ଆଫଗାନିସ୍ତାନରେ କିଏ କ୍ଷମତା ସମ୍ଭାଳିବି ତାହା ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ । ତାଲିବାନ ସୂତ୍ରରୁ କୁହାଯାଇଛି ଯେ ଦଳର ଉପ-ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଘାନି ବାରଦର ନୂତନ ଆଫଗାନିସ୍ତାନ ସରକାରର ନେତୃତ୍ୱ ନେବେ ।
Trending Photos
କାବୁଲ: ଆଫଗାନିସ୍ତାନରେ (Afghanistan) ତାଲିବାନ ସରକାରର ଔପଚାରିକ ଘୋଷଣା ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିଦ୍ରୋହୀ ଗୋଷ୍ଠୀ ବର୍ତ୍ତମାନ 'ସମଗ୍ର ଆଫଗାନିସ୍ତାନ'କୁ ନିଜ ଅଧୀନକୁ ନେଇଥିବା କୁହାଯାଉଛି । ବର୍ତ୍ତମାନ ଖବର ଆସୁଛି ଯେ ପଞ୍ଜଶୀର (Panjshir) ମଧ୍ୟ ଶୁକ୍ରବାର ତାଲିବାନ (Taliban) ଦ୍ୱାରା ପରାସ୍ତ ହୋଇଛି । ତେବେ ଏହି ଖବର ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ । ଅହମ୍ମଦ ମାସୁଦଙ୍କ (Ahmad Massoud) ନେତୃତ୍ୱରେ ପଞ୍ଜଶୀରର ଯୋଦ୍ଧା ତାଲିବାନ ବିରୋଧରେ ଲଢ଼େଇ କରୁଛନ୍ତି । ଏହି ଅଞ୍ଚଳରେ ବହୁ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛି ।
ନ୍ୟୁଜ୍ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁଯାୟୀ ତାଲିବାନ ମଧ୍ୟ ପଞ୍ଜଶୀରକୁ କବଜା କରି ନେଇଛି । ତିନୋଟି ତାଲିବାନ ସୂତ୍ରରୁ ପ୍ରକାଶ ଏହି ରିପୋର୍ଟରେ ଏହି ସୂଚନା ଦିଆଯାଇଛି । ଜଣେ ତାଲିବାନ କମାଣ୍ଡର କହିଛନ୍ତି, 'ଆଲ୍ଲାଙ୍କ ଅନୁଗ୍ରହରେ ଆମେ ସମଗ୍ର ଆଫଗାନିସ୍ତାନକୁ ନିୟନ୍ତ୍ରଣ କରିଛୁ । ଅସୁବିଧା ସୃଷ୍ଟିକାରୀମାନେ ପରାସ୍ତ ହୋଇଛନ୍ତି ଓ ପଞ୍ଜଶୀର ଆମ ଅଧୀନରେ ଅଛି । ଏହି ସମୟରେ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ବିଷୟରେ ମଧ୍ୟ ଖବର ଆସିଥିଲା ଯେ ସେ ଆଫଗାନିସ୍ତାନ ଛାଡିଛନ୍ତି ।
ଅଧିକ ପଢ଼ନ୍ତୁ: IAF Recruitment 2021: ବାୟୁସେନାରେ କାମ କରିବାର ସୁଯୋଗ, ଦଶମ ପାସ୍ କରିଥିଲେ ଶୀଘ୍ର କରନ୍ତୁ ଆବେଦନ
ରିପୋର୍ଟ ଅନୁଯାୟୀ, ସାଲେହ ଏହି ରିପୋର୍ଟକୁ ଅସ୍ୱୀକାର କରିଛନ୍ତି । ସେ ଟୋଲୋ ନ୍ୟୁଜକୁ କହିଛନ୍ତି ଯେ ତାଙ୍କ ଦେଶ ଛାଡିବା ଖବର ମିଥ୍ୟା ଅଟେ । ବିବିସି ୱାର୍ଲ୍ଡ ସାମ୍ବାଦିକ ଟ୍ୱିଟରରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । କୁହାଯାଉଛ ଯେ ଏହି ଭିଡିଓ ସାଲେହଙ୍କ ଦ୍ୱାରା ପଠାଯାଇଛି । ଏହି ଭିଡିଓରେ ସେ କହୁଛନ୍ତି, 'କୌଣସି ସନ୍ଦେହ ନାହିଁ ଯେ ଆମେ ଏକ କଠିନ ପରିସ୍ଥିତିରେ ଅଛୁ । ତାଲିବାନ ଦ୍ୱାରା ଆମକୁ ଆକ୍ରମଣ କରାଯାଇଛି ... ଆମେ ସେମାନଙ୍କ ସହ ଲଢ଼ୁଛୁ ।"
ଅଧିକ ପଢ଼ନ୍ତୁ: ଲିକ୍ ହେଲା ବାଇଡେନ ଓ ଘାନିଙ୍କ ଶେଷ ଫୋନ୍ କଲ, ପାକିସ୍ତାନକୁ ନେଇ ଏହି କଥା ହୋଇଥିଲେ ଦୁଇ ନେତା
ସେ ଟ୍ୱିଟ୍ କରି କହିଛନ୍ତି, 'ପ୍ରତିରୋଧ ଚାଲିଛି ଓ ଏହା ଜାରି ରହିବ । ମୁଁ ମୋର ମାଟି ସହିତ, ମାଟି ପାଇଁ ଓ ଏହାର ସମ୍ମାନ ରକ୍ଷା କରିବାକୁ ଏଠାରେ ଅଛି । ସେ କହିଛନ୍ତି, 'ଏଗୁଡ଼ିକ ମିଥ୍ୟା।' ପଞ୍ଜଶୀରର ଅଞ୍ଚଳର ସୁରକ୍ଷା ପାଇଁ ହଜାର ହଜାର ଯୋଦ୍ଧା ନିୟୋଜିତ ଅଛନ୍ତି । ତାଲିବାନ ୧୫ ଅଗଷ୍ଟରେ ରାଜଧାନୀ କାବୁଲକୁ ନିଜ ଅଧୀନକୁ ନେଇଥିଲା । ଏଥି ସହିତ ୩୧ ଅଗଷ୍ଟରେ ଆମେରିକା ସେନା ମଧ୍ୟ ନିଜ ଦେଶକୁ ସମ୍ପୂର୍ଣ୍ଣ ରୂପେ ଫେରି ଯାଇଛି ।
ଅଧିକ ପଢ଼ନ୍ତୁ: T20 World Cup: ୭ ସେପ୍ଟେମ୍ବରରେ ହେବ ଟିମ୍ ଇଣ୍ଡିଆର ଘୋଷଣା, ଶ'ଙ୍କ ସମେତ ୩ ଜଣ ଖେଳାଳି ରହିବେ ରିଜର୍ଭ!
ଆଫଗାନିସ୍ତାନରେ କ୍ଷମତାର ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ । କିଛି ରିପୋର୍ଟ ସାମ୍ନାକୁ ଆସିଛି, ଯେଉଁଥିରେ ତାଲିବାନ ସୂତ୍ରରୁ ପ୍ରକାଶ ଯେ ଦଳର ଉପ-ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଘାନି ବାରଦର ନୂତନ ଆଫଗାନିସ୍ତାନ ସରକାରର ନେତୃତ୍ୱ ନେବେ । ରଏଟର୍ସ ଅନୁଯାୟୀ, ଆଫଗାନିସ୍ତାନର ଏହି ନୂତନ ସରକାରୀ ପ୍ରାଥମିକତା ଅର୍ଥନୀତିରେ ଉନ୍ନତି ଆଣିପାରେ ।