LPG Price Cut : ମାସ ଆରମ୍ଭରୁ ଖୁସି ଖବର : ଜାଣନ୍ତୁ କେତେ କମିଲା ରନ୍ଧନ ଗ୍ୟାସ ଦର
Advertisement
Article Detail0/zeeodisha/odisha2316321

LPG Price Cut : ମାସ ଆରମ୍ଭରୁ ଖୁସି ଖବର : ଜାଣନ୍ତୁ କେତେ କମିଲା ରନ୍ଧନ ଗ୍ୟାସ ଦର

 Commercial Gas Price slashed  : କମିଲା ରନ୍ଧନ ଗ୍ୟାସ ଦର । କମର୍ସିଆଲ ଏଲପିଜି ସିଲିଣ୍ଡର ଦର ହ୍ରାସ ପାଇଛି । କମର୍ସିଆଲ ଏଲପିଜି ସିଲିଣ୍ଡର  ୧୬୪୬ ଟଙ୍କା ହୋଇଛି।

LPG Price

LPG Price Cut : ମାସ ଆରମ୍ଭରୁ ଉପୋଭକ୍ତାଙ୍କ ପାଇଁ ଖୁସି ଖବର । କମିଲା ରନ୍ଧନ ଗ୍ୟାସ ଦର । କମର୍ସିଆଲ ଏଲପିଜି ସିଲିଣ୍ଡର ଦର ହ୍ରାସ ପାଇଛି । ତୈଳ ବିପଣନ କମ୍ପାନୀ ଗୁଡିକ ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ୩୦ ଟଙ୍କା କମ୍ କରିଛନ୍ତି । ସାରା ଦେଶରେ ଆଜିଠୁ ଏହି ଦର ଲାଗୁ ହୋଇଛି । କିନ୍ତୁ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପ୍ରକାର ସଂଶୋଧନ ହୋଇନାହିଁ । ଆଜି କର୍ମସିଆଲ ସିଲିଣ୍ଡର ୩୦ ଟଙ୍କା ଶସ୍ତା ହେବା ପରେ ଦିଲ୍ଲୀରେ କମର୍ସିଆଲ ଏଲପିଜି ସିଲିଣ୍ଡର ପୂର୍ବରୁ ୧୬୭୬ ଟଙ୍କାରେ ବିକ୍ରି ହେଉଥିଲା ବେଳେ ଆଜି ୧୬୪୬ ଟଙ୍କା ହୋଇଛି । 

ସେହିପରି କୋଲକାତା ଓ ମୁମ୍ବାଇରେ ୩୧ ଟଙ୍କା ହ୍ରାସ ହୋଇଥିବାରୁ ୧୯ କେଜି କମର୍ସିଆଲ ଏଲପିଜି ସିଲିଣ୍ଡର ଦର ୧୭୫୬ ଓ ୧୫୯୮ ଟଙ୍କା ରହିଛି । ପାଟନା ଓ ବିହାରର ୧୯୧୫, ଗୁଜୁରାଟରେ ୧୬୬୫ ରହିଛି । ଶେଷ ଥର ପାଇଁ ଜୁନ୍ ମାସରେ ତୈଳ ବିପଣନ କମ୍ପାନୀ ୨୯ କିଲୋଗ୍ରାମ କମର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟ ୭୦ ଟଙ୍କା ହ୍ରାସ କରିଥିଲେ। ମେ ୧ ରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୯ ଟଙ୍କା ହ୍ରାସ କରାଯାଇଥିଲା । ଏପ୍ରିଲ ୧ ରେ ସିଲିଣ୍ଡର ପିଛା ୩୦.୫ ଟଙ୍କା ହ୍ରାସ ପାଇଥିଲା। ଚଳିତ ବର୍ଷ ଚତୁର୍ଥ ଥର ପାଇଁ କମର୍ସିଆଲ ସିଲିଣ୍ଡର ଦର ହ୍ରାସ ହୋଇଛି ।

ପ୍ରତି ମାସ ଆରମ୍ଭରୁ ଏଲପିଜି ସିଲିଣ୍ଡର ଦରରେ ସଂଶୋଧନ ହୋଇଥାଏ । ହୋଟେଲ, ରେଷ୍ଟୁରାଣ୍ଟ ଚା' ଷ୍ଟଲ, ଓ ଅନ୍ୟ ଭୋଜନାଳୟଗୁଡିକ କମର୍ସିଆଲ ଗ୍ୟାସ ସିଲିଣ୍ଡରର ବଡ ଉପଭୋକ୍ତା ଅଟନ୍ତି । ଏହି ଗ୍ୟାସ ଦାମ ବଢିଲେ ସେମାନେ ନିଜର ଖାଦ୍ୟପଦାର୍ଥ ମୂଲ୍ୟ ବଢାଇଥାନ୍ତି । ତେଣୁ କମର୍ସିଆଲ ଗ୍ୟାସ ଶସ୍ତା ହେବା ଗ୍ରାହକମାନଙ୍କୁ ଆଶ୍ବସ୍ତି ଦେଇଛି । ଅନ୍ୟପଟେ ଘରୋଇ ସିଲିଣ୍ଡର ଦାମରେ କୌଣସି ସଂଶୋଧନ ହୋଇନଥିବାରୁ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଏବଂ କୋଲକାତା ସମେତ ଅନ୍ୟ ଛୋଟ ବଡ ସହରରେ ଏହି ଦାମ ସମାନ ରହିଛି।