ଉଦବେଗଜନକ କୋରୋନା ସ୍ଥିତି; ଗଡୁଛି ମୁଣ୍ଡ, ବଢୁଛି ସଂକ୍ରମଣ
Advertisement

ଉଦବେଗଜନକ କୋରୋନା ସ୍ଥିତି; ଗଡୁଛି ମୁଣ୍ଡ, ବଢୁଛି ସଂକ୍ରମଣ

ଏବେ ଏତିକି ହେଲେ ଆଗକୁ ତୃତୀୟ ଲହର ଆସିବାର ଅଛି, ସେତେବେଳେ ପରିସ୍ଥିତି ସାଙ୍ଘାତିକ ହେବ। ସରକାର ଯଦି ଏବେଠୁ ସତର୍କ ନହେଲେ ଦେଶରେ କେବଳେ ଶବ ଦେଖାଯିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।

ଫାଇଲ ଫଟୋ

ନୂଆଦିଲ୍ଲୀ: ଅତି ଭୟଙ୍କର ରୂପ ନେଉଛି ମହାମାରୀ କୋରୋନାର ଦ୍ୱିତୀୟ ଲହର। ଦେଶ ତଥା ରାଜ୍ୟରେ କୋରୋନା ଗ୍ରାଫ କେତେବେଳେ ସାମାନ୍ୟ ଖସୁଛି ତ ଆଉ କେତେବେଳେ ଉପରକୁ ଚଢି ଯାଉଛି। କିନ୍ତୁ ମୃତ୍ୟୁ ସଂଖ୍ୟା ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ଏବେ ଏତିକି ହେଲେ ଆଗକୁ ତୃତୀୟ ଲହର ଆସିବାର ଅଛି, ସେତେବେଳେ ପରିସ୍ଥିତି ସାଙ୍ଘାତିକ ହେବ। ସରକାର ଯଦି ଏବେଠୁ ସତର୍କ ନହେଲେ ଦେଶରେ କେବଳେ ଶବ ଦେଖାଯିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।

ଦେଶରେ ଗତ ୨୪ ଘଣ୍ଟାରେ ମହାମାରୀ ୪୦୯୨ ଜଣଙ୍କ ଜୀବନ ନେଇଛି। ଏହି ମୃତ୍ୟୁ ସହ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୪୨ ହଜାର ୩୬୨କୁ ବୃଦ୍ଧି ପାଇଛି। ସେପଟେ ଦେଶରେ ଦିନକରେ ୪ ଲକ୍ଷ ୩ ହଜାର ୭୩୮ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତ ସଂଖ୍ୟା ୨ କୋଟି ୨୨ ଲକ୍ଷ ୯୬ ହଜାର ଟପିଛି। ତେବେ ୧ କୋଟି ୮୩ ଲକ୍ଷ ୧୭ ହଜାର ୪୦୪ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଗତକାଲି ସୁଦ୍ଧା ୧୬ କୋଟି ୯୪ ଲକ୍ଷ ୩୯ ହଜାର ୬୬୩ ଜଣ ଟିକା ନେଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Also Read: ବିସ୍ଫୋଣରେ କମ୍ପିଉଠିଲା Kabul; ୨୫ ମୃତ, ୫୦ ଆହତ

ସେପଟେ ଓଡିଶାରେ (Odisha Corona) ଦିନକରେ ଆଉ ୧୦ ହଜାର ୬୩୫ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ବାରେଣ୍ଟାଇନ୍‌ରୁ ୬୦୧୨ ଓ ସ୍ଥାନୀୟ ଅଞ୍ଚଳରୁ ୪୬୨୩ ଜଣ ପଜିଟିଭ୍ ବାହାରିଛନ୍ତି। ଏହା ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୩୪ ହଜାର ୮୪୨କୁ ବୃଦ୍ଧି ପାଇଛି। ସେହିପରି ଗତ ୨୪ ଘଣ୍ଟାରେ ଆଉ ୧୯ ଜଣଙ୍କ କୋରୋନା ଜନିତ ମୃତ୍ୟୁ ପରେ ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି ପାଇଛି। ଖୋର୍ଦ୍ଧା ଓ କଳାହାଣ୍ଡିରୁ ସର୍ବାଧିକ ୩ ଜଣେ ଲେଖାଏଁ ମୃତ ହୋଇଥିବା ସୂଚନା ମିଳିଛି।

ରାଜ୍ୟରେ ଏଯାଏ ୪ ଲକ୍ଷ ୩୯ ହଜାର ୩୨୨ ଜଣ କୋରୋନା (Coronavirus)ଆକ୍ରାନ୍ତ ସୁସ୍ଥ ହେଲେଣି। ୯୩ ହଜାର ୨୮୭ କୋରୋନା ରୋଗୀ ଏବେ ଚିକିତ୍ସାଧୀନ ଅଛନ୍ତି। ଗତକାଲି ରାଜ୍ୟରେ ୩୫୨ଟି ସ୍ଥାନରେ ଟିକାକରଣ ହୋଇଛି। ଦିନକରେ ୬୭ ହଜାର ୭୮ ଜଣଙ୍କୁ ଟିକା ଦିଆଯାଇଛି। ଗତକାଲି ସୁଦ୍ଧା ମୋଟ୍‌ ୬୧ ଲକ୍ଷ ୪୮ ହଜାର ୫୩୨ ଜଣଙ୍କୁ ଟିକା ଦିଆଯାଇଛି ବୋଲି ରାଜ୍ୟ ସରକାର କହିଛନ୍ତି।

Also Read: Mother's Day 2021: 'ଏକ ଦୃଶ୍ୟର ଅନୁଭୂତିରୁ ପଦେ'

ଅନ୍ୟପଟେ ବିଶ୍ବରେ କୋରୋନା ମୃତ୍ୟୁ (Covid Death) ସଂଖ୍ୟା ୩୨ ଲକ୍ଷ ୯୬ ହଜାର ୫୬୯କୁ ବୃଦ୍ଧି ପାଇଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୫ କୋଟି ୮୩ ଲକ୍ଷ ୧୧ ହଜାର ଟପିଛି। କୋରୋନା ପ୍ରଭାବିତ ୨୨୨ ଦେଶ ମଧ୍ୟରୁ ଆମେରିକା (America) ରେ ସର୍ବାଧିକ ୫ ଲକ୍ଷ ୯୫ ହଜାର ୫୮୮ ଜଣଙ୍କ ମୃତ୍ୟୁ ହୋଇଛି। ବିଶ୍ବରେ କୋଭିଡ ସଂକ୍ରମଣରେ ଆମେରିକା ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ବିତୀୟ ସ୍ଥାନରେ ଭାରତ ଓ ବ୍ରାଜିଲ ତୃତୀୟ ସ୍ଥାନରେ ଅଛି।