China: ସିସିପି ବୈଠକରେ ହାଇ ଡ୍ରାମା, ପୂର୍ବତନ ରାଷ୍ଟ୍ରପତିଙ୍କୁ ଅସମ୍ମାନ କରି ବାହାର କଲେ ଜିନପିଙ୍ଗ, ଦେଖନ୍ତୁ VIDEO
Advertisement
Article Detail0/zeeodisha/odisha1406331

China: ସିସିପି ବୈଠକରେ ହାଇ ଡ୍ରାମା, ପୂର୍ବତନ ରାଷ୍ଟ୍ରପତିଙ୍କୁ ଅସମ୍ମାନ କରି ବାହାର କଲେ ଜିନପିଙ୍ଗ, ଦେଖନ୍ତୁ VIDEO

China: ଚୀନର ଗ୍ରେଟ୍ ହଲ୍ ଠାରେ ଅନୁଷ୍ଠିତ ବୈଠକରେ ଦେଶର ପୂର୍ବତନ ରାଷ୍ଟ୍ରପତି ହୁ ଜିଣ୍ଟାଓ ସି ଜିନପିଙ୍ଗଙ୍କ ଆସନରେ ବସିଥିଲେ । କିଛି ସମୟ ପରେ ତାଙ୍କୁ ସେଠାରୁ ଜୋର ଜବରଦସ୍ତ ଅସମ୍ମାନ ସହ ବାହାର କରି ଦିଆଯାଇଥିଲା । ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଜୋରଦାର ଭାଇରଲ ହେଉଛି ।

ସୌ: ସୋସିଆଲ ମିଡିଆ

Chinese President Elections: ଚୀନ କମ୍ୟୁନିଷ୍ଟ ପାର୍ଟିର (Communist Party) ୨୦ ତମ କଂଗ୍ରେସରେ ସି ଜିନପିଙ୍ଗଙ୍କ (XI Jinping) ତୃତୀୟଥର ରାଜ୍ୟଭିଷେକ କରିବା ମଧ୍ୟରେ ଏକ ବଡ଼ ଡ୍ରାମା ଦେଖିବାକୁ ମିଳିଛି । ଚିନର ଗ୍ରେଟ୍ ହଲ୍ ଠାରେ ବନ୍ଦ ସମାରୋହରେ ଦେଶର ପୂର୍ବତନ ରାଷ୍ଟ୍ରପତି ହୁ ଜିଣ୍ଟାଓଙ୍କୁ (Hu Jintao) ମଧ୍ୟଭାଗରୁ ବେଇଜ୍ଜତ  କରି ବାହାର କରିଦିଆ ଯାଇଥିବା ଜଣାପଡିଛି । ସୋସିଆଲ ମିଡିଆରେ ଏହାର ଭିଡିଓ ମଧ୍ୟ ଜୋରଦାର ଭାଇରାଲ ହେବାରେ ଲାଗିଛି । ଏଥିରେ ସ୍ପଷ୍ଟ ଭାବରେ ଦେଖାଯାଏ ଯେ ହୁ ଜିଣ୍ଟାଓ ନିଜ ଚୌକି ଛାଡିବାକୁ ଚାହୁଁନଥିଲେ ।

ଭିଡିଓରେ ଦେଖିବାକୁ ମିଳୁଛି ଯେ ପୂର୍ବତନ ରାଷ୍ଟ୍ରପତି ଜିଣ୍ଟାଓଙ୍କୁ ହାତ ଧରି ବାହାରକୁ ନେବା ପାଇଁ ବାଧ୍ୟ କରାଯାଉଛି । ତାଙ୍କୁ ସମସ୍ତଙ୍କ ସାମ୍ନାରେ ଗ୍ରେଟ୍ ହଲରୁ ଅସମ୍ମାନ କରି ବାହାର କରି ଦିଆଯାଇଥିଲା । ହୁ ଜିଣ୍ଟାଓଙ୍କୁ ୭୯ ବର୍ଷ ବୟସ ଓ ତାଙ୍କୁ ଗ୍ରେଟ୍ ହଲର ଆଗ ସିଟରେ ବସାଯାଇଥିଲା । ସି ଜିନପିଙ୍ଗ ତାଙ୍କ ସାମ୍ନାରେ ବସିଥିଲେ । ସେ କିଛି ସମୟ ବସିଥିଲେ ଓ ତାପରେ ତାଙ୍କୁ ସେଠାରୁ ବାହାର କରି ଦିଆଯାଇଥିଲା ।

ସି ଜିନପିଙ୍ଗଙ୍କ ପ୍ରତିଦ୍ୱନ୍ଦ୍ୱୀ ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗଙ୍କ ବିରୋଧରେ ପାର୍ଟି କଂଗ୍ରେସ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତାଙ୍କୁ କେନ୍ଦ୍ରୀୟ କମିଟିରୁ ବହିଷ୍କାର କରାଯାଇଛି । ଏହିପରି, ସି ଜିନପିଙ୍ଗଙ୍କ ପରେ ଦଳର ଦ୍ୱିତୀୟ ନେତାଙ୍କୁ ମଧ୍ୟ ବାଟ ଦେଖାଇ ଦିଆଯାଇଛି । ଲି ଜିନପିଙ୍ଗଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚନା କରାଯାଏ । ଏହିପରି, ଭାବେ ଜିନପିଙ୍ଗ ନିଜ ରାସ୍ତାର ଆଉ ଏକ ପ୍ରତିବନ୍ଧକ ହଟାଇ ଦେଇଛନ୍ତି ।

ଯଦିଓ ତାଙ୍କୁ କାହିଁକି ବୈଠକରୁ ବାହାର କରି ଦିଆଯାଇଥିଲା ତାହା ଜଣା ପଡିନାହିଁ । ଚୀନ ରାଷ୍ଟ୍ରପତି ପଦରୁ ହୁ ଜିଣ୍ଟାଓ ୨୦୧୩ ରେ ଅବସର ନେଇଥିଲେ । ହୁ ଜିଣ୍ଟାଓ ଜିନପିଙ୍ଗଙ୍କୁ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚନା କରାଯାଇଥାଏ । ପ୍ରତି ପାଞ୍ଚ ବର୍ଷରେ ଥରେ କଂଗ୍ରେସ ଦଳର ସମ୍ବିଧାନରେ ଏକ ସଂଶୋଧନ ସହିତ ସମାପ୍ତ କରଯାଏ, ଯାହା ସି’ର ମୂଳ ସ୍ଥିତିକୁ ତଥା ଦଳ ମଧ୍ୟରେ ତାଙ୍କ ରାଜନୈତିକ ଚିନ୍ତାଧାରାର ମାର୍ଗଦର୍ଶକ ଭୂମିକାକୁ ଦୃଢ଼ କରିଥାଏ ।

ଏହା ବି ପଢ଼ନ୍ତୁ: Britain New PM: ବ୍ରିଟେନର ପ୍ରଧାନମନ୍ତ୍ରୀଙ୍କ ରେସରେ ସବୁଠୁ ଆଗରେ ଅଛନ୍ତି ଋଷି ସୁନକ; ମିଳିଲା ଏତିକି ନେତାଙ୍କ ସମର୍ଥନ

ଏହା ବି ପଢ଼ନ୍ତୁ: Ballistic Missile: ଅଗ୍ନି ପ୍ରାଇମ୍ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ବାଲେଶ୍ୱରରୁ ସଫଳତାର ସହ ପରୀକ୍ଷଣ କଲା DRDO, ଜାଣନ୍ତୁ ଏହାର ବିଶେଷତ୍ୱ

ଏହା ବି ପଢ଼ନ୍ତୁ: Blackmail Case: ଅର୍ଚ୍ଚନା ନାଗଙ୍କ ପରେ ସ୍ୱାମୀ ଜଗବନ୍ଧୁଙ୍କ ଉପରେ କମିଶନରେଟ ପୋଲିସର ବଡ଼ ଆକ୍ସନ