କୋରୋନା ଅପଡେଟ: ଦେଶ ପାଇଁ ଆସିଲା ଆଶ୍ୱସ୍ତିକର ଖବର
Advertisement
Article Detail0/zeeodisha/odisha1098049

କୋରୋନା ଅପଡେଟ: ଦେଶ ପାଇଁ ଆସିଲା ଆଶ୍ୱସ୍ତିକର ଖବର

କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୦୯,୦୧୧ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୯୧,୯୩୦ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୧୬,୭୭,୬୪୧।

କୋରୋନା ଅପଡେଟ: ଦେଶ ପାଇଁ ଆସିଲା ଆଶ୍ୱସ୍ତିକର ଖବର

ଲିପିକା ମହାନ୍ତ, ନୂଆଦିଲ୍ଲୀ: ଭାରତରେ କୋଭିଡ ସଂକ୍ରମଣରେ ଲଗାତାର ହ୍ରାସ ପ୍ରକ୍ରିୟା ଜାରି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୦ ହଜାରରୁ କମ ମାମଲା ରିପୋର୍ଟ ହୋଇଥିବା ବେଳେ ଆରୋଗ୍ୟ ହାର ୯୭.୬୮ପ୍ରତିଶତ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁଯାୟୀ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୪,୧୧୩ କୋରୋନା ଭାଇରସ୍‌ ଜନିତ ନୂତନ ସଂକ୍ରମଣ ଚିହ୍ନଟ ହୋଇଛି । ସେହିପରି ୩୪୬ ସଂକ୍ରମିତଙ୍କ ମୃତ୍ୟୁ ରେକର୍ଡ କରାଯାଇଛି।

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୨୬,୬୫,୫୩୪ରେ ପହଞ୍ଚିଛି। ୨୪ଘଣ୍ଟାରେ ହୋଇଥିବା ୩୪୬ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୦୯,୦୧୧ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୯୧,୯୩୦ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୧୬,୭୭,୬୪୧।

ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୫,୭୮,୮୮୨। ‘ଆଇସିଏମ୍‌ଆର୍‌’ ରିପୋର୍ଟ ଅନୁସାରେ, କୋଭିଡ୍‌-୧୯ ସଂକ୍ରମଣ ଜାଣିବା ଲାଗି ଗତକାଲି ସୁଦ୍ଧା ସମୁଦାୟ ୭୫,୧୮,୦୩,୭୬୬ଟି ନମୁନା ପରୀକ୍ଷା କରାଯାଇଛି। ଗତକାଲି ପରୀକ୍ଷା କରାଯାଇଛି ୧୦,୬୭,୯୦୮ଟି ନମୁନା । ସେହିପରି ଦୈନିକ ପଜିଟିଭିଟି ହାର ରହିଛି ୩.୧୯%।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୭୨,୯୫,୮୭,୪୯୦ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। କୋରୋନା ସଂକ୍ରମଣ କମିବା ସତ୍ତ୍ଵେ ଏବେ ବି ୫ଟି ରାଜ୍ୟ କେରଳ, ମହାରାଷ୍ଟ୍ର , କର୍ଣ୍ଣାଟକ, ତାମିଲନାଡୁ ଏବଂ ରାଜସ୍ଥାନ କୁ ନେଇ ଚିନ୍ତା ରହିଛି। ଦେଶର ମୋଟ ସଂକ୍ରମଣ ରୁ ସର୍ବାଧିକ ମାମଲା ଏହି ୫ ରାଜ୍ୟରୁ ଆସୁଛି। ଇତିମଧ୍ୟରେ ବିଭିନ୍ନ ରାଜ୍ୟ କଟକଣା କୋହଳ ମଧ୍ୟ କରିଛନ୍ତି।

Also Read: US ର ଦାବି, ଏହି ତାରିଖରେ ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ

Also Read: କଂଗ୍ରେସର ଘୋଷଣା, ୧ ଲକ୍ଷ ସରକାରୀ ଚାକିରୀ ସହ ବେସରକାରୀ କର୍ମଚାରୀଙ୍କୁ ମିଳିବ ଏ ସବୁ ସୁବିଧା