Coronavirus update: ଦେଶରେ ୪୨ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ
Advertisement

Coronavirus update: ଦେଶରେ ୪୨ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ

Coronavirus update india: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୨ ହଜାର ୬୧୮ ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ଏହି ସମୟରେ ୩୩୦ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି । ଜାଣନ୍ତୁ ଆଜି ଦେଶର କୋରୋନାର ସ୍ଥିତି କ’ଣ ରହିଛି ।

Coronavirus update: ଦେଶରେ ୪୨ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ

Coronavirus update india: ବର୍ତ୍ତମାନ ଦେଶରେ ବହୁ ସଂଖ୍ୟକ ମାରାତ୍ମକ କୋରୋନା ଭୂତାଣୁରେ (Coronavirus) ଶିକାର ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୨ ହଜାର ୬୧୮ ଟି ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି । ଏହି ସମୟରେ ୩୩୦ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି । ଜାଣନ୍ତୁ ଆଜି ଦେଶର କୋରୋନାର ସ୍ଥିତି କ’ଣ ରହିଛି ।

ସୁସ୍ଥ ହେଲେ ୩୬ ହଜାର ୩୮୫ ଜଣ ବ୍ୟକ୍ତି
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ (Health Ministry) ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬ ହଜାର ୩୮୫ ଲୋକ ସୁସ୍ଥ ହୋଇଛନ୍ତି । ଯାହା ପରେ ଋକଭରି କରୁଥିବା ଲୋକଙ୍କ ସଂଖ୍ୟା ତିନି କୋଟି ୨୧ ଲକ୍ଷକୁ ବୃଦ୍ଧି ପାଇଛି । ଏହା ସମେତ ବର୍ତ୍ତମାନ ଆକ୍ଟିଭ ମାମଲାଗୁଡ଼ିକ ୪ ଲକ୍ଷ ୫ ହଜାର ୬୮୧ କୁ ବୃଦ୍ଧି ପାଇଛି ।

ଅଧିକ ପଢ଼ନ୍ତୁ: ହାରିଗଲା ପଞ୍ଜଶୀର! ବର୍ତ୍ତମାନ ସମଗ୍ର ଆଫଗାନିସ୍ତାନକୁ କବଜା କଲା ତାଲିବାନ - ରିପୋର୍ଟ

ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୦ ହଜାର ୨୨୫ ରେ ପହଞ୍ଚିଛି 
ତଥ୍ୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ସର୍ବମୋଟ ୩ କୋଟି ୨୯ ଲକ୍ଷ ୪୫ ହଜାର ୯୦୭ ଟି କୋରୋନା ମାମଲା ରୁଜୁ ହୋଇଛି । ସେଥିମଧ୍ୟରୁ ୪ ଲକ୍ଷ ୪୦ ହଜାର ୨୨୫ ଜଣଙ୍କର ମୃତ୍ୟୁ ଘଟିଛି ।

କ୍ଷୀପ୍ରଗତିରେ ​ଚାଲିଛି ଟିକାକାରଣ 
ଏଥି ସହିତ ଶୁକ୍ରବାର ଦିନରେ ଦେଶରେ ୫୮ ଲକ୍ଷ ୮୫ ହଜାର ୬୮୭ ଡୋଜ କୋରୋନା ଟିକା ଦିଆଯାଇଛି । ଯାହା ପରେ ମୋଟ ଟିକାକରଣ ସଂଖ୍ୟା ୬୭ କୋଟି ୭୨ ଲକ୍ଷ ୧୧ ହଜାର ୨୦୫ ରେ ପହଞ୍ଚିଛି । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ICMR) କହିଛି ଯେ ଗତକାଲି ଭାରତରେ କରୋନା ଭାଇରସ ପାଇଁ ୧୭ ଲକ୍ଷ ୪ ହଜାର ୯୭୦ ନମୁନା ପରୀକ୍ଷା କରାଯାଇଥିଲା । ଯାହା ପରେ ଗତକାଲି ପର୍ଯ୍ୟନ୍ତ ସର୍ବମୋଟ ୫୨ କୋଟି ୮୨ ଲକ୍ଷ ୪୦ ହଜାର ୩୮ ନମୁନା ପରୀକ୍ଷା କରାଯାଇଛି ।

ଅଧିକ ପଢ଼ନ୍ତୁ: IAF Recruitment 2021: ବାୟୁସେନାରେ କାମ କରିବାର ସୁଯୋଗ, ଦଶମ ପାସ୍ କରିଥିଲେ ଶୀଘ୍ର କରନ୍ତୁ ଆବେଦନ

କେରଳରେ ୨୯ ହଜାର ୩୨୨ ନୂତନ ମାମଲା ଚିହ୍ନଟ
କେରଳ ରାଜ୍ୟ ଦେଶର ସମସ୍ତ ରାଜ୍ୟ ତୁଳନାରେ ସର୍ବାଧିକ ସଂଖ୍ୟକ କୋରୋନା ମାମଲା ପଞ୍ଜିକରଣ କରୁଛି । ଗତ ୨୪ ଘଣ୍ଟା ମଧ୍ୟରେ, କେରଳରେ ୨୯ ହଜାର ୩୨୨ ଟି ନୂଆ କୋରୋନା ଭୂତାଣୁ ରିପୋର୍ଟ ହୋଇଛି । ଏଥି ସହିତ, ୨୨ ହଜାର ୯୩୮ ଜଣ ରୋଗୀ କୋରୋନାରୁ ଆରୋଗ୍ୟ ହୋଇଛନ୍ତି ଓ ୧୩୧ ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟରେ ମୋଟ ଆକ୍ଟିଭ ମାମଲା ବର୍ତ୍ତମାନ ୨ ଲକ୍ଷ ୪୬ ହଜାର ୪୩୭ କୁ ବୃଦ୍ଧି ପାଇଛି ।