ଧର୍ମ ସଂସଦରେ 'ବାପୁ'ଙ୍କ ଉପରେ ବିବାଦୀୟ ଟିପ୍ପଣୀ, ନେତାଜୀଙ୍କୁ କହିଲେ...
Advertisement

ଧର୍ମ ସଂସଦରେ 'ବାପୁ'ଙ୍କ ଉପରେ ବିବାଦୀୟ ଟିପ୍ପଣୀ, ନେତାଜୀଙ୍କୁ କହିଲେ...

ପୂର୍ବରୁ ମଧ୍ୟ ଧର୍ମ ସଂସଦକୁ ନେଇ ଅନେକ ଦେଖାଦେଇଛି। ଏହି ସମୟ ମଧ୍ୟରେ ପ୍ରୟାଗରାଜରେ ଆୟୋଜିତ ଏକ ସନ୍ଥ ସମ୍ମିଳନୀରେ ଅନେକ ବଡ ପ୍ରସ୍ତାବ ମଧ୍ୟ ଦେଶ ସରକାରଙ୍କ ସମ୍ମୁଖରେ ରଖାଯାଇଛି। ଭାରତ ସହିତ ହିନ୍ଦୁ ରାଷ୍ଟ୍ର ଲେଖିବା ଓ ମୁସଲମାନଙ୍କ ସଂଖ୍ୟାଲଘୁ ମାନ୍ୟତା ହଟାଇବାକୁ ଦାବି ହୋଇଛି।

ସୌ: ସୋସିଆଲ ମିଡିଆ

ଲକ୍ଷ୍ନୌ: ପୁଣି ଥରେ କଟ୍ଟର ହିନ୍ଦୁବାଦୀ ନେତାଙ୍କ ଟାର୍ଗେଟକୁ ଆସିଛନ୍ତି ମହାତ୍ମା ଗାନ୍ଧୀ। ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ଏକ ସନ୍ଥ ସାମ୍ମୀଳନରେ ବାପୁଙ୍କୁ ନେଇ ବିବାଦୀୟ ବୟାନ ଦିଆଯାଇଥିବା ଅଭିଯୋଗ ହୋଇଛି। ଭାରତ ସହିତ ହିନ୍ଦୁ ରାଷ୍ଟ୍ର ଲେଖିବା ଓ ମୁସଲମାନଙ୍କ ସଂଖ୍ୟାଲଘୁ ମାନ୍ୟତା ହଟାଇବାକୁ ଦାବି ହୋଇଛି। 

ଏହା ପୂର୍ବରୁ ମଧ୍ୟ ଧର୍ମ ସଂସଦକୁ ନେଇ ଅନେକ ଦେଖାଦେଇଛି। ଏହି ସମୟ ମଧ୍ୟରେ ପ୍ରୟାଗରାଜରେ ଆୟୋଜିତ ଏକ ସନ୍ଥ ସମ୍ମିଳନୀରେ ଅନେକ ବଡ ପ୍ରସ୍ତାବ ମଧ୍ୟ ଦେଶ ସରକାରଙ୍କ ସମ୍ମୁଖରେ ରଖାଯାଇଛି।  ଭାରତ ସହିତ ହିନ୍ଦୁ ରାଷ୍ଟ୍ର ଲେଖିବା ଓ ମୁସଲମାନଙ୍କ ସଂଖ୍ୟାଲଘୁ ମାନ୍ୟତା ହଟାଇବାକୁ ଦାବି ହୋଇଛି। ଏହା ସହ ସାଧୁ ସଂଘ ୟତି ନରସିଂହାନନ୍ଦ ଏବଂ ୱାସିମ୍ ରିଜଭି ଓରଫ ଜିତେନ୍ଦ୍ର ତ୍ୟାଗିଙ୍କ ମୁକ୍ତି ପାଇଁ ଦାବି କରିଥିଲେ।

Also Read: Fuel Price : Petrol-Dieselର ନୂଆ ଦର ଜାରି, ଦୁଇ ମାସ ହେଲା ବଢୁଛି ଅଶୋଧିତ ତେଲର ମୂଲ୍ୟ

ଶଙ୍କରାଚାର୍ଯ୍ୟ ନରେନ୍ଦ୍ରନନ୍ଦ ସରସ୍ୱତୀ ଧର୍ମ ସଂସଦରେ ଦାବି କରିଛନ୍ତି ଯେ, ଉତ୍ତର ପ୍ରଦେଶ ସରକାର ବିନା ସର୍ତ୍ତରେ ନରସିଂହାନନ୍ଦ ୟତି ଏବଂ ଜିତେନ୍ଦ୍ର ନାରାୟଣ ତ୍ୟାଗୀଙ୍କୁ ତୁରନ୍ତ ଏକ ମାସ ମଧ୍ୟରେ ମୁକ୍ତ କରନ୍ତୁ। ଏପରି କରିବାରେ ବିଫଳ ହେଲେ ଏକ ହିଂସାତ୍ମକ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଧର୍ମ ପରିବର୍ତ୍ତନକାରୀଙ୍କୁ ଫାଶୀ ଦେବା ଏବଂ ହିନ୍ଦୁମାନଙ୍କୁ ପାଞ୍ଚଟି ସନ୍ତାନ ଜନ୍ମ ଦେବା ପାଇଁ ସେ ନିବେଦନ କରିଛନ୍ତି।

ସନ୍ଥ ସମାଗାମର ପ୍ରଥମ ରିଜୋଲ୍ୟୁସନରେ ଧର୍ମ ସଂସଦରେ ଉପସ୍ଥିତ ସାଧୁମାନେ ଭାରତକୁ ହିନ୍ଦୁ ରାଷ୍ଟ୍ର ଭାବରେ ଘୋଷଣା କରିବା ବିଷୟରେ କହିଛନ୍ତି। ଏଥି ସହିତ ଦ୍ୱିତୀୟରେ ଧର୍ମ ପରିବର୍ତ୍ତନ ମାମଲାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ଆଇନକୁ ଅଧିକ କଡାକଡି କରିବାକୁ ଦାବି କରାଯାଇଥିଲେ। ଯେଉଁମାନେ ଧର୍ମାନ୍ତର କରୁଛନ୍ତି ସେମାନଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କରାଯାଇଥିଲା। ତୃତୀୟ ରିଜୋଲ୍ୟୁସନରେ ହରିଦ୍ୱାର ଧର୍ମ ସଂସଦରେ ଉତ୍ତେଜନାମୂଳକ ଭାଷଣ ଦେଇଥିବା ସ୍ୱାମୀ ୟତି ନରସିଂହାନନ୍ଦ ଏବଂ ଜିତେନ୍ଦ୍ର ତ୍ୟାଗୀ ଓରଫ ୱାସିମ ରିଜଭିଙ୍କ ବିନା ସର୍ତ୍ତରେ ମୁକ୍ତ ହେବା ପାଇଁ ଦାବି କରାଯାଇଥିଲା।

Also Read: ଅଭାବୀର ଅଭାବନୀୟ ଦୃଶ୍ୟ; ମୂଲଚାଲ୍ କରି ଦିନକର ଶିଶୁକୁ ବିକି ଦେଲା ବାପା

ଏଥିସହିତ କୁହାଯାଉଛି ଯେ, ମହମଣ୍ଡଳେଶ୍ୱର ପ୍ରଭୁଦାନନ୍ଦ ମହାରାଜ, ଇସଲାମ ଧର୍ମ ଉପରେ ବର୍ଷିବା ସହ ହିନ୍ଦୁମାନଙ୍କୁ କପୋତ ଓ ସେମାନଙ୍କୁ ଜିହାଦି ବିଲେଇ ବୋଲି କହିଥିଲେ। ତାଙ୍କ ତରଫରୁ କୁହାଯାଇଛି ଯେ ଯିଏ ଦେଶ ବିରୋଧୀ କାର୍ଯ୍ୟକଳାପରେ ଜଡିତ ଅଛି ଏବଂ ଯିଏ ହିନ୍ଦୁମାନଙ୍କୁ ସମ୍ମାନ ଦେଇପାରିବେ ନାହିଁ, ସେମାନେ ପାକିସ୍ତାନ କିମ୍ବା ବାଂଲାଦେଶକୁ ଫେରିବା ଉଚିତ୍।

ଏହି କାର୍ଯ୍ୟକ୍ରମରେ ଯୋଗଗୁରୁ ଶଙ୍କରାଚାର୍ଯ୍ୟ ନରେନ୍ଦ୍ରାନନ୍ଦ ସରସ୍ୱତୀ କହିଛନ୍ତି ଯେ, ଆମର ଦେବତା ଏବଂ ଦେବୀଙ୍କଠାରୁ ଶିକ୍ଷା ଗ୍ରହଣ କରିବା ପରେ ଆମ ହାତରେ ଅସ୍ତ୍ରଶସ୍ତ୍ର ଧରିବା ଉଚିତ୍। ଏହା ସହିତ ସେ ଦେଶର ପ୍ରତିରକ୍ଷା ବଜେଟ୍ ବୃଦ୍ଧି ପାଇଁ ଆବେଦନ କରିଥିଲେ ଏବଂ ଦେଶଦ୍ରୋହୀଙ୍କୁ ଗରମ ତେଲରେ ସ୍ନାନ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ସମୟ ମଧ୍ୟରେ ସେ ମହାତ୍ମା ଗାନ୍ଧୀଙ୍କୁ ଜାତିର ପିତା ଭାବରେ ଗ୍ରହଣ କରିବାକୁ ମନା କରିଦେଇଥିଲେ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ବୋଲି କହିଥିଲେ।