ଗୁହାଳ ପାଲଟିଲା କୋଭିଡ୍ ହସ୍ପିଟାଲ୍; ଗୋମୂତ୍ର, ଗୋବରରେ ହେଉଛି ଚିକିତ୍ସା
Advertisement

ଗୁହାଳ ପାଲଟିଲା କୋଭିଡ୍ ହସ୍ପିଟାଲ୍; ଗୋମୂତ୍ର, ଗୋବରରେ ହେଉଛି ଚିକିତ୍ସା

ଜୁରାଟ, ବାନସକାନ୍ତ ଜିଲ୍ଲାର ତେତୋଡା ଗ୍ରାମରେ ଏକ ଗୋଶାଳା ବା ଗୁହାଳକୁ କୋଭିଡ୍ ସେଣ୍ଟରରେ ପରିଣତ କରାଯାଇଛି। ଏଠାରେ ଭର୍ତ୍ତି ହେଉଥିବା ରୋଗୀଙ୍କୁ ଏଲୋପାଥି ସହ ଆୟୁର୍ବେଦ ପଦ୍ଧତି଼ରେ ଚିକିତ୍ସା କରାଯାଉଛି। ଏପରି କି ଗୋମୂତ୍ର ଓ ଗୋବରର ମଧ୍ୟ ପ୍ରୟୋଗ କରାଯାଉଥିବା ସୂଚନା ମିଳିଛି।

 ସୌ- ସୋସିଆଲ ମିଡିିଆ

ଗୁହାଳ ପାଲଟିଲା କୋଭିଡ୍ ହସ୍ପିଟାଲ୍; ଗୋମୂତ୍ର, ଗୋବରରେ ହେଉଛି ଚିକିତ୍ସା

ଗାନ୍ଧୀନଗର: କୋରୋନା ସଙ୍କଟ ବେଳେ ଏକ ପ୍ରଶଂସନୀୟ ଓ ଆଶ୍ଚର୍ଯ୍ୟକର ଖବର ସାମନାକୁ ଆସିଛି। ଗୁଜୁରାଟ, ବାନସକାନ୍ତ ଜିଲ୍ଲାର ତେତୋଡା ଗ୍ରାମରେ ଏକ ଗୋଶାଳା ବା ଗୁହାଳକୁ କୋଭିଡ୍ ସେଣ୍ଟରରେ ପରିଣତ କରାଯାଇଛି। ଏଠାରେ ଭର୍ତ୍ତି ହେଉଥିବା ରୋଗୀଙ୍କୁ ଏଲୋପାଥି ସହ ଆୟୁର୍ବେଦ ପଦ୍ଧତି଼ରେ ଚିକିତ୍ସା କରାଯାଉଛି। ଏପରି କି ଗୋମୂତ୍ର ଓ ଗୋବରର ମଧ୍ୟ ପ୍ରୟୋଗ କରାଯାଉଥିବା ସୂଚନା ମିଳିଛି।

ଗୋଶାଳା (Goshala) ରେ ପତିଷ୍ଠା ହୋଇଥିବା କୋଭିଡ୍ ସେଣ୍ଟରର ନାମ Vedalakshana Panchgavya Ayurved Covid isolation centre। ଏଠାରେ କୋରୋନା (Coronavirus) ସଂକ୍ରମିତଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଏ। ସେଣ୍ଟରର ନିର୍ଦ୍ଦେଶକ ରାମରତନ ମହାରାଜଙ୍କ କହିବା ହେଲା, ଏଠାରେ କୋରୋନା ଆକ୍ରାନ୍ତଙ୍କୁ ପଞ୍ଚଗୋବ୍ୟ ପଦ୍ଧତିରେ ଚିକିତ୍ସା କରାଯାଏ। ରୋଗୀଙ୍କୁ ଗୋମୂତ୍ର, ଗୋବର, କ୍ଷୀର ଓ ଘିଅରୁ ପ୍ରସ୍ତୁତ ଔଷଧ ସେବନ କରିବାକୁ ଦିଆଯାଏ।

Also Read: କୋରୋନା ବିରୁଦ୍ଧରେ କମିତି ଲଢେଇ କରେ DRDOର 2-DG?

ଏହା ବ୍ୟତୀତ ରାମରତନ ମହାରାଜ କହିଛନ୍ତି ଯେ, କୋରୋନା ରୋଗୀଙ୍କୁ ଖାଦ୍ୟରେ ଗୋବର ଖତ ବ୍ୟବହୃତ ଶସ୍ୟ ପରସା ଯାଏ। କୋଭିଡ୍ ସେଣ୍ଟରକୁ ଥଣ୍ଡା ରଖିବା ପାଇଁ କାନ୍ଥରେ ଘାସର ବ୍ୟବହାର କରାଯାଇଛି। ଅକ୍ସିଜେନ ସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ ନିୟମିତ ଭାବେ ସେଣ୍ଟରରେ ହୋମ-ଯଜ୍ଞ (Hawan) ସହ ପୂଜାପାଠ କରାଯାଏ। ଯଦି କୌଣସି ରୋଗୀଙ୍କ ଅକ୍ସିଜେନ (Oxygen) ସ୍ତର ୮୦ରୁ ଖାସିଯାଏ, ତେବେ ତାଙ୍କୁ ମେଜିକାଲ ଅକ୍ସିଜେନ ଦିଆଯାଏ।

ଅହମ୍ମଦାବାଦର ଏହି ଗୋଶାଳା କୋଭିଡ୍ ସେଣ୍ଟରରେ ଜଣେ ଏଲୋପାଥିକ ଓ ଜଣେ ଆୟୁର୍ବେଦିକ (Ayurvedic) ଡାକ୍ତର ଅଛନ୍ତି। ଏହା ସହିତ ୫ ଜଣ ନର୍ସଙ୍କୁ ମଧ୍ୟ ମୁତୟନ କରାଯାଇଛି। ୫୦ ବେଡ କ୍ଷମତା ବିଶିଷ୍ଟ ଏହି ଗୋଶାଳା କୋଭିଡ୍ ସେଣ୍ଟରରେ ୪୦ରୁ ଊର୍ଦ୍ଧ୍ୱ କୋରୋନା ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି। ଉଭୟ ଏଲୋପାଥିକ୍ ଓ ଆୟୁର୍ବେଦିକ ପଦ୍ଧତିରେ ସେମାନଙ୍କ ଚିକିତ୍ସା (Covid Treatment) ଚାଲିଛି। ସମସ୍ତ ପରୀକ୍ଷଣ ମେଡିକାଲ ଦ୍ୱାରା କରାଯାଉଛି। ବର୍ତ୍ତମାନ ସୁଦ୍ଧା ଏଠାରେ କୌଣସି ଅଘଟଣ ଘଟିନାହିଁ।

Also Read: Red Zoneରେ ୨୬ ଜିଲ୍ଲା: ପଞ୍ଚମ ଦିନରେ ବି ୧୦୦୦୦ ଟପିଲା କୋରୋନା ମାମଲା

ସେପଟେ ଅହମ୍ମଦାବାଦ୍ ସିଭିଲ୍ ହସ୍ପିଟାଲ (Ahmedabad Civil Hospital) ର ଅତିରିକ୍ତ ସୁପରିଟେଣ୍ଡେଣ୍ଟ ଡାକ୍ତର ରାକେଶ ଯୋଶୀ କହିଛନ୍ତି ଯେ, ଗୋଶାଳାରେ କରାଯାଇଥିବା ବ୍ୟବସ୍ଥା ସାମାନ୍ୟ କୋରୋନା ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଉପଯୁକ୍ତ। କିନ୍ତୁ ଗୁରୁତର ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିବ। କୋରୋନା ଚିକିତ୍ସାରେ ଗୋଶାଳା କେବେବି ଏଲୋପାଥିକ ଚିକିତ୍ସାର ବିକଳ୍ପ ହୋଇ ପାରିବ ନାହିଁ।