ଆରମ୍ଭ ହେବ କି ମହାଯୁଦ୍ଧ! ତାଇୱାନ ଏୟାର ଜୋନରେ ପ୍ରବେଶ କଲା ଚିନର ୨୭ ଯୁଦ୍ଧ ବିମାନ
Advertisement
Article Detail0/zeeodisha/odisha1287059

ଆରମ୍ଭ ହେବ କି ମହାଯୁଦ୍ଧ! ତାଇୱାନ ଏୟାର ଜୋନରେ ପ୍ରବେଶ କଲା ଚିନର ୨୭ ଯୁଦ୍ଧ ବିମାନ

China-Taiwan-America Dispute : ତାଇୱାନର ଅଧିକାରୀଙ୍କ ଅନୁଯାୟୀ, ଆମେରିକାର ସଂସଦର ବାଚସ୍ପତି ନାନସୀ ପେଲୋସିଙ୍କ ଗସ୍ତ ପରେ ୨୭ ଟି ଚୀନ୍ ଯୁଦ୍ଧ ବିମାନ (Chinese fighter jets) ତାଇୱାନ ପ୍ରତିରକ୍ଷା ଜୋନରେ ଅନୁପ୍ରବେଶ କରିଛି ।

ସାଙ୍କେତିକ ଫଟୋ

China-Taiwan-America Dispute : ଆମେରିକାର ଲୋକସଭାର ବାଚସ୍ପତି ନାନସୀ ପେଲୋସି (Nancy Pelosi) ନିଜ ଗସ୍ତ ଶେଷକରି ଯିବା ମାତ୍ରେ ଚୀନର ଯୁଦ୍ଧ ବିମାନ (Chinese fighter jets) ତାଇୱାନ ସୀମାରେ ପ୍ରବେଶ କରିଛି । ୨୭ ଟି ଚୀନ୍ ଯୁଦ୍ଧ ବିମାନ ବୁଧବାର ତାଇୱାନର ଏୟାର ଡିଫେନ୍ସ ଆଇଡେଣ୍ଟିଫିକେସନ ଜୋନ (Air Defense Identification Zone) ଉପରେ ଉଡିଛି । ବାସ୍ତବରେ ଚୀନ୍‌ର ତୀବ୍ର ବିରୋଧ ମଧ୍ୟରେ ପେଲୋସି ତାଇୱାନ ଗସ୍ତ କରିଥିଲେ । ବର୍ତ୍ତମାନ ସେ ଯିବା ମାତ୍ରେ ଚାଇନାର ଯୁଦ୍ଧ ବିମାନ ତାଇୱାନ ସୀମାରେ ଉଡିବା ଆରମ୍ଭ କରିଛି ।

ଆମେରିକାର ସଂସଦର ବାଚସ୍ପତି ନାନସୀ ପେଲୋସି ତାଇୱାନ ଗସ୍ତ ଶେଷ କରିବା ପରେ ଦକ୍ଷିଣ କୋରିଆ ଗସ୍ତରେ ଯାଇଛନ୍ତି । ଏହି ସମୟରେ, ନ୍ୟୁଜ୍ ଏଜେନ୍ସି AFP ତାଇୱାନର ଅଧିକାରୀଙ୍କ ଉଦ୍ଧେଶ୍ୟରେ କହିଛି ଯେ ନାନସୀ ପେଲୋସିଙ୍କ ଗସ୍ତ ପରେ ୨୭ ଟି ଚୀନ୍ ଯୁଦ୍ଧ ବିମାନ ତାଇୱାନ ପ୍ରତିରକ୍ଷା ଜୋନରେ ଅନୁପ୍ରବେଶ କରିଛି । ତାଇୱାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, 6 J-11, 6 J-16 ଓ 16 Su30 ଯୁଦ୍ଧ ବିମାନ ମଧ୍ୟ ଏୟାର ଡିଫେନ୍ସ ଆଇଡେଣ୍ଟିଫିକେସନ ଜୋନ୍ ଏୟାର ଡିଫେନ୍ସ ଆଇଡେଣ୍ଟିଫିକେସନ ଜୋ (ADIZ) କୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା ।

ପେଲୋସିଙ୍କ ଗସ୍ତକୁ ନେଇ ଚୀନ୍ ଅତ୍ୟନ୍ତ ଅସନ୍ତୋଷ ପ୍ରକାଶ କରିଛି ଓ ଏହାର ପରିଣାମ ଭୟଙ୍କର ହେବ ବୋଲି ସେ ଆମେରିକାକୁ ଚେତାବନୀ ଦେଇଛି । ଏହା ସହିତ ଚୀନ୍ ଆମେରିକାର ରାଷ୍ଟ୍ରଦୂତଙ୍କୁ ଡକାଇ ଏହି ପ୍ରସଙ୍ଗରେ ନିଜର ତୀବ୍ର ପ୍ରତିବାଦ କରିଛି । ପେଲୋସିଙ୍କ ଗସ୍ତ ମଝିରେ ଚୀନ୍ ସେନା ମଧ୍ୟ ସାମରିକ ଅଭ୍ୟାସ କରିଥିଲା ।

ପେଲୋସି ମଙ୍ଗଳବାର ରାତିରେ ତାଇପେଇରେ ପହଞ୍ଚିଥିଲେ । ଆଜି ସେ ତାଇୱାନର ରାଷ୍ଟ୍ରପତି ତାଇ ଇଙ୍ଗ-ୱେନଙ୍କ ସହ ସାକ୍ଷାତ କରିବା ପରେ ଚୀନ୍‌କୁ ସୂଚାଇ କହିଛନ୍ତି, "ଗଣତନ୍ତ୍ର ଓ ସ୍ୱାଧୀନତା ମଧ୍ୟରେ ବିଶ୍ୱ ବାଛିବା ଆଜି ଚ୍ୟାଲେଞ୍ଜ । ତାଇୱାନରେ ଓ ବିଶ୍ୱର ସବୁ ସ୍ଥାନରେ ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ଆମେରିକାର ପ୍ରତିବଦ୍ଧତା ଅବିସ୍ମରଣୀୟ ରହିଛି ।"

ସେ ଆମେରିକାର ଜଣେ ଉଚ୍ଚ ସ୍ତରୀୟ ଅଧିକାରୀ ଯିଏକି ଗତ ୨୫ ବର୍ଷ ମଧ୍ୟରେ ପ୍ରଥମଥର ତାଇୱାନ ଗସ୍ତ କରିଛନ୍ତି । ଚୀନ୍ ଦାବି କରିଛି ଯେ ତାଇୱାନ ଏହାର ଏକ ଅଂଶ ଓ ତାଇୱାନକୁ ବିଦେଶୀ ଅଧିକାରୀଙ୍କ ଗସ୍ତକୁ ସେ ବିରୋଧ କରୁଛି ।

ଏହା ବି ପଢ଼ନ୍ତୁ: କେରଳ-ହରିୟାଣାଠାରୁ ଛୋଟ ତାଇୱାନ, କ’ଣ ପାଇଁ ମୁହାଁମୁହିଁ ଆମେରିକା-ଚୀନ୍?

ଏହା ବି ପଢ଼ନ୍ତୁ: କ’ଣ ଏହି 'ଆର୍ଟ ଅଫ୍ ୱାର୍'? ଯାହା ଦ୍ୱାରା ଯୁଦ୍ଧ ନକରି ତାଇୱାନ ଜିତିବାକୁ ଚାହୁଁଛି ଚୀନ୍

ଏହା ବି ପଢ଼ନ୍ତୁ: ଉପରାଷ୍ଟ୍ରପତି ନିର୍ବାଚନ: ଧନଖର ନା ଆଲଭା? ଏହି ପ୍ରାର୍ଥୀକୁ ସମର୍ଥନ ଦେବାକୁ ଘୋଷଣା କଲା ​​AAP