ଆମେରିକାର ଗୁଇନ୍ଦା ସଂସ୍ଥାର କହିବା ଅନୁସାରେ, ୟୁକ୍ରେନକୁ ଘରିବା ପାଇଁ ମିଜାଇଲ୍, ଏୟାରଫୋର୍ସ, ନେଭି ଫୋର୍ସ ଏବଂ ସ୍ପେଶାଲ ଫୋର୍ସକୁ ସୀମାରେ ମୁତୟନ କରିସାରିଲାଣି ଋଷ । ଏହାଛଡା ଗତକାଲି ସମୁଦ୍ରରେ ୬ଟି ଯୁଦ୍ଧ ଯାହାଜକୁ ଛାଡିଛି ଋଷ ସେନା ।
Trending Photos
Russia Ukraine Conflict: ଋଷ ଏବେ ତିନି ଆଡ଼ୁ ୟୁକ୍ରେନକୁ ଘେରିସାରିଲାଣି। ୟୁକ୍ରେନର ରାଜଧାନୀ କିଭ୍ ରେ ମାରାଥନ କୂଟନୈତିକ ସ୍ତର ଓ ସୈନ୍ୟ ସ୍ତରୀୟ ବୈଠକ ଜାରି ରହିଛି। ଆମେରିକାର ଗୁପ୍ତଚର ଏଜେନ୍ସି ର କହିବା କଥା, ଏବେ ଋଷ ଏକ ଲକ୍ଷ ୩୦ ହଜାର ଋଷୀ ସୈନିକଙ୍କୁ ୟୁକ୍ରେନର ସୀମା ଅଞ୍ଚଳରେ ଏକାଠି କରିଛି। କାରଣ ଚରମ ସୀମାରେ ପହଞ୍ଚିଲାଣି ଋଷ-ୟୁକ୍ରେନ୍ ବିବାଦ । ଯାହା ଏବେ ପୁରା ବିଶ୍ୱକୁ ଟେନସନ ଦେଲାଣି।
ଦୁଇ ଦେଶ ମଧ୍ୟରେ ତିକ୍ତତା ଏକପ୍ରକାର ଯୁଦ୍ଧ ଆଡକୁ ମୁହାଁଉଥିବା ବେଳେ ଏବେ ଆମେରିକାର ବଡ଼ ଦାବି ସମସ୍ତଙ୍କ ଛାତିରେ ଛନକା ପୂରାଇଦେଲାଣି। ଦୁଇ ଦେଶକୁ ନେଇ ବଡ଼ ଦାବି କରିଛି ଆମେରିକା । କେଉଁ ତାରିଖରେ ୟୁକ୍ରେନ୍ (Ukraine) ଉପରେ ଋଷ ଆକ୍ରମଣ କରିବ ତାହା ଦାବି କରିଛି ଆମେରିକା । ଆମେରିକାର ଗୁଇନ୍ଦା ସଂସ୍ଥାର କହିବା ଅନୁସାରେ, ୟୁକ୍ରେନକୁ ଘରିବା ପାଇଁ ମିଜାଇଲ୍, ଏୟାରଫୋର୍ସ, ନେଭି ଫୋର୍ସ ଏବଂ ସ୍ପେଶାଲ ଫୋର୍ସକୁ ସୀମାରେ ମୁତୟନ କରିସାରିଲାଣି ଋଷ । ଏହାଛଡା ଗତକାଲି ସମୁଦ୍ରରେ ୬ଟି ଯୁଦ୍ଧ ଯାହାଜକୁ ଛାଡିଛି ଋଷ ସେନା । ଏହି ଯୁଦ୍ଧ ଜାହାଜ ଗୁଡିକ ଜଳ ଏବଂ ସ୍ଥଳ ଭାଗରୁ ଆକ୍ରମଣ କରିବାରେ ସିଦ୍ଧହସ୍ତ ।
ହେଲେ ଋଷର ପ୍ରତିଟି ଗତିପଥ ଉପରେ ନଜର ରଖିଛି ଆମେରିକାର ଗୁଇନ୍ଦା ସଂସ୍ତା । ଆମେରିକାର ଗୁଇନ୍ଦା ସଂସ୍ଥା ଦାବି କରିଛି, ଆସନ୍ତା ୨ ଦିନ ମାନେ ଫେବୃୟାରୀ ୧୬ତାରିଖରେ ୟୁକ୍ରେନ୍ ଉପରେ ଆକ୍ରମଣ କରିପାରେ ଋଷ । ଏହି ଖବର ସାମ୍ନାକୁ ଆସିବା ପରେ ୟୁକ୍ରେନର ଚିନ୍ତା ବଢିଯାଇଛି। ଗୋଟିଏ ପଟେ ଋଷ ୟୁକ୍ରେନ୍ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଅନ୍ୟପଟେ ୟୁକ୍ରେନକୁ ରକ୍ଷା କରିବା ପାଇଁ ପ୍ରସ୍ତୁତ ରହିଛି ଆମେରିକା (America) ।
ଗତ ରବିବାର ହିଁ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ୍ (President Joe Biden) ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସହିତ ଦୀର୍ଘ ଘଣ୍ଟେ କାଳ କଥା ହୋଇ ଆଲୋଚନା କରିଛନ୍ତି । ଏହି କଥାବାର୍ତ୍ତାରେ ଜୋ-ବାଇଡେନ୍ ୟୁକ୍ରେନକୁ ଆଶା ଓ ଭରଷା ଦେଇଛନ୍ତି କି, ଯଦି ଋଷ ୟୁକ୍ରେନ୍ ଉପରେ ଆକ୍ରମଣ କରେ ତେବେ ଆମେରିକା ତାର ସହଯୋଗୀ ରାଷ୍ଟ୍ରମାନଙ୍କ ସହ ମିଶି ଜୋରଦାର ଆକ୍ରମଣ କରିବ। ଅନ୍ୟପଟେ ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନ୍ ମଧ୍ୟ ଋଷ ରାଷ୍ଟ୍ରପତି (Vladimir Putin) ଙ୍କ ସହ ପ୍ରାୟ ୧ଘଣ୍ଟା କଥା ହୋଇଥିଲେ କିନ୍ତୁ ଏହି କଥାବାର୍ତ୍ତାରୁ କୌଣସି ନିଷ୍କର୍ସ ବାହାରିପାରିନାହିଁ।
Also Read: କଂଗ୍ରେସର ଘୋଷଣା, ୧ ଲକ୍ଷ ସରକାରୀ ଚାକିରୀ ସହ ବେସରକାରୀ କର୍ମଚାରୀଙ୍କୁ ମିଳିବ ଏ ସବୁ ସୁବିଧା
Also Read: ଅମୀର ଖାନଙ୍କ ଝିଅ ସହ ହୋଇଥିଲା ଏମିତି କାଣ୍ଡ, ଯାହା ବୁଝିବାକୁ ପରିବାର ନେଇଥିଲେ ଗୋଟିଏ ବର୍ଷ