ବ୍ରିଟେନ ପରେ ଏହି ଦେଶରେ ମିଳିଲା କୋରୋନା ଷ୍ଟ୍ରେନର ନୂଆ ମାମଲା
Advertisement
Article Detail0/zeeodisha/odisha818073

ବ୍ରିଟେନ ପରେ ଏହି ଦେଶରେ ମିଳିଲା କୋରୋନା ଷ୍ଟ୍ରେନର ନୂଆ ମାମଲା

ବ୍ରିଟେନ (Britain) ଏବଂ ୟୁରୋପୀୟ ଦେଶକୁ (Europian Countrey) ସଂକ୍ରମିତ କୋରୋନା ଭାଇରସର (Corona Virus) ନୂତନ ଷ୍ଟ୍ରେନ୍ ଆମେରିକା ପୂର୍ବରୁ ଭାରତରେ ପହଞ୍ଚିଛି। 

ବ୍ରିଟେନ ପରେ ଏହି ଦେଶରେ ମିଳିଲା କୋରୋନା ଷ୍ଟ୍ରେନର ନୂଆ ମାମଲା

ନୂଆଦିଲ୍ଲୀ: ବ୍ରିଟେନ (Britain) ପରେ ଆମେରିକାରେ (USA) କୋରୋନା ଭାଇରସର (Corona Virus) ନୂଆ ଷ୍ଟ୍ରେନର (New Strain) ଦେଖିବାକୁ ମିଳିଛି। କଲରାଡୋର (Colrado) ରାଜଧାନୀ ଡେନଭରରେ ୨୦ ବର୍ଷ ବୟସ୍କ ବ୍ୟକ୍ତିଙ୍କଠାରେ ଏହି ନୂତନ ଷ୍ଟ୍ରେନ୍ ଦେଖିବାକୁ ମିଳିଛି । ତେବେ ଏହି ସଂକ୍ରମିତ ବ୍ୟକ୍ତିଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରିକୁ ଖୋଜି ପାଇନାହାଁନ୍ତି ସ୍ଥାନୀୟ ସରକାର । ଡେନଭର ଗଭର୍ଣ୍ଣର ଜାରେଡ ପୋଲିସ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି।

ବ୍ରିଟେନ (Britain) ଏବଂ ୟୁରୋପୀୟ ଦେଶକୁ (Europian Countrey) ସଂକ୍ରମିତ କୋରୋନା ଭାଇରସର (Corona Virus) ନୂତନ ଷ୍ଟ୍ରେନ୍ ଆମେରିକା ପୂର୍ବରୁ ଭାରତରେ ପହଞ୍ଚିଛି। ଭାରତ (India), ବେଙ୍ଗାଲୁରୁ (Bengaluru), ହାଇଦ୍ରାବାଦ (Hyderabad), ପୁଣେ, ମିରଟ, ୟୁପିରେ ନୂତନ କୋରୋନା ସଂକ୍ରମିତ ରୋଗୀଙ୍କୁ ଦେଖିବାକୁ ମିଳିଛି। ରିପୋର୍ଟ ଅନୁଯାୟୀ, ନଭେମ୍ବର ୨୫ରୁ ଡିସେମ୍ବର ୨୩ ମଧ୍ୟରେ ବ୍ରିଟେନରୁ ପ୍ରାୟ ୩୩ ହଜାର ଯାତ୍ରୀ ଭାରତ ଆସିଥିଲେ। ଯେଉଁଥିରୁ ଶହେରୁ ଅଧିକ ଲୋକ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ୭ ଜଣ ଯାତ୍ରୀଙ୍କ ମଧ୍ୟରେ କୋରୋନାର ଏକ ନୂଆ ଷ୍ଟ୍ରେନ୍ ଦେଖିବାକୁ ମିଳିଛି।

ଏଠାରେ କହି ରଖୁଛୁ ଯେ କୋରୋନା ଭାଇରସର ପ୍ରଥମ ଷ୍ଟ୍ରେନ୍ ବ୍ରିଟେନରେ ନିଶ୍ଚିତ ହୋଇଥିଲା। ଏହା ପରେ ଭାରତ ସମେତ ଅନେକ ଦେଶରେ ବ୍ୟାପିଥିବା ନେଇ ସୂଚନା ରହିଛି। ବ୍ରିଟେନ୍, ଭାରତ, ଆମେରିକା, ସ୍ପେନ୍, ସ୍ୱିଡେନ, ସ୍ୱିଜରଲ୍ୟାଣ୍ଡ, ଫ୍ରାନ୍ସ, ଡେନମାର୍କ, ଜର୍ମାନୀ, ଇଟାଲୀ, ନେଦରଲ୍ୟାଣ୍ଡ, ଅଷ୍ଟ୍ରେଲିଆ, କାନାଡା, ଜାପାନ, ଲେବାନନ୍, ସିଙ୍ଗାପୁର ଏବଂ ନାଇଜେରିଆରେ ଏହି ନୂତନ ଷ୍ଟ୍ରେନ୍ ଦେଖିବାକୁ ମିଳିଛି। ଏହା ବ୍ୟତୀତ ଦକ୍ଷିଣ ଆଫ୍ରିକାରେ କୋରୋନାର ଏକ ନୂତନ ଷ୍ଟ୍ରେନ୍ ଦେଖିବାକୁ ମିଳିଛି, ଯାହା ବ୍ରିଟେନରେ ମିଳୁଥିବା ନୂତନ ଷ୍ଟ୍ରେନ୍ ଠାରୁ ଭିନ୍ନ ବୋଲି ଦାବି ହେଉଛି।