah Expert) ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗତ ୨୦୧୦ ବର୍ଷରେ ଚିତା ପୁନରୁଦ୍ଧାର (Project Cheetah) ପାଇଁ ଭାରତୀୟ ବନ୍ୟଜୀବ ସଂସ୍ଥାନ (Wildlife Institute of India) ଦ୍ୱାରା ସମଗ୍ର ଦେଶରେ ୧୦ ସମ୍ଭାବ୍ୟ କ୍ଷେତ୍ର ଉପରେ ଏକ ସର୍ଭେ କରାଯାଇଥିଲା। ଏହି ସମ୍ଭାବ୍ୟ ସ୍ଥାନ ମଧ୍ୟରୁ ମଧ୍ୟ ପ୍ରଦେଶ ଶ୍ୟୋପୁର ଜିଲ୍ଲାରେ ଅବସ୍ଥିତ କୁନୋ ଅଭୟାରଣ୍ୟ (Kuno Sancturay) ବର୍ତ୍ତମାନର କୁନୋ ଜାତୀୟ ଉଦ୍ୟାନ ସବୁଠାରୁ ଉପଯୁକ୍ତ ବୋଲି ଜଣାପଡିଛି। ଚିତା ପୁନରୁଦ୍ଧାର ସମ୍ବନ୍ଧରେ ପର୍ଯ୍ୟାପ୍ତ ଅଧ୍ୟୟନର ଅଭାବ ହେତୁ ୨୦୧୩ ବର୍ଷରେ ସୁପ୍ରିମକୋର୍ଟ ଦେଶକୁ ଚିତା ଆଣିବାକୁ ବାରଣ କରିଥିଲେ।

Also Read: ଦେଶରେ ଦେଖଗଲା କଳା ଚିତା

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୭ ତାରିଖ ନିଜର ଜନ୍ମଦିନ ଅବସରରେ ମଧ୍ୟ ପ୍ରଦେଶ ଗସ୍ତରେ ଆସୁଛନ୍ତି। ଏହି ଦିନ ସେ  ୮ ଆଫ୍ରିକୀୟ ଚିତା ବାଘକୁ କୁନୋ ଜାତୀୟ ଉଦ୍ୟାନକୁ ସ୍ଥାନାନ୍ତର କରିବେ। ପ୍ରଧାନମନ୍ତ୍ରୀଙ୍କ ମଧ୍ୟ ପ୍ରଦେଶ ଗସ୍ତ ବେଳେ କୁନୋ ଜାତୀୟ ଉଦ୍ୟାନରେ ପ୍ରବେଶ କରିବ ଚିତା ଦଳ।