ଡିଜେଲ ଟ୍ୟାଙ୍କର ସହ ପିଟିହେଲା କାଠ ବୋଝେଇ ଟ୍ରକ୍; ୯ ମୃତ
Advertisement

ଡିଜେଲ ଟ୍ୟାଙ୍କର ସହ ପିଟିହେଲା କାଠ ବୋଝେଇ ଟ୍ରକ୍; ୯ ମୃତ

ହି ଘଟଣାରେ ୯ ଜଣ ଲୋକ ଘଟଣାସ୍ଥଳରେ ଜଳି ଯାଇ ପ୍ରାଣ ହରାଇଥିଲେ।

ଡିଜେଲ ଟ୍ୟାଙ୍କର ସହ ପିଟିହେଲା କାଠ ବୋଝେଇ ଟ୍ରକ୍; ୯ ମୃତ

Tanker Truck Collision: ଏକ ଡିଜେଲ ଟ୍ୟାଙ୍କର ସହ ଅନ୍ୟ ଏକ କାଠ ବୋଝେଇ ଟ୍ରକ୍ ପିଟି ହେବାରୁ ଘଟଣାସ୍ଥଳରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ଘଟିଯାଇଛି ଏଭଳି ଘଟଣା। ଡିଜେଲ ବୋଝେଇ ଟ୍ୟାଙ୍କର୍ ଏବଂ କାଠ ବୋଝେଇ ଟ୍ରକ୍ ମଧ୍ୟରେ ପିଟାପିଟି ହେବା କାରଣରୁ ଅଗ୍ନିକାଣ୍ଡ ହୋଇଥିଲା। ଏହି ଘଟଣାରେ ୯ ଜଣ ଲୋକ ଘଟଣାସ୍ଥଳରେ ଜଳି ଯାଇ ପ୍ରାଣ ହରାଇଥିଲେ। ଜିଲ୍ଲାରେ ଏଭଳି ଏକ ଭୟାନକ ଦୁର୍ଘଟଣା ଘଟିଥିବା ନେଇ ସ୍ପଷ୍ଟ କରିଛି ଚନ୍ଦ୍ରପୁର ପୋଲିସ।

ଏହି ଘଟଣାରେ ପ୍ରତିକ୍ରିୟା ରଖି ଚନ୍ଦ୍ରପୁର ସବଡିଭିଜିନାଲ ପୋଲିସ ଅଧିକାରୀ (Chandrapur Sub Divisional Police Officer) ଏସପିଡିଓ ସୁଧୀର ନନ୍ଦନୱାର (Chandrapur SDPO Sudhir Nandanwar) କହିଛନ୍ତି ଗତ ଗୁରୁବାର ରାତି ସାଢେ ୧୦ଟା ସମୟରେ ଚନ୍ଦ୍ରପୁର-ମଲ୍ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଚନ୍ଦ୍ରପୁର ସହର ନିକଟସ୍ଥ ଅଜୟପୁର ନିକଟରେ ଏକ କାଠ ବୋଝେଇ ଟ୍ରକ ସହିତ ଏକ ଡିଜେଲ ବୋଝେଇ ଟ୍ୟାଙ୍କର ଧକ୍କା ହୋଇଥିଲା। ଦୁର୍ଘଟଣା କାରଣରୁ ଏକ ବଡ଼ ଅଗ୍ନିକାଣ୍ଡ ଘଟିଥିଲା। ଏହି ଦୁଃଖଦ ଦୁର୍ଘଟଣାରେ ଘଟଣାସ୍ଥଳରେ ୯ ଜଣଙ୍କ ମୃତ୍ୟୁ ହୋଇଥିଲା। 

ଅନ୍ୟପଟେ ବନ ବିଭାଗ ପକ୍ଷରୁ କୁହାଯାଇଛି ପ୍ରାୟ ଏକ ଘଣ୍ଟା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ଅଜୟପୁର ଠାରେ ପହଞ୍ଚିଥିଲେ। କିଛି ଘଣ୍ଟା ପରେ ଅଗ୍ନିକାଣ୍ଡକୁ ଆୟତ୍ତ କରାଯାଇଥିଲା। ଏହି ଦୁର୍ଘଟଣାରେ ପୀଡିତଙ୍କ ମୃତଦେହକୁ ଚନ୍ଦ୍ରପୁର ଡାକ୍ତରଖାନାକୁ ନିଆଯାଇଛି। ଯେଉଁଠାରେ ଆବଶ୍ୟକୀୟ କାଗଜପତ୍ର କାମ ଶେଷ ହେବା ପରେ ଏହି ମାମଲାର ପ୍ରଶାସନିକ ଅନୁସନ୍ଧାନ କରାଯାଉଛି।

Also Read: ଦିଲ୍ଲୀର ମୁଣ୍ଡକା ଅଞ୍ଚଳର ଭୟଙ୍କର ଅଗ୍ନିକାଣ୍ଡ; କୋଠାଘରେ ନିଆଁ ଲାଗି ୨୬ ମୃତ