ଭାରତର କୋରୋନା ଟିକାକରଣ ଭଣ୍ଡୁର କରିବାକୁ ଡ୍ରାଗନର ଷଡ଼ଯନ୍ତ୍ର
Advertisement

ଭାରତର କୋରୋନା ଟିକାକରଣ ଭଣ୍ଡୁର କରିବାକୁ ଡ୍ରାଗନର ଷଡ଼ଯନ୍ତ୍ର

ମାରାତ୍ମକ କୋରୋନା ଭୁତାଣୁଠାରୁ ମୁକ୍ତି ପାଇବାର ଏକ ମାତ୍ର ବିକଳ୍ପ ଟିକାକରଣ (Vaccination) । ଆଉ ଏହି ଟିକାକରଣରେ ବିଶ୍ୱବାସୀଙ୍କ ପାଇଁ ଭାରତ ଏକ ନୂଆ ଆଶା ଆଣିଦେଇଛି। ଭାରତରେ ବିଶ୍ୱର ସର୍ବବୃହତ୍ତ ଟିକାକରଣ ଅଭିଯାନ (Vaccination Drive) ଚାଲିଛି।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ପଦାରେ ପଡିଛି ଡ୍ରାଗନର ଏକ ବଡ ଷଡଯନ୍ତ୍ର। ଟାର୍ଗେଟରେ ଥିଲା ଭାରତରେ ସଫଳତାର ସହ ଚାଲିଥିବା ଟିକାକରଣ ଅଭିଯାନ। ସେଥିପାଇଁ ୨ଟି ଭାରତୀୟ ଟିକା ଉତ୍ପାଦନ କମ୍ପାନୀର IT System ହ୍ୟାକ୍ କରିବାକୁ ଲଗାତାର ପ୍ରୟାସ ଚଳାଇଥିଲା। ଆଉ ଏହାର ପର୍ଦ୍ଦାଫଶ କରିଛି ସାଇବର ଗୁଇନ୍ଦା ସଂସ୍ଥା Cyfirma।

ଗତ ଏକ ବର୍ଷ ହେବ ବିଶ୍ୱରେ କୋରୋନା ଭାଇରସ (Corona Virus) ତାଣ୍ଡବ ଖେଳାଇଛି। କୋଟି କୋଟି ଲୋକ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବା ବେଳେ ମଶାମାଛି ପରି ଅନେକଙ୍କ ଜୀବନ ମଧ୍ୟ ଯାଇଛି। ମାରାତ୍ମକ କୋରୋନା ଭୁତାଣୁଠାରୁ ମୁକ୍ତି ପାଇବାର ଏକ ମାତ୍ର ବିକଳ୍ପ ଟିକାକରଣ (Vaccination) । ଆଉ ଏହି ଟିକାକରଣରେ ବିଶ୍ୱବାସୀଙ୍କ ପାଇଁ ଭାରତ ଏକ ନୂଆ ଆଶା ଆଣିଦେଇଛି। ଭାରତରେ ବିଶ୍ୱର ସର୍ବବୃହତ୍ତ ଟିକାକରଣ ଅଭିଯାନ (Vaccination Drive) ଚାଲିଛି। ନିଜର କୂଟନୈତିକ ବୁଦ୍ଧି ଖଟାଇ ଭାରତ (India) ଅନେକ ଦେଶକୁ କୋରୋନା ଟିକା ଉପହାର ଦେଇଛି। 

Also Read: Cyber Attack ପଛରେ ରହିଛି Dragon, ଜାଣନ୍ତୁ କାହିଁକି କରିଥିଲା ଆକ୍ରମଣ?

 

ବିଶ୍ୱରେ ଯେତିକି କୋରୋନା ଟିକା ବଣ୍ଟନ ହୋଇଛି, ତାହାର ୬୦ ଭାଗ କେବଳ ଭାରତରେ ଉତ୍ପାଦନ ହୋଇଛି। ନିଜ ଦେଶର ନାଗରିକ ସହ ଅନ୍ୟକୁ ମଧ୍ୟ ଟିକା ବଣ୍ଟନ କରିବାକୁ ଭାରତ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଭାରତର ଏହି ଟିକା ଅଭିଯାନକୁ ଭଣ୍ଡୁର କରିବାକୁ ଚୀନ ଷଡଯନ୍ତ୍ର ରଚୁଛି। ଲଗାତାର ଭାରତର ୨ଟି କୋରୋନା ଟିକା ଉତ୍ପାଦନକାରୀ କମ୍ପାନୀ ଯଥା- Bharat Biotech ଓ Serum Institute of India ଉପରେ ସାଇବର ଆକ୍ରମଣ (Cyber Attack) କରୁଛନ୍ତି। ଚୀନର Stone Panda ବା APT10 ନାମକ ଗ୍ରୁପ କମ୍ପାନୀର ସଫ୍ଟୱେର ହ୍ୟାକ କରିବାକୁ ଚେଷ୍ଟା କରୁଛନ୍ତି। ଯାହାର ଖୁଲାସା ସିଙ୍ଗାପୁର ଓ ଟୋକିଓର ଗୁଇନ୍ଦା ସଂସ୍ଥା Cyfirma କରିଛି।

ଅନେକ ବର୍ଷ ଧରି ଭାରତ ଓ ଚୀନ (INDO-CHINA) ମଧ୍ୟରେ ତିକ୍ତତା ଲାଗି ରହିଛି। ଏହା ବ୍ୟତୀତ ଚୀନର ଏକଚାଟିଆ ବାଣିଜ୍ୟିକ ନୀତି ତାକୁ ଅନ୍ୟ ଦେଶମାନେ ନିନ୍ଦା କରୁଛନ୍ତି। ଯେଉଁଥିପାଇଁ ଆମେରିକା ସହ ଚୀନର ଟ୍ରେଡୱାର (Trade War) ମଧ୍ୟ ଚାଲିଛି। ସେପଟେ ଭାରତ କୋରୋନା ଟିକା ଉତ୍ପାଦନ ଓ ଯୋଗାଣ କରି ବିଶ୍ୱ ଦରବାରରେ ପ୍ରଶଂସାର ପାତ୍ର ସାଜିଛି। ଆଉ ଏହି କଥାକୁ ଚୀନ ସହଜରେ ହଜମ କରିପାରୁ ନାହିଁ। ତେଣୁ ସେ ଭାରତୀୟ କୋରୋନା ଟିକା ଉତ୍ପାଦନକାରୀ କମ୍ପାନୀର IT System ହ୍ୟାକ କରିବାକୁ ଚେଷ୍ଚା କରୁଥିବା କୂଟନିତିଜ୍ଞମାନେ ମତ ପ୍ରକାଶ କରୁଛନ୍ତି। 

Also Read: ଟିକା ନେଲାବେଳେ କ'ଣ କହିଲେ ପ୍ରଧାନମନ୍ତ୍ରୀ? ହସି ହସି ଗଡିଗଲେ ମେଡିକାଲ୍ ଷ୍ଟାଫ୍

ଚୀନର ସୁରକ୍ଷା ମନ୍ତ୍ରାଳୟ ସହ APT10 ଗ୍ରୁପର ସମ୍ପର୍କ ଥିବା ୨୦୧୮ରେ ଆମେରିକା କହିଥିଲା। ସେହିପରି ଗତ ନଭେମ୍ବରରେ Microsoft ସ୍ପଷ୍ଟ କରିଥିଲା ଯେ, ଭାରତ, କାନାଡା, ଆମେରିକା, ଦକ୍ଷିଣ କୋରିଆ ଓ ଫ୍ରାନ୍ସ ପରି ଦେଶର କୋରୋନା ଟିକା ଉତ୍ପାଦନକାରୀ କମ୍ପାନୀ ଉପରେ ସାଇବର ଆକ୍ରମଣ କରାଯାଉଛି। ଏଥିରେ ଉତ୍ତର କୋରିଆ ଓ ଋଷ ଗ୍ରୁପର ହାତ ଥିବା Microsoft ଅନୁମାନ କରିଥିଲା।