କୋରୋନାର ତୃତୀୟ ଲହରର ଭୟ: ଡେଲ୍ଟାର ୮ଟି ରାଜ୍ୟରେ ୫୦ ପ୍ରତିଶତ ମାମଲା, ଧୀରେ ଧୀରେ ବଢୁଛି ବିପଦ
Advertisement

କୋରୋନାର ତୃତୀୟ ଲହରର ଭୟ: ଡେଲ୍ଟାର ୮ଟି ରାଜ୍ୟରେ ୫୦ ପ୍ରତିଶତ ମାମଲା, ଧୀରେ ଧୀରେ ବଢୁଛି ବିପଦ

ମହାମାରୀର ଦ୍ୱିତୀୟ ଲହର ପୂର୍ବରୁ ଫେବୃଆରୀ ଓ ମାର୍ଚ୍ଚରେ ସର୍ବାଧିକ ଆଲଫା ଭାରିଆଣ୍ଟ ଦେଖିବାକୁ ମିଳିଥିଲା । କିନ୍ତୁ ମେ ଓ ଜୁନ୍ ମାସରେ ୯୦ ପ୍ରତିଶତ ନମୁନାରେ ଡେଲଟା ଭାରିଆଣ୍ଟକୁ ନିଶ୍ଚିତ କରିଥିଲା । ଦେଶରେ ଏପର୍ଯ୍ୟନ୍ତ କୋରୋନାର ୧୨୦ ମ୍ୟୁଟେଶନ ଚିହ୍ନଟ କରାଯାଇଛି, କିନ୍ତୁ ସେଥିମଧ୍ୟରୁ ୮ଟି ଗମ୍ଭୀର ପ୍ରକାର ଅଛି । ଯାହା ଫଳରେ ସବୁଠାରୁ ଅଧିକ ଭାରତୀୟ କୋରୋନା ସଂକ୍ରମିତ ହୋଇଥିବାର ଦେଖିବାକୁ ମିଳୁଛି ।

କୋରୋନାର ତୃତୀୟ ଲହରର ଭୟ: ଡେଲ୍ଟାର ୮ଟି ରାଜ୍ୟରେ ୫୦ ପ୍ରତିଶତ ମାମଲା, ଧୀରେ ଧୀରେ ବଢୁଛି ବିପଦ

ନୂଆଦିଲ୍ଲୀ: ସାରା ଦେଶ କୋରୋନା ଭୂତାଣୁର ଦ୍ୱିତୀୟ ଲହର (Second Wave of Coronavirus) ର ସାମ୍ନା କରୁଛି । ଅବଶ୍ୟ ବର୍ତ୍ତମାନ ସମୟରେ ଏହି ମହାମାରୀର ପ୍ରକୋପ କମିବାରେ ଲାଗିଛି । ପରିସ୍ଥିତିରେ ସୁଧାର ଦେଖିବାକୁ ମିଳୁଛି । କିନ୍ତୁ ଏହି ସମୟରେ କୋରୋନା ତୃତୀୟ ଲହର (Third Wave of COVID-19) କୁ ନେଇ ଭୟ ସୃଷ୍ଟି ହୋଇଛି । ଦେଶର ୮ଟି ରାଜ୍ୟର ମହାରାଷ୍ଟ୍ର, ଦିଲ୍ଲୀ, କେରଳ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଛତିଶଗଡ, ଓଡିଶା ଏବଂ ତେଲେଙ୍ଗାନାରେ କୋରୋନା ଭୂତାଣୁର ବିପଜ୍ଜନକ ଭେରିଏଣ୍ଟ୍ ଡେଲ୍ଟା (Dalta Variant) ର ୫୦ ପ୍ରତିଶତ ମାମଲା ଦେଖିବାକୁ ମିଳିଛି ।

ଅଧିକ ପଢ଼ନ୍ତୁ:-ଦେଶରେ ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା, ଏହି ୧୦ ରାଜ୍ୟରେ ସଂକ୍ରମଣ ହାର ଏବେ ବି ଚିନ୍ତାଜନକ

ଦେଶର ୧୭୪ଟି ଜିଲ୍ଲାରେ ଡେଲଟା ଭାରିଆଣ୍ଟ (Dalta Variant)  ମିଳିସାରିଛି । ଅନ୍ୟପକ୍ଷେ ନିକଟ ଅତୀତରେ ସାମ୍ନାକୁ ଆସିଥିବା ଡେଲଟା ପ୍ଲସ୍ ମାମଲା ବର୍ତ୍ତମାନ ସୁଦ୍ଧା ୧୨ଟି ରାଜ୍ୟରେ ଚିହ୍ନଟ ହୋଇଛି । ଏସବୁ ରାଜ୍ୟରେ ୪୯ ନମୁନାରେ ଡେଲଟା ପ୍ଲସ୍ ଭାରିଆଣ୍ଟ (Dalta Plus Variant) ଦେଖିବାକୁ ମିଳିଛି, ଯାହାକୁ ନିକଟ ଅତୀତରେ ସରକାର ଏକ ଗୁରୁତର ଭାରିଆଣ୍ଟ ଭାବରେ ଘୋଷଣା କରିଛି । ଜାତୀୟ ମହାମାରୀ ନିୟନ୍ତ୍ରଣ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ସୁଜିତ କୁମାର ସିଂ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୨୧,୧୦୯ ନମୁନାରେ ଗମ୍ଭୀର ଭାରିଆଣ୍ଟ ମିଳିଛି । ସେଥିମଧ୍ୟରୁ ଆଲଫା ୩୯୬୯, ବିଟା ୧୪୯, ଗାମା ଗୋଟିଏ ଏବଂ ଡେଲଟା ଓ କପା ଭାରିଆଣ୍ଟ ୧୬,୨୩୮ ନମୁନାରେ ମିଳିଛି ।

ଅଧିକ ପଢ଼ନ୍ତୁ:-ପୁଣି ମହଙ୍ଗା ହେଲା ତୈଳ ଦର: ଏହି ସବୁ ବଡ ସହରରେ ୧୦୦ ଟଙ୍କା ପାର କଲା ପେଟ୍ରୋଲ, ଜାଣନ୍ତୁ ଆପଣଙ୍କ ସହରର ଦାମ୍?

ମହାମାରୀର ଦ୍ୱିତୀୟ ଲହର ପୂର୍ବରୁ ଫେବୃଆରୀ ଓ ମାର୍ଚ୍ଚରେ ସର୍ବାଧିକ ଆଲଫା ଭାରିଆଣ୍ଟ ଦେଖିବାକୁ ମିଳିଥିଲା । କିନ୍ତୁ ମେ ଓ ଜୁନ୍ ମାସରେ ୯୦ ପ୍ରତିଶତ ନମୁନାରେ ଡେଲଟା ଭାରିଆଣ୍ଟକୁ ନିଶ୍ଚିତ କରିଥିଲା । ଦେଶରେ ଏପର୍ଯ୍ୟନ୍ତ କୋରୋନାର ୧୨୦ ମ୍ୟୁଟେଶନ ଚିହ୍ନଟ କରାଯାଇଛି, କିନ୍ତୁ ସେଥିମଧ୍ୟରୁ ୮ଟି ଗମ୍ଭୀର ପ୍ରକାର ଅଛି । ଯାହା ଫଳରେ ସବୁଠାରୁ ଅଧିକ ଭାରତୀୟ କୋରୋନା ସଂକ୍ରମିତ ହୋଇଥିବାର ଦେଖିବାକୁ ମିଳୁଛି ।

ଅଧିକ ପଢ଼ନ୍ତୁ:-LIC ପଲିସି ବଦଳରେ ସହଜରେ ନେଇପାରିବେ ଶସ୍ତା ଋଣ, ଏହା ହେଉଛି ଉପାୟ...

ତଥାପି, ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ୧୪ ଭାରିଆଣ୍ଟ ବିଷୟରେ ଅଧିକ ଜାଣନ୍ତି ନାହିଁ । ଏଗୁଡ଼ିକର ମଧ୍ୟରୁ ଡେଲଟା ପ୍ଲସ୍ ଭାରିଆଣ୍ଟ ବି ଅଛି । ଗତ ବର୍ଷ ଡିସେମ୍ବର ୨୦୨୦ରେ ଦେଶର ଗୋଟିଏ ଜିଲ୍ଲାରେ ଡେଲଟା ଭାରିଆଣ୍ଟରେ ସଂକ୍ରମିତ ରୋଗୀ ମିଳିଥିଲା, ଏହା ପରେ ମାର୍ଚ୍ଚ ୨୦୨୧ ସୁଦ୍ଧା ଡେଲଟା ୫୪ଟି ଜିଲ୍ଲାରେ ପହଞ୍ଚି ସାରିଥିଲା, କିନ୍ତୁ ବର୍ତ୍ତମାନ ଏହା ୧୭୪ଟି ଜିଲ୍ଲାରେ ପହଞ୍ଚିସାରିଛି । ଏହା ପ୍ରଥମେ ମହାରାଷ୍ଟ୍ରରେ ମିଳିଥିଲା  । ସେପଟେ ଡେଲଟା ପ୍ଲସ୍ ବିଷୟରେ କହିବାକୁ ଗଲେ ମହାରାଷ୍ଟ୍ରରେ ସର୍ବାଧିକ ୨୦, ତାମିଲନାଡୁରେ ୯, ମଧ୍ୟପ୍ରଦେଶରେ ୦୭, ପଞ୍ଜାବରେ ୨, ଗୁଜୁରାଟ ୧, କେରଳ ୧, ଆନ୍ଧ୍ରପ୍ରଦେଶ-ଓଡିଶା-ରାଜସ୍ଥାନ-ଜାମ୍ମୁ କାଶ୍ମୀର ଏବଂ କର୍ଣ୍ଣାଟକରେ ୧-୧ ସଂକ୍ରମିତ ରହିଛି ।

ଅଧିକ ପଢ଼ନ୍ତୁ:-ବିଜୁପକ୍କା ଘର ହାତେଇବା ଅଭିଯୋଗରେ GRS ଙ୍କୁ ଲୋକାୟୁକ୍ତଙ୍କ ନୋଟିସ

ମହାରାଷ୍ଟ୍ରରେ ଡେଲଟା ପ୍ଲସ୍ ଭାରିଆଣ୍ଟରେ ସଂକ୍ରମିତ ଜଣେ ୮୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଡେଲଟା ପ୍ଲସ କାରଣରୁ ଦେଶରେ ଏହା ହେଉଛି ଦ୍ୱିତୀୟ ମୃତ୍ୟୁ ଏବଂ ମହାରାଷ୍ଟ୍ରରେ ପ୍ରଥମ ମୃତ୍ୟୁ । ରାଜ୍ୟରେ ମୋଟ ୨୧ ରୋଗୀ ଡେଲଟା ଭାରିଆଣ୍ଟରେ ସଂକ୍ରମିତ ଅଛନ୍ତି । ମଧ୍ୟପ୍ରଦେଶର ଉଜ୍ଜୈନରେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି । ଉଜ୍ଜୈନରେ ଦୁଇଜଣ ରୋଗୀ ଡେଲଟା ପ୍ଲସ୍ ଭାରିଆଣ୍ଟରେ ସଂକ୍ରମିତ ମିଳିଥିଲା । ​​ଯେଉଁଥିରେ ଜଣେ ମହିଳା ରୋଗୀଙ୍କର ମୃତ୍ୟୁ ହୋଇଥିଲା ।

ଏହି ସମୟରେ ଡେଲଟା ପ୍ଲସ୍ ଭାରିଆଣ୍ଟ୍ର ବୃଦ୍ଧିକୁ ରୋକିବା ପାଇଁ ରାଜ୍ୟ ସରକାର ପ୍ରତିବନ୍ଧକ ବୃଦ୍ଧି ପାଇଁ ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି । ରାପିଡ ଆଣ୍ଟିଜେନ୍ କିମ୍ବା ଅନ୍ୟାନ୍ୟ ପରୀକ୍ଷା ପରିବର୍ତ୍ତେ RT-PCR ପରୀକ୍ଷା ଆଧାରରେ ପ୍ରତିବନ୍ଧକ ବୃଦ୍ଧି କିମ୍ବା ହ୍ରାସ ହେବ । ଯଦି ଡେଲଟା ମାମଲା ମିଳେ ତେବେ ଏହି ପ୍ରତିବନ୍ଧକକୁ ବୃଦ୍ଧି କରାଯାଇପାରେ ।