କୃଷକଙ୍କ ମୁହଁରେ ଫୁଟିଲା ହସ, ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷିଋଣ ଛାଡ଼ କଲେ ଉଦ୍ଧବ
Advertisement
Article Detail0/zeeodisha/odisha613464

କୃଷକଙ୍କ ମୁହଁରେ ଫୁଟିଲା ହସ, ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷିଋଣ ଛାଡ଼ କଲେ ଉଦ୍ଧବ

ମହାତ୍ମା ଜ୍ୟୋତିବା ଫୁଲେ ସେତକରି କରଜମୁକ୍ତି ସ୍କିମ ଦ୍ୱାରା ହେବ ଋଣ ଛାଡ଼

କୃଷକଙ୍କ ମୁହଁରେ ଫୁଟିଲା ହସ, ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷିଋଣ ଛାଡ଼ କଲେ ଉଦ୍ଧବ

ପ୍ରଜ୍ଞା ପାରମିତା ପତ୍ରୀ, ନୂଆଦିଲ୍ଲୀ: ଅନେକ ଦିନର ଛକାପଞ୍ଝା ପରେ ମହାରାଷ୍ଟ୍ରର କ୍ଷମତା ଆସନରେ ବସିଥିବା ‘ମହାବିକାଶ ଅଘାଡି’ଦଳ ଆଜି ବିଧାନସଭାରେ କୃଷକଙ୍କୁ ଖୁସି ଖବର ଦେଇଛି । ନିର୍ବାଚନ ଇସ୍ତାହାରରେ କୃଷକଙ୍କୁ କଥା ଦେଇ କଥା ରଖିଛି ଶିବସେନା । କୃଷକଙ୍କ କୃଷିଋଣ ଛାଡ଼ କରିବା ନେଇ ଶନିବାର ଘୋଷଣା କରିଛନ୍ତି ଉଦ୍ଧବ ଠାକରେ । ଦୁଇଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷିଋଣ ଛାଡ଼ କରାଯିବ ବୋଲି ଘେଷଣା କରାଯାଇଛି । 

ମହାତ୍ମା ଜ୍ୟୋତିବା ଫୁଲେ ସେତକରି କରଜମୁକ୍ତି ସ୍କିମ ଦ୍ୱାରା ଏହି ଋଣ ଛାଡ଼ କରାଯିବ । ଏନେଇ ହେବାକୁ ଥିବା ଖର୍ଚ୍ଚରାଶି ସରକାର ବହନ କରିବେ । ଏହି ଯୋଜନା ଆସନ୍ତା ବର୍ଷ ମାର୍ଚ୍ଚ ମାସ ପାଖରୁ ଲାଗୁ ହେବ । 

 

ଶିବସେନା ମୁଖ୍ୟ ଉଦ୍ଧବ ଆହୁରି ମଧ୍ୟ କହିଛନ୍ତି ଯେ ମହାରାଷ୍ଟ୍ରରେ ଗରିବ ଶ୍ରେଣୀର ଲୋକଙ୍କୁ ୧୦ଟଙ୍କାରେ ମଧ୍ୟାହ୍ନ ଭୋଜନ ଯୋଗେଇ ଦିଆଯିବ । ଏହା ଶିବ ଭୋଜନ ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇଛି । 

ଉଦ୍ଧବ ଠାକରେ କୃଷିଋଣ ଛାଡ୍ କରିବା ନେଇ ଘୋଷଣା କରିବା ପରେ ବିରୋଧୀ ବିଜେପି କକ୍ଷତ୍ୟାଗ କରିଛି । ସରକାର କୃଷକଙ୍କର ସମ୍ପୂର୍ଣ୍ଣ ଋଣଛାଡ଼ କରନ୍ତୁ ବୋଲି ଦାବି କରି ଦେବେନ୍ଦ୍ର ଫଡନାଭିସ ଓ କିଛି ବିଜେପି ନେତା କକ୍ଷତ୍ୟାଗ କରିଥିଲେ । 

ରାଜ୍ୟରେ ଦେଖାଦେଇଥିବା ଅଦିନିଆ ବର୍ଷା ପାଇଁ ସରକାର କୃଷକଙ୍କ ଉପରେ ଚିନ୍ତା ପ୍ରକଟ କରି ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ।