କେରଳ-ହରିୟାଣାଠାରୁ ଛୋଟ ତାଇୱାନ, କ’ଣ ପାଇଁ ମୁହାଁମୁହିଁ ଆମେରିକା-ଚୀନ୍?
Advertisement
Article Detail0/zeeodisha/odisha1286813

କେରଳ-ହରିୟାଣାଠାରୁ ଛୋଟ ତାଇୱାନ, କ’ଣ ପାଇଁ ମୁହାଁମୁହିଁ ଆମେରିକା-ଚୀନ୍?

China-Taiwan-America Dispute: ତାଇୱାନ ଏକ ଛୋଟ ଦେଶ । କିନ୍ତୁ ଏହା ସତ୍ତ୍ୱେ ଏହାର ଭୌଗଳିକ ଅବସ୍ଥାନ ଏହାକୁ ସ୍ୱତନ୍ତ୍ର କରିଥାଏ । ଯେଉଁ କାରଣରୁ ଚୀନ୍ ତାଇୱାନକୁ ନିଜ ଅଧିକାରରୁ ଦୂରେଇ ରଖିବାକୁ ଚାହୁଁନାହିଁ । ଆମେରିକା ମଧ୍ୟ ନିଜର ପ୍ରଭାବ ଏହାଠାରୁ ହଟାଇବାକୁ ଚାହୁଁନାହିଁ ।

ସାଙ୍କେତିକ ଫଟୋ

China-Taiwan-America Dispute: ବିଶ୍ୱ ଆଉ ଏକ ଯୁଦ୍ଧର ବିପଦରେ ଅଛି । ଏଥର ଦୁନିଆର ଦୁଇଟି ବଡ ଶକ୍ତି ମଧ୍ୟରେ ବିବାଦ ଦେଖାଦେଇଛି । ତାଇୱାନକୁ (Taiwan) ନେଇ ବର୍ତ୍ତମାନ ଚୀନ୍ (China) ଓ ଆମେରିକା (America) ମୁହାଁମୁହିଁ ହୋଇଛନ୍ତି । ପରିସ୍ଥିତି ଏପରି ରହିଛି ଯେ ଆମେରିକାର ଲୋକସଭାର ବାଚସ୍ପତି ନାନସୀ ପେଲୋସି (Nancy Pelosi) ମଙ୍ଗଳବାର ତାଇୱାନରେ ପହଞ୍ଚିବା ପରଠାରୁ ଚୀନ୍ ଉଭୟ ଦେଶକୁ ସାମରିକ ଧମକ (Military threats) ଦେଉଛି । ସେ ନିଜର ୨୧ ଟି ଯୁଦ୍ଧ ବିମାନକୁ ତାଇୱାନର ଆକାଶକୁ ପଠାଇଥିଲା । ଏଥି ସହିତ ଚୀନ୍‌ର ବିପଦକୁ ଖାତିର ନକରି ପେଲୋସି କହିଛନ୍ତି ଯେ ଆମେରିକା ସ୍ୱ-ଶାସକ ଦ୍ୱୀପ ପ୍ରତି ଦେଇଥିବା ପ୍ରତିଶ୍ରୁତିରୁ ପଛଘୁଞ୍ଚା ଦେବ ନାହିଁ । ଏଥିରୁ ସ୍ପଷ୍ଟ ଯେ ଚୀନ ଓ ଆମେରିକା ତାଇୱାନ ପ୍ରସଙ୍ଗରେ ନିଜ ନିଜର ରଣନୀତି ବଦଳାଇବାକୁ ପ୍ରସ୍ତୁତ ନୁହଁନ୍ତି । ପ୍ରାୟତଃ ୩୬,୧୯୭ ବର୍ଗ କିଲୋମିଟର ତାଇୱାନ, ଏହି ସମୟରେ ଦୁଇ ବିଶ୍ୱ ଶକ୍ତି ମଧ୍ୟରେ ମହାଯୁଦ୍ଧ ପରିସ୍ଥିତି ଆଣିଦେଇଛି ।

ଯଦି ଦେଖାଯାଏ, ତାଇୱାନର କ୍ଷେତ୍ର କେରଳ (୩୮,୮୬୩ ବର୍ଗ କିମି) ଓ ଭାରତରେ ହରିୟାଣା (୪୪,୨୧୨ ବର୍ଗ କିଲୋମିଟର) ରାଜ୍ୟଠାରୁ ମଧ୍ୟ ଛୋଟ । ଅର୍ଥାତ୍ ତାଇୱାନ ଏକ ବହୁତ ଛୋଟ ଦେଶ । କିନ୍ତୁ ଏହା ସତ୍ତ୍ୱେ ଏହାର ଭୌଗଳିକ ଅବସ୍ଥାନ ଏହାକୁ ସ୍ୱତନ୍ତ୍ର କରିଥାଏ । ଯେଉଁ କାରଣରୁ ଚୀନ୍ ତାଇୱାନକୁ ନିଜ ଅଧିକାରରୁ ଦୂରେଇ ରଖିବାକୁ ଚାହୁଁନାହିଁ । କିମ୍ବା ଆମେରିକା ମଧ୍ୟ ଏହାର ପ୍ରଭାବ ଏଠାରୁ ହଟାଇବାକୁ ଚାହୁଁନାହିଁ । ସେଥିପାଇଁ ପେଲୋସି ବୁଧବାର ତାଇୱାନରେ ପହଞ୍ଚିବା ପରେ କହିଥିଲେ ଯେ ଗଣତନ୍ତ୍ର ଓ ସ୍ୱାଧୀନତା ମଧ୍ୟରେ ଆଜି ବିଶ୍ୱକୁ ଗିତିଏ ଚୟନ କରିବାକୁ ସାମ୍ନା କରୁଛି । ତାଇୱାନରେ ଓ ବିଶ୍ୱର ସବୁ ସ୍ଥାନରେ ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ଆମେରିକାର ପ୍ରତିବଦ୍ଧତା ଅବିସ୍ମରଣୀୟ ରହିଛି ।

ବାସ୍ତବରେ ଚୀନ୍ ତାଇୱାନକୁ ଏକ ଚାଇନା ପଲିସିର ଅଂଶ ବୋଲି ବିବେଚନା କରେ, ଯେତେବେଳେ କି ତାଇୱାନ ନିଜକୁ ଏକ ସ୍ୱାଧୀନ ଦେଶ ଭାବେ ବିବେଚନା କରୁଛି । ତାଇୱାନର ନିଜସ୍ୱ ସମ୍ବିଧାନ ଅଛି ଓ ଲୋକମାନଙ୍କ ଦ୍ୱାରା ନିର୍ବାଚିତ ସରକାର ଦ୍ୱାରା ଶାସିତ । ଚୀନର ଲକ୍ଷ୍ୟ ହେଉଛି ତାଇୱାନକୁ ଚୀନ୍ ଦଖଲକୁ ସ୍ୱୀକାର କରିବାକୁ ବାଧ୍ୟ କରିବା । ତାଇୱାନ ଓ ଚୀନ୍ ମଧ୍ୟରେ ବିବାଦ ୧୯୪୯ ରେ ଆରମ୍ଭ ହୋଇଥିଲା । ୧୯୪୯ ମସିହାରେ ମାଓ ଜେଡୋଙ୍ଗଙ୍କ ନେତୃତ୍ୱରେ ଚାଇନାର କମ୍ୟୁନିଷ୍ଟ ପାର୍ଟି ରାଜଧାନୀ ବେଜିଂ ଦଖଲ କରିଥିଲା । ଓ ପରାଜୟ ପରେ ଶାସକ ନ୍ୟାସନାଲିଷ୍ଟ ପାର୍ଟି (କୁଓମିଣ୍ଟାଙ୍ଗ) ର ଲୋକଙ୍କୁ ସେଠାରୁ ପଳାଇବାକୁ ପଡିଥିଲା । କୁଓମିଣ୍ଟାଙ୍ଗ ପାର୍ଟିର ସଦସ୍ୟମାନଙ୍କୁ ତାଇୱାନରେ ଆଶ୍ରୟ ନେବାକୁ ପଡିଥିଲା ଓ ସେଠାରେ ସେମାନେ ଶାସନ ପ୍ରତିଷ୍ଠା କରିନେଇଥିଲେ । ସେବେଠାରୁ ଚାଇନା ତାଇୱାନକୁ ଏହାର ଅଂଶ ଭାବରେ ବିବେଚନା କରେ । ଯେତେବେଳେ କି ତାଇୱାନର ଲୋକମାନେ ନିଜକୁ ଏକ ମୁକ୍ତ ଦେଶ ବୋଲି ଭାବନ୍ତି ।

କହିରଖୁଛୁ ଯେ ଗଣତନ୍ତ୍ରର ସୁରକ୍ଷା ନାମରେ ଆମେରିକା ତାଇୱାନକୁ ସମର୍ଥନ କରେ । କିନ୍ତୁ ଏହା ପଛରେ ଏକମାତ୍ର କାରଣ ନୁହେଁ । ତାଇୱାନ ଦକ୍ଷିଣ ପୂର୍ବ ଚୀନ୍ ଉପକୂଳଠାରୁ ପ୍ରାୟ ୧୦୦ ମାଇଲ ଦୂରରେ ଅବସ୍ଥିତ । ଏବଂ ଯଦି ଏହା ଚୀନ୍ ଦ୍ୱାରା ଅଧିକୃତ ହୁଏ, ତେବେ ଆମେରିକା ପାଇଁ ସିଧାସଳଖ ବିପଦ ଆସିବ । ଏହାର କାରଣ ହେଉଛି ଗୁଆମ ଓ ହାୱାଇ ଦ୍ୱୀପପୁଞ୍ଜରେ ଥିବା ଆମେରିକାର ସାମରିକ ବେସ ଚାଇନାର ସିଧାସଳଖ ଟାର୍ଗେଟରେ ଆସିବ । ଏଥି ସହିତ ଚୀନ୍ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ମଧ୍ୟ ଏକ ଖୋଲା ରାସ୍ତା ପାଇପାରିବ । ଯାହା ସିଧାସଳଖ ଆମେରିକାର ସ୍ୱାର୍ଥକୁ ପ୍ରଭାବିତ କରିବ । ସେଥିପାଇଁ ଆମେରିକା ତାଇୱାନକୁ ସମର୍ଥନ କରେ । ଓ ତାଙ୍କୁ ସାମରିକ ସହାୟତା ଠାରୁ କୂଟନୈତିକ ସହାୟତା ପର୍ଯ୍ୟନ୍ତ ସାହାଯ୍ୟ କରେ । ଏହା ବ୍ୟତୀତ ଅଷ୍ଟ୍ରେଲିଆ, ବ୍ରିଟେନ ଓ ଆମେରିକା (AUKUS) ର ଚୁକ୍ତି ମଧ୍ୟ ପ୍ରଶାନ୍ତ ମହାସାଗରରେ ଚୀନ୍ ଉପରେ ପ୍ରତିବନ୍ଧକ ଲଗାଇଛି । ଆହୁରି ମଧ୍ୟ ଦକ୍ଷିଣ କୋରିଆ, ଜାପାନ, ଫିଲିପାଇନ୍ସ ଭଳି ଦେଶ ତାଇୱାନ ଅଂଚଳରେ ଆମେରିକା ସହିତ ଅଛନ୍ତି ।

ଯଦି ତାଇୱାନକୁ ନେଇ ଚୀନ୍ ଓ ଆମେରିକା ମଧ୍ୟରେ ବିବାଦ ବଢିଯାଏ, ତେବେ ଦୁନିଆରେ ଦୁଇଟି ଭାଗରେ ବିଭକ୍ତ ହୋଇଯିବ । ଯେଉଁଥିରେ ଋଷ, ଉତ୍ତର କୋରିଆ ଓ ପାକିସ୍ଥାନ ଗୋଟିଏ ପଟେ ଚୀନ୍ ସହିତ ଠିଆ ହୋଇଥିବା ଦେଖିବାକୁ ମିଳିବ । ଏଥି ସହିତ ଦକ୍ଷିଣ କୋରିଆ, ଜାପାନ, ଫିଲିପାଇନ୍ସ, ଅଷ୍ଟ୍ରେଲିଆ ଓ ୟୁରୋପୀୟ ଦେଶଗୁଡିକ ଆମେରିକା ସହିତ ଠିଆ ହୋଇଥିବା ଦେଖିବାକୁ ମିଳିବ । ଯଦିଓ, ଆମେରିକା ଭଳି, ବିଶ୍ୱର ଅଳ୍ପ କେତେକ ଦେଶ ତାଇୱାନକୁ ଚିହ୍ନିଛନ୍ତି । କିନ୍ତୁ ଯେତେବେଳେ ବିବାଦ ଆସିବ, ଅନେକ ଦେଶ ଆମେରିକା ଓ ଚୀନ୍ ସମର୍ଥନରେ ଏକତ୍ରିତ ହୋଇଯିବେ ।

ଏହା ବି ପଢ଼ନ୍ତୁ: କ’ଣ ଏହି 'ଆର୍ଟ ଅଫ୍ ୱାର୍'? ଯାହା ଦ୍ୱାରା ଯୁଦ୍ଧ ନକରି ତାଇୱାନ ଜିତିବାକୁ ଚାହୁଁଛି ଚୀନ୍