ନ୍ୟୁୟର୍କ ପାଲଟିଲା ଦ୍ୱିତୀୟ ୱୁହାନ !
Advertisement
Article Detail0/zeeodisha/odisha657131

ନ୍ୟୁୟର୍କ ପାଲଟିଲା ଦ୍ୱିତୀୟ ୱୁହାନ !

ନ୍ୟୁୟର୍କରେ ଏହି ଭୂତାଣୁ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ୭୦୦୦କୁ ଛୁଇଁଲାଣି । ଅନ୍ୟପକ୍ଷେ ୩୯ ଲୋକଙ୍କ ମୃତ୍ୟୁ ଘଟିଛି । କୋରୋନା ସଂକ୍ରମଣକୁ ରୋକିବା ପାଇଁ ନ୍ୟୁୟର୍କ ଓ ଇଲିୟାନ୍ସରେ କାଲିଫର୍ଣ୍ଣିଆ ପରି ନିଜର ଲକ୍ଷ ଲକ୍ଷ ଲୋକଙ୍କୁ ନିଜ ଘରେ ରହିବାକୁ କୁହାଯାଇଛି । ଏହାର ପ୍ରଭାବ ପ୍ରାୟ ୭୦ ମିଲିୟନ ଲୋକଙ୍କ ଉପରେ ପଡ଼ିବ । 

ନ୍ୟୁୟର୍କ ପାଲଟିଲା ଦ୍ୱିତୀୟ ୱୁହାନ !

ନ୍ୟୁୟର୍କ: ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଥିବା କୋରୋନା ଭାଇରସ ଏବେ ଆମେରିକାରେ ତାଣ୍ଡବ ଆରମ୍ଭ କରି ଦେଇଛି । କୋରୋନା ଭାଇରସର କେନ୍ଦ୍ରସ୍ଥଳ ଥିବା ଚୀନର ୱୁହାନ ସହର ପରି ଆମେରିକାର ନ୍ୟୁୟର୍କରେ ମଧ୍ୟ ସେପରି ପରିସ୍ଥିତି ଦେଖାଦେଇଛି । ଯାହାକୁ ନେଇ ଚିନ୍ତିତ ହୋଇପଡ଼ିଛି ବିଶ୍ୱର ସର୍ବ ବୃହତ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା  କେବଳ ନ୍ୟୁୟର୍କରେ ୭୦୦୦ରୁ ଉର୍ଦ୍ଧ୍ୱ କୋରୋନା ଭୂତାଣୁ ପୋଜିଟିଭ ଚିହ୍ନଟ କରାଯାଇଛି । ଏଥିରୁ ୩୯ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇସାରିଛି । ସମଗ୍ର ଆମେରିକାରରେ ବର୍ତ୍ତମାନ ଯାଏ ୨୩୦ ଲୋକଙ୍କ ମୃତ୍ୟୁ ଘଟି ସାରିଛି । ଏବେ କୋରୋନା ଭୂତାଣୁ ଯୋଗୁଁ ନ୍ୟୁୟର୍କ ସହରରେ ଚୀନର ୱୁହାନ ପରି ପରିସ୍ଥିତି ଦେଖାଦେଇଛି । ନ୍ୟୁୟର୍କର ମେୟର ବିଲ ଡେ ବଲାସିୟୋ କହିଛନ୍ତି ଯେ, ଏବେ ମହାମାରୀର ସଙ୍କଟର କେନ୍ଦ୍ର ସ୍ଥଳ ନ୍ୟୁୟର୍କ ପାଲଟିଛି । ନ୍ୟୁୟର୍କରେ ଏହି ଭୂତାଣୁର ୫୦୦୦ର ମାମଲା ରହିଛି ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷେ ମିଳିଥିବା ତାଜା ତଥ୍ୟ ଅନୁସାରେ, ନ୍ୟୁୟର୍କରେ ଏହି ଭୂତାଣୁ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ୭୦୦୦କୁ ଛୁଇଁଲାଣି । ଅନ୍ୟପକ୍ଷେ ୩୯ ଲୋକଙ୍କ ମୃତ୍ୟୁ ଘଟିଛି । କୋରୋନା ସଂକ୍ରମଣକୁ ରୋକିବା ପାଇଁ ନ୍ୟୁୟର୍କ ଓ ଇଲିୟାନ୍ସରେ କାଲିଫର୍ଣ୍ଣିଆ ପରି ନିଜର ଲକ୍ଷ ଲକ୍ଷ ଲୋକଙ୍କୁ ନିଜ ଘରେ ରହିବାକୁ କୁହାଯାଇଛି । ଏହାର ପ୍ରଭାବ ପ୍ରାୟ ୭୦ ମିଲିୟନ ଲୋକଙ୍କ ଉପରେ ପଡ଼ିବ । ଏହା ଆମେରିକା ଜନସଂଖ୍ୟା ପଞ୍ଚମ ଅଂଶ ହେବ । ଆମେ୍ରିକା ଏହି ସହରର ରେଶନ ଦୋକାନ, ଔଷଧ ଦୋକାନ, ଗ୍ୟାସ ଷ୍ଟେସନ ଓ ଅନ୍ୟାନ୍ୟ ଆଶ୍ୟକୀୟ ଜରୁରୀ ଦୋକାନା ବ୍ୟତୀତ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରିଦେଇଛି ।

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, କୋରୋନା ଭୂତାଣୁ ବା COVID-19 ଯୋଗୁ ଦୁନିଆସାରା ମୃତକଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଘଟି ଚାଲିଛି । ଶୁକ୍ରବାର ଯାଏ ମୃତକଙ୍କ ସଂଖ୍ୟା ୧୦,୦୩୦ ଥିଲା । ଅନ୍ୟପକ୍ଷେ କୋରୋନା ଭୂତାଣୁ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ୨୪୪,୫୨୩ ଥିଲା । ଆମେରିକାରେ ବର୍ତ୍ତମାନ ଯାଏ ୧୮୦୦୦ କୋରୋନା ଭୂତାଣୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏଥିରୁ ୨୩୦ ଜଣଙ୍କ ମୃତ୍ୟୁ ଘଟିଛି ।