କୋରୋନା ମାମଲାରେ ନୂଆ ରେକର୍ଡ କଲା ରାଜଧାନୀ
Advertisement
Article Detail0/zeeodisha/odisha774233

କୋରୋନା ମାମଲାରେ ନୂଆ ରେକର୍ଡ କଲା ରାଜଧାନୀ

 Coronavirus in Delhi: ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୫୭,୨୧୦ କୋରୋନା ପରୀକ୍ଷା ହୋଇଛି । ଏହାସହ ଏପର୍ଯ୍ୟନ୍ତ ମୋଟ ପରୀକ୍ଷା ସଂଖ୍ୟା ୪୪,୫୬,୦୨୯ରେ ପହଞ୍ଚିଛି ।

କୋରୋନା ମାମଲାରେ ନୂଆ ରେକର୍ଡ କଲା ରାଜଧାନୀ

ନୂଆଦିଲ୍ଲୀ: Coronavirus in Delhi: ଗୋଟିଏ ପଟେ ଦେଶରେ କୋରୋନା ଭୂତାଣୁ ମାମଲା (Coronavirus Positive Case) ରେ ହ୍ରାସ ଘଟିବାରେ ଲାଗିଛି । ଅନ୍ୟପଟେ ଦେଶର ରାଜଧାନୀ ଦିଲ୍ଲୀରେ ନୂଆ କୋରୋନା ମାମଲାରେ ବୃଦ୍ଧି ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ କୋରୋନା ସଂକ୍ରମଣ (Coronavirus Positive) ର ୪,୮୫୩ ନୂଆ ମାମଲା ସାମ୍ନାକୁ ଆସିଛି । ଏହ ଏକ ନୂଆ ରେକର୍ଡ । ଏହାପୂର୍ବରୁ ସେପ୍ଟେମ୍ବର 16ରେ କୋରୋନାର ୪,୪୭୩ ନୂଆ ମାମଲା ସାମ୍ନାକୁ ଆସିଥିଲା । ଏହା ସହିତ ଦିଲ୍ଲୀରେ କୋରୋନା ସଂକ୍ରମିତ ମାମଲା ସଂଖ୍ୟା ୩,୬୪,୩୪୧ କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ୪୪ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଦିଲ୍ଲୀରେ କୋରୋନା ସଂକ୍ରମଣରେ ୬,୩୫୬ ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ଦିଲ୍ଲୀରେ କୋରୋନାର ୨୭,୮୭୩ ସକ୍ରିୟ ମାମଲା ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ୨୭୨୨ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ଏପର୍ଯ୍ୟନ୍ତ ମୋଟ ୩,୩୦,୧୧୨ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୫୭,୨୧୦ କୋରୋନା ପରୀକ୍ଷା ହୋଇଛି । ଏହାସହ ଏପର୍ଯ୍ୟନ୍ତ ମୋଟ ପରୀକ୍ଷା ସଂଖ୍ୟା ୪୪,୫୬,୦୨୯ରେ ପହଞ୍ଚିଛି । ଦିଲ୍ଲୀରେ କୋରୋନା ପୁନରୁଦ୍ଧାର ହାର ୯୦.୬ ପ୍ରତିଶତ ଥିବାବେଳେ ମୃତ୍ୟୁ ହାର ୧.୭୪ ପ୍ରତିଶତ ରହିଛି । ପଜିଟିଭ ହାର- ୮.୪୮ ପ୍ରତିଶତ ଓ ସକ୍ରିୟ ମାମଲା ହାର ୭.୬୫ ପ୍ରତିଶତ ରହିଛି ।

ଅଧିକ ପଢ଼ନ୍ତୁ:-ଭାରତର ଏହି ୫ଟି ରାଜ୍ୟରେ କୋରୋନା ଭୂତାଣୁର ବିପଦ ସବୁଠାରୁ ଅଧିକ, ଚେତାବନୀ ଜାରି କଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ଦିଲ୍ଲୀ ତୁଳନାରେ ଦେଶରେ କୋରୋନା ଭାଇରସ ରୋଗୀଙ୍କ ସଂଖ୍ୟାରେ ହ୍ରାସ ଘଟିଛି । ମଙ୍ଗଳବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ (ସୋମବାର ସକାଳ ୮ଟାରୁ ମଙ୍ଗଳବାର ସକାଳ ୮ଟା) ୩୬,୪୭୦ ନୂଆ ମାମଲା ଚିହ୍ନଟ ହୋଇଛି । ଜୁଲାଇ ୧୮ ପରଠାରୁ ଏହା ହେଉଛି ସର୍ବନିମ୍ନ ସଂଖ୍ୟକ ମାମଲା । ଜୁଲାଇ ୧୮ରେ ୩୪,୮୮୪ ନୂତନ ମାମଲା ରିପୋର୍ଟ ହୋଇଥିଲା । 

ଅଧିକ ପଢ଼ନ୍ତୁ:-ଯିଏ ଦେଇଛି ସମଗ୍ର ଦୁନିଆକୁ କୋରୋନା, ସେ ହିଁ ଦେବ ପ୍ରଥମ ଟୀକା !

ବର୍ତ୍ତମାନ ଯାଏ ଦେଶରେ ୭୯,୪୬,୪୨୯ କୋରୋନା ମାମଲା ଚିହ୍ନଟ ହୋଇଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ-19 ଯୋଗୁଁ ୪୮୮ ଜଣଙ୍କର ମୃତ୍ୟୁ ହୋଇଛି । ଯାହା ପରେ ଦେଶରେ ସମୁଦାୟ ମୃତକଙ୍କ ସଂଖ୍ୟା ୧,୧୯,୫୦୨ରେ ପହଞ୍ଚିଛି ।