England and Wales Religion: ମିଶନାରୀ ଦେଶରେ ଖ୍ରୀଷ୍ଟିଆନ ଏବେ ସଂଖ୍ୟାଲଘୁ, ବଢୁଛନ୍ତି ମୁସଲିମ ଓ ହିନ୍ଦୁ
Advertisement

England and Wales Religion: ମିଶନାରୀ ଦେଶରେ ଖ୍ରୀଷ୍ଟିଆନ ଏବେ ସଂଖ୍ୟାଲଘୁ, ବଢୁଛନ୍ତି ମୁସଲିମ ଓ ହିନ୍ଦୁ

England and Wales Religion: ନିକଟରେ ସରିଥିବା ବ୍ରିଟେନର ଜନଗଣନାରୁ ଏହା ଜଣାପଡିଛି ଯେ, ଇଂଲଣ୍ଡ ଓ ୱେଲ୍ସରେ ଅଧାରୁ କମ ଲୋକ ନିଜକୁ ଖ୍ରୀଷ୍ଟିଆନ ବୋଲି କହୁଛନ୍ତି। ଯାହା ଫଳରେ ଦିନେ ମିଶନାରୀମାନ ତିଆରି କରି ଖ୍ରୀଷ୍ଟ ଧର୍ମର ପ୍ରଚାର ପ୍ରସାର କରୁଥିବା ଦେଶରେ ଏବେ ଖ୍ରୀଷ୍ଟିଆନମାନେ ସଂଖ୍ୟାଲଘୁ ପାଲଟିଯାଇଛନ୍ତି। ଦଶ ବର୍ଷରେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ପ୍ରାୟ ୧୩ ପ୍ରତିଶତ ହ୍ରାସ ପାଇଛି।

ଫାଇଲ ଫଟୋ

England and Wales Religion, ଲଣ୍ଡନ: ବିଶ୍ୱରେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁ ଦେଶ ଦିନେ ଖ୍ରୀଷ୍ଟିଆନ ଧର୍ମର ପ୍ରଚାର ପ୍ରସାର ପାଇଁ ଅଣ୍ଟା ଭିଡିଥିଲା ଓ ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲା, ଆଜି ସେହି ଦେଶରେ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀମାନେ ସଂଖ୍ୟାଲଘୁ ପାଲଟି ଯାଇଛନ୍ତି। ନିକଟରେ ସରିଥିବା ବ୍ରିଟେନର ଜନଗଣନାରୁ ଏହା ଜଣାପଡିଛି। ଇଂଲଣ୍ଡ ଓ ୱେଲ୍ସରେ ଅଧାରୁ କମ ଲୋକ ନିଜକୁ ଖ୍ରୀଷ୍ଟିଆନ ବୋଲି କହୁଛନ୍ତି। କିନ୍ତୁ ଏହି ସମୟରେ ସେଠାରେ ହିନ୍ଦୁ, ମୁସଲମାନ ଓ ହେତୁବାଦୀ ବା କୌଣସି ଧର୍ମକୁ ବିଶ୍ୱାସ କରୁନଥିଲା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି।

ଜନଗଣନା ଆରମ୍ଭ ହେବା ପରଠାରୁ ଇତିହାସରେ ପ୍ରଥମ ଥର ଇଂଲଣ୍ଡ ଓ ୱେଲ୍ସରେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ଅଧାରୁ କମ ହୋଇଛି। Office for National Statisticsର ତଥ୍ୟାନୁସାରେ, ୨୦୨୧ରେ ସେଠାକାର ୪୬.୨% ତଥା ୨୭.୫ ମିଲିୟନ ଜନତା ନିଜକୁ ଖୀଷ୍ଟ ଧର୍ମାଲମ୍ବୀର ପରିଚୟ ଦେଇଛନ୍ତି। ୨୦୧୧ରେ ଏହି ସଂଖ୍ୟା ୩୩.୩ ମିଲିୟନ ଥିଲା, ଯାହା ମୋଟ ଜନସଂଖ୍ୟାର ୫୯.୩ ପ୍ରତିଶତ ହେବ। ଏହି ଦଶ ବର୍ଷରେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ପ୍ରାୟ ୧୩ ପ୍ରତିଶତ ହ୍ରାସ ପାଇଛି। ଯାହା ଫଳରେ ଦିନେ ମିଶନାରୀମାନ ତିଆରି କରି ଖ୍ରୀଷ୍ଟ ଧର୍ମର ପ୍ରଚାର ପ୍ରସାର କରୁଥିବା ଦେଶରେ ଏବେ ଖ୍ରୀଷ୍ଟିଆନମାନେ ସଂଖ୍ୟାଲଘୁ ପାଲଟିଯାଇଛନ୍ତି।

Alkso Read: Hindu Minority: ସଂଖ୍ୟାଲଘୁର ମାନ୍ୟତା ପାଇବେ ହିନ୍ଦୁ! SC କୁ ସମୟ ମାଗିଲା କେନ୍ଦ୍ର

ବିଗତ ୨୦ ବର୍ଷ ଧରି ଲଗାତର ପଶ୍ଚିମ ଦେଶରେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା କମୁଥିବାବେଳେ ଧର୍ମ ଛାଡୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ୨୦୧୧ ମସିହାରେ ୨୫.୨% ଲୋକ କୌଣସି ଧର୍ମକୁ ବିଶ୍ୱାସ କରୁନଥିବା କହିଥିଲେ। କିନ୍ତୁ ୨୦୨୧ରେ ଏହି ସଂଖ୍ୟା ୩୭.୨%କୁ ପହଞ୍ଚିଛି। ଫଳରେ ୩ ଜଣରୁ ଜଣେ ଲଣ୍ଡନ ଓ ୱେଲ୍ସର ବାସିନ୍ଦା କୌଣସି ଧର୍ମର ନୁହନ୍ତି। ଗତ ୧୦ ବର୍ଷରେ ମୁଲମାନଙ୍କ ସଂଖ୍ୟା ୪.୯%ରୁ ୬.୫% ଓ ହିନ୍ଦୁଙ୍କ ସଂଖ୍ୟା ୧.୫%ରୁ ୧.୭%କୁ ବୃଦ୍ଧି ପାଇଛି। ସେହିପରି ଶିଖ ଓ ବୌଦ୍ଧଙ୍କ ଜନସଂଖ୍ୟା ୦.୧% ବୃଦ୍ଧି ପାଇଥିବାବେଳେ ଇହୁଦୀଙ୍କ ଜନସଂଖ୍ୟା ୦.୨% ବଢିଥିବା ଜନଗଣନା ତଥ୍ୟରେ ପ୍ରକାଶ କରାଯାଇଛି। 

ଅନ୍ୟପଟେ ଇଂଲଣ୍ଡ ଓ ୱେଲ୍ସରେ ଗୋରା ଲୋକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ୨୦୧୧ ମସିହାରେ ୮୬% ଗୋରା ଲୋକ ଥିବାବେଳେ ୨୦୨୧ରେ ତାହା ୮୨%କୁ ଖସିଛି। ଅର୍ଥାତ ବିଗତ ଦଶ ବର୍ଷରେ ଗୋରାଙ୍କ ସଂଖ୍ୟା ୪% ହ୍ରାସ ପାଇଛି। ଇଂଲଣ୍ଡ ଓ ୱେଲ୍ସର ମୋଟ ଜନସଂଖ୍ୟାର ୯% ଏସୀୟ, ୪% କୃଷ୍ଣକାୟ, ୩% ମିଶ୍ରିତ ଓ ୨% ପାରମ୍ପରୀକ ସମ୍ପ୍ରଦାୟର ହୋଇଥିବା ଜଣାପଡିଛି। କିଛି ବିଶେଷଜ୍ଞଙ୍କ କହିବା ଅନୁସାରେ ଧର୍ମକୁ ସଂରକ୍ଷଣ କରିବା ପାଇଁ ପଶ୍ଚିମ ଦେଶରେ ନିର୍ଦ୍ଧିଷ୍ଟ ଆଇନ ନ ଥିବାରୁ ଲୋକେ ଧର୍ମ ପରିବର୍ତ୍ତନ କରୁଛନ୍ତି। ଏହା ବ୍ୟତୀତ ଲୋକମାନେ ଆଧୁନିକ ଶିକ୍ଷା ଯୋଗୁଁ ଧର୍ମ ପ୍ରତି ମୁହଁ ମୋଡି ପ୍ରଦାର୍ଥବାଦୀ ହେଉଛନ୍ତି ବୋଲି କେତେକ ମତ ଦେଇଛନ୍ତି।