କୋରୋନା ବିରୋଧରେ ଆଲୁଅ ଜାଳି ଏକତାର ବାର୍ତ୍ତା ଦେଲେ ଦେଶବାସୀ
Advertisement

କୋରୋନା ବିରୋଧରେ ଆଲୁଅ ଜାଳି ଏକତାର ବାର୍ତ୍ତା ଦେଲେ ଦେଶବାସୀ

ଆଜି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଦୀପ ପ୍ରଜ୍ୱଳିତ କରି କୋରୋନା ମୁକାବିଲାରେ ଏକତାର ବାର୍ତ୍ତା ଦେଇଛନ୍ତି । ତାଙ୍କ ପରି ସାଉଥ ସୁପର ଷ୍ଟାର ରଜନୀକାନ୍ତ ମଧ୍ୟ ମହମବତୀ ଜାଳି କୋରୋନା ବିରୋଧରେ ଲଢେଇକୁ ସମର୍ଥନ ଦେଇଛନ୍ତି । 

କୋରୋନା ବିରୋଧରେ ଆଲୁଅ ଜାଳି ଏକତାର ବାର୍ତ୍ତା ଦେଲେ ଦେଶବାସୀ

ନୂଆଦିଲ୍ଲୀ:  କୋରୋନା ଭୂତାଣୁ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପିଲ ପରେ ଦେଶସାରା ଦୀପ, ମହମବତୀ ଜାଳି ଏକତାର ବାର୍ତ୍ତା ଦେଲେ ଦେଶବାସୀ । କଶ୍ମୀରରୁ କନ୍ୟା କୁମାରୀ ଯାଏ କୋରୋନା ବିରୋଧରେ ଲଢ଼ିବା ପାଇଁ ଆଲୁଅ ଜାଳି ସଂକଳ୍ପ ନେଲେ ଦେଶର ଜନତା । ଆଜି ରାତି ୯ଟାରୁ ୯ ମିନିଟ ଯାଏ ସାରା ଦେଶରେ 'ଦୀପାବଳୀ' ପରି ମାହୋଲ ଦେଖାଯାଇଥିଲା । ଏହା ବ୍ୟତୀତ କିଛି ଲୋକ ବାଣ ଫୁଟାଇବାରେ ଦେଖିବାକୁ ମିଳିଥିଲା । 

ଆଜି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଦୀପ ପ୍ରଜ୍ୱଳିତ କରି କୋରୋନା ମୁକାବିଲାରେ ଏକତାର ବାର୍ତ୍ତା ଦେଇଛନ୍ତି । ତାଙ୍କ ପରି ସାଉଥ ସୁପର ଷ୍ଟାର ରଜନୀକାନ୍ତ ମଧ୍ୟ ମହମବତୀ ଜାଳି କୋରୋନା ବିରୋଧରେ ଲଢେଇକୁ ସମର୍ଥନ ଦେଇଛନ୍ତି । ଏହା ବ୍ୟତୀତ ଦେଶର ବଡ଼ ଉଦ୍ୟୋଗପତି ମଧ୍ୟରୁ ଅନ୍ୟତମ ମୁକେଶ ଅମ୍ୱାନୀ ଓ ଟିନା ଅମ୍ୱାନୀ ଦୀପ ଜାଳି କୋରୋନା ବିରୋଧରେ ଲଢେଇକୁ ସମର୍ଥନ ଦେଇଛନ୍ତି ।

ଅନ୍ୟପକ୍ଷେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଦୀପ ଜାଳି ଏକତାର ସନ୍ଦେଶ ଦେଇଛନ୍ତି । ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ମଧ୍ୟ ଦୀପା ଜଳାଇ କୋରୋନା ମୁକାବିଲା ଲଢେଇରେ ସମର୍ଥନ ପ୍ରଦାନ କରିଛନ୍ତି । ସେହିପରି ଶିୟା ଧର୍ମଗୁରୁ କଲ୍ୱେ ଜବାଦ ମଧ୍ୟ ପିଏମ ମୋଦିଙ୍କ ଅପିଲକୁ ସମର୍ଥନ କରି ମୋବାଇଲ ଟକ୍ ଜାଳି ଥିଲେ । ଅନ୍ୟପଟେ ବିଭିନ୍ନ ସ୍ଥାନରେ ଲୋକମାନେ ବାଣ ମଧ୍ୟ ଫୁଟାଇଛନ୍ତି ।