Advertisement
Article Detail0/zeeodisha/odisha2303450
Zee OdishaOdisha National-InternationalChief priest of Ram temple : ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୂଜାରୀଙ୍କ ଦେହାନ୍ତ

Chief priest of Ram temple : ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୂଜାରୀଙ୍କ ଦେହାନ୍ତ

Chief priest of Ram temple ; ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରିଥିବା ମୁଖ୍ୟ ପୂଜାରୀ ପଣ୍ଡିତ ଲକ୍ଷ୍ମୀକାନ୍ତ ମଧୁରନାଥ ଦୀକ୍ଷିତଙ୍କର ୮୬ବର୍ଷ ବୟସରେ ଦେହାନ୍ତ ହୋଇଛି।

Chief priest of Ram temple
Chief priest of Ram temple

ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରିଥିବା ମୁଖ୍ୟ ପୂଜାରୀ ପଣ୍ଡିତ ଲକ୍ଷ୍ମୀକାନ୍ତ ମଧୁରନାଥ ଦୀକ୍ଷିତଙ୍କର ଆଜି(ଶନିବାର) ସକାଳେ ୮୬ବର୍ଷ ବୟସରେ ଦେହାନ୍ତ ହୋଇଛି ।ପ୍ରାଣ ପ୍ରତିଷ୍ଠାରେ ଅଂଶଗ୍ରହଣ କରିଥିବା ୧୨୧ଜଣ ବୈଦିକ ବ୍ରାହ୍ମଣଙ୍କ ନେତୃତ୍ୱ ନେଇଥିଲେ ପଣ୍ଡିତ ଲକ୍ଷ୍ମୀକାନ୍ତ। ତାଙ୍କ ଦେହାନ୍ତରେ କାଶୀରେ ଶୋକର ଲହରୀ ଖେଳିଯାଇଛି।

ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ପରିବାର ସଦସ୍ୟ କହିଛନ୍ତି ଯେ, ଆଜି ସକାଳେ ବାବୁଜୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା ଏବଂ କିଛି ସମୟ ପରେ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କର ଭାରତୀୟ ସନାତନ ସଂସ୍କୃତି ଏବଂ ପରମ୍ପରା ଉପରେ ଗଭୀର ବିଶ୍ୱାସ ଥିଲା ଏବଂ ସେ ସର୍ବଦା ଈଶ୍ବରଙ୍କ ନିକଟରେ ଉତ୍ସର୍ଗୀକୃତ ହେବାର ଅନୁଭବ ଲୋକଙ୍କୁ ବୁଝାଉଥିଲେ |

ପ୍ରକାଶ ଥାଉଯେ,ଜାନୁଆରିରେ ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତ ଅଯୋଧ୍ୟାରେ ହୋଇଥିବା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପୂଜାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ନେତୃତ୍ୱରେ ସମସ୍ତ ପୂଜା ସମାପ୍ତ ହୋଇଥିଲା। ଏହି ପୂଜାରେ ପୁଅ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଭାଗ ନେଇଥିଲେ। ଏହା ବ୍ୟତୀତ ସେ ଡିସେମ୍ବର ୨୦୨୧ ରେ କାଶୀ ବିଶ୍ୱନାଥ ଧାମର ଉଦଘାଟନ ପାଇଁ ହୋଇଥିବା ପୂଜାରେ ମଧ୍ୟ ଭାଗ ନେଇଥିଲେ।

Add Zee News as a Preferred Source
About the Author