ଛତିଶଗଡ ସିଏମ ଭୁପେଶ ବଘେଲଙ୍କ ବାପା ଗିରଫ, ୧୫ ଦିନ ପାଇଁ ପଠାଗଲା ଜେଲ
Advertisement

ଛତିଶଗଡ ସିଏମ ଭୁପେଶ ବଘେଲଙ୍କ ବାପା ଗିରଫ, ୧୫ ଦିନ ପାଇଁ ପଠାଗଲା ଜେଲ

ଲକ୍ଷ୍ନୌରେ ବ୍ରାହ୍ମଣ ସମାଜ ବିରୋଧରେ ନନ୍ଦ କୁମାର ବଘେଲ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହା ପରେ ଏହି ସମାଜର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।

ଛତିଶଗଡ ସିଏମ ଭୁପେଶ ବଘେଲଙ୍କ ବାପା ଗିରଫ, ୧୫ ଦିନ ପାଇଁ ପଠାଗଲା ଜେଲ

ରାୟପୁର: Bhupesh Baghel Father Arrest: ଛତିଶଗଡ ସିଏମ ଭୁପେଶ ବଘେଲ (Chhattisgarh CM Bhupesh Baghel) ଙ୍କ ପିତା ନନ୍ଦ କୁମାର ବଘେଲ (Nand Kumar Baghel) ଙ୍କୁ ପୋଲିସ ଗିରଫ କରିଛି । ବ୍ରାହ୍ମଣ ସମାଜ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ରାୟପୁରର ଡିଡି ନାଗର ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ରାୟପୁର ପୋଲିସ ନନ୍ଦ କୁମାର ବଘେଲଙ୍କୁ ଆଗ୍ରାରୁ ଗିରଫ କରିଛି । ଏଫଆଇଆର୍ ପଞ୍ଜୀକୃତ ହେବା ପରେ ହିଁ ତାଙ୍କୁ ଗିରଫ କରାଯାଇପାରେ ବୋଲି ମନେ କରାଯାଉଥିଲା ।

ଲକ୍ଷ୍ନୌରେ ବ୍ରାହ୍ମଣ ସମାଜ ବିରୋଧରେ ନନ୍ଦ କୁମାର ବଘେଲ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହା ପରେ ଏହି ସମାଜର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଏଫଆଇଆର ପଞ୍ଜୀକୃତ ହେବା ପରେ ହିଁ ଗିରଫ ପାଇଁ ରାୟପୁର ପୋଲିସ ବାହାରକୁ ଯାଇଥିଲା । ନନ୍ଦ କୁମାରଙ୍କୁ ଆଗ୍ରାରୁ ଗିରଫ କରିବା ପରେ ପୋଲିସ ତାଙ୍କ ସହ ରାୟପୁରରେ ପହଞ୍ଚିଛି । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ଗଣମାଧ୍ୟମଠାରୁ ଦୂରରେ ରଖାଯାଇଛି । ଲକ୍ଷ୍ନୌ ପୂର୍ବରୁ ମଧ୍ୟ ନନ୍ଦ କୁମାର ବଘେଲ ବ୍ରାହ୍ମଣଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ରାୟପୁର ପୋଲିସ ତାଙ୍କୁ କୋର୍ଟରେ ହାଜର କରିଛି । କୋର୍ଟ ତାଙ୍କୁ ୧୫ ଦିନ ପାଇଁ ଜେଲ ପଠାଇଛନ୍ତି ।

ଗିରଫ ପରେ ସେ କହିଛନ୍ତି ଯେ, ଏହା ହେଉଛି ଶେଷ ଲଢ଼େଇ । ମୁଁ ଏହା ବିରୋଧରେ ସୁପ୍ରିମକୋର୍ଟ ଯିବି । କୋର୍ଟରେ ହାଜର ହେବା ପରେ ତାଙ୍କୁ ୧୫ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୧ରେ ହେବ । କୋର୍ଟରେ ହାଜର ହେବା ସମୟରେ ସିଏମଙ୍କ ବାପା କହିଥିଲେ ଯେ ମୁଁ ଜାମିନ ନେବି ନାହିଁ ।

ବାସ୍ତବରେ, ପିତାଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ସିଏମ ଭୁପେଶ ବଘେଲ ପିତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ବଘେଲ କହିଛନ୍ତି ଯେ, ପିତା ଭାବରେ ତାଙ୍କର ସମ୍ପୂର୍ଣ୍ଣ ସମ୍ମାନ ରହିଛି, କିନ୍ତୁ ଯେଉଁମାନେ ପରିସ୍ଥିତିକୁ ଖରାପ କରୁଛନ୍ତି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେ କହିଛନ୍ତି ଯେ ସମାଜର ସମସ୍ତ ଶ୍ରେଣୀର ଲୋକଙ୍କ ମଧ୍ୟରେ ସମନ୍ୱୟ ଓ ଭାଇଚାରା ରହିବା ଉଚିତ୍, ଯଦି କେହି ଏହାକୁ ଭାଙ୍ଗିବାକୁ ଚେଷ୍ଟା କରନ୍ତି, ତା’ହେଲେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଯଦି ସେ କୌଣସି ସମାଜ ବିରୋଧରେ କିଛି କହିଛନ୍ତି, ତେବେ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଉଲ୍ଲେଖନୀୟ କଥା ହେଉଛି, ଛତିଶଗଡ ସିଏମଙ୍କ ବାପା ଲଗାତାର ବିବାଦୀୟ ମନ୍ତବ୍ୟ ଦେଇଆସୁଛନ୍ତି । ୟୁପି ନିର୍ବାଚନ ପୂର୍ବରୁ ସେ ବ୍ରାହ୍ମଣଙ୍କ ବିରୋଧରେ ବୟାନ  ଦେଇ ମାହୌଲକୁ ଖରାପ କରିବାକୁ ଚେଷ୍ଟା କରିଛନ୍ତି । ରାୟପୁରରେ ବ୍ରାହ୍ମଣ ସମାଜର ଲୋକମାନେ ଏହା ବିରୋଧରେ ପ୍ରଦର୍ଶନ କରିଥିଲେ । ତାଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରିବାକୁ ମଧ୍ୟ ଧମକ ଦେଇଥିଲେ । ସେମାନେ ମଧ୍ୟ ପୋଲିସ ଷ୍ଟେସନକୁ ଘେରି ଥିଲେ । ଏହା ବ୍ୟତୀତ ବିଜେପି ସିଏମ ଭୁପେଶ ବାଗେଲଙ୍କ ଉପରେ ଜୋରଦାର ପ୍ରହାର ମଧ୍ୟ କହିଛି ।

ଅଧିକ ପଢ଼ନ୍ତୁ:-କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର! ସରକାର ଆଉ ଏକ ଭତ୍ତାକୁ ଦେଲେ ମଞ୍ଜୁରୀ, ପ୍ରତି ମାସରେ ମିଳିବ ବର୍ଦ୍ଧିତ ଦରମା

ଅଧିକ ପଢ଼ନ୍ତୁ:-ପଞ୍ଜଶୀର ଯୁଦ୍ଧ: ରାତିର ଅନ୍ଧାରରେ ତାଲିବାନର ୫ଟି ଠିକଣା ଉପରେ କରାଗଲା ଏୟାର ଷ୍ଟ୍ରାଇକ୍, ବ୍ୟାପକ କ୍ଷୟକ୍ଷତି ସହ ଅନେକ ଆତଙ୍କୀ ନିହତ

ଅଧିକ ପଢ଼ନ୍ତୁ:-ଫିକ୍ସଡ୍ ଡିପୋଜିଟ୍ କରିଥିବା ଲୋକଙ୍କ ପାଇଁ ଜରୁରୀ ଖବର, RBI ବଦଳାଇଲା ଏହି ନିୟମ

ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍!

ଅଧିକ ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍