କୋରୋନା ବିରୁଦ୍ଧରେ କମିତି ଲଢେଇ କରେ DRDOର 2-DG?
Advertisement
Article Detail0/zeeodisha/odisha897985

କୋରୋନା ବିରୁଦ୍ଧରେ କମିତି ଲଢେଇ କରେ DRDOର 2-DG?

ଦେଶରେ ଅନିୟନ୍ତ୍ରୀତ କୋରୋନା ସଂକ୍ରମଣ ରୋକିବାକୁ ସରକାର ପାରୁ ପ୍ରଯ୍ୟନ୍ତ ଚେଷ୍ଟା ଚଳାଇଛନ୍ତି। ଲଗାତାର ଭାବେ ବିଦେଶୀ ଟିକା ଓ ଔଷଧକୁ କୋରୋନା ରୋଗୀଙ୍କ ଠାରେ ବ୍ୟବହାର ପାଇଁ ଅନୁମତି ଦେଉଛନ୍ତି। ନିକଟରେ DRDO ଦ୍ୱାରା ନିର୍ମିତ ନୂତନ ଔଷଧକୁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ଦ୍ୱାରା କୋଭିଡ୍ -19 ରୋଗୀଙ୍କ ଉପରେ ଜରୁରୀକାଳୀନ ବ୍

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଦେଶରେ ଅନିୟନ୍ତ୍ରୀତ କୋରୋନା ସଂକ୍ରମଣ ରୋକିବାକୁ ସରକାର ପାରୁ ପ୍ରଯ୍ୟନ୍ତ ଚେଷ୍ଟା ଚଳାଇଛନ୍ତି। ଲଗାତାର ଭାବେ ବିଦେଶୀ ଟିକା ଓ ଔଷଧକୁ କୋରୋନା ରୋଗୀଙ୍କ ଠାରେ ବ୍ୟବହାର ପାଇଁ ଅନୁମତି ଦେଉଛନ୍ତି। ନିକଟରେ DRDO ଦ୍ୱାରା ନିର୍ମିତ ନୂତନ ଔଷଧକୁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ଦ୍ୱାରା କୋଭିଡ୍ -19 ରୋଗୀଙ୍କ ଉପରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ କରାଯାଇଛି।

DRDOର ହାଇଦ୍ରାବାଦରସ୍ଥିତ ଲ୍ୟାବରେ  INMAS ଓ Dr Reddy’s Laboratoriesର ସହଯୋଗରେ କୋରୋନା ଔଷଧ 2-DG (2-deoxy-D-glucose)କୁ ବିକଶିତ କରାଯାଇଛି। ଏହି ନୂତନ ଔଷଧ କୋଭିଡ ରୋଗୀଙ୍କୁ ସୁସ୍ଥ କରିବାରେ ସାହାଯ୍ୟ କରେ। 2-DG କୋରୋନା ଆକ୍ରାନ୍ତଙ୍କୁ ଶୀଘ୍ର ଆରୋଗ୍ୟ କରିବା ସହ ସେମାନଙ୍କ medical oxygen (MO) ଉପରେ ନିର୍ଭରଶୀଳତାକୁ ମଧ୍ୟ ହ୍ରାସ କରେ।

Also Read: ରାଜ୍ୟରେ କେବେ କମିବ କୋରୋନା ସଂକ୍ରମଣ? ସ୍ବାସ୍ଥ୍ୟ ବିଶେଷଜ୍ଞ ଦେଲେ ଉତ୍ତର

2-DG ଏକ ପୁନଃନିର୍ମିତ ଔଷଧ (covid medicine) ନୁହେଁ, ଏହାକୁ ଏକ ସ୍ୱତନ୍ତ୍ର ପଦ୍ଧତି ତିଆରି କରାଯାଏ। ରିପୋର୍ଟ ଅନୁସାରେ ଏହି ଔଷଧ କୋରୋନା ରୋଗୀର ସଂକ୍ରମିତ କୋଷଗୁଡ଼ିକରେ ଜମା ହୋଇ ଜୀବାଣୁଙ୍କୁ ଶକ୍ତି ଯୋଗାଣ ବନ୍ଦ କରିଦିଏ। ତେଣୁ, ଭୂତାଣୁ ସ୍ୱୟଂଚାଳିତ ଭାବରେ ବଢିପାରିବ ନାହିଁଷ ଫଳରେ ସଂକ୍ରମଣ ଏବଂ ଭାଇରାଲ୍ ଲୋଡ ଧୀରେ ଧୀରେ ହ୍ରାସ ହୁଏ ଓ ଶେଷରେ ରୋଗୀ ଆରୋଗ୍ୟ ଲାଭ କରେ।

DRDO ଦ୍ୱାରା ବିକଶିତ 2-DG ଔଷଧର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ସଫଳ ହୋଇଛି। ଆଉ ଏହାକୁ ଆଧାର କରି DCGI ଦ୍ୱାରା 2-DG ଔଷଧକୁ ଜରୁରୀକାଳୀନ ବ୍ୟବହାର (Emergency Use) ପାଇଁ ଅନୁମତି ଦିଆଯାଇଛି। ତଥାପି, ତୃତୀୟ ପର୍ଯ୍ୟାୟ ପରୀକ୍ଷା ରିପୋର୍ଟ ଆସିଲେ ଏହି ନୂତନ ଔଷଧର ବିପଦ-ଫଳପ୍ରଦ ଓ ପାର୍ଶ୍ୱପ୍ରତିକ୍ରିୟା (Side Effects) ଉପରେ ବିଶ୍ଳେଷଣ କରାଯାଇପାରିବ।

Also Read: ଉଦବେଗଜନକ କୋରୋନା ସ୍ଥିତି; ଗଡୁଛି ମୁଣ୍ଡ, ବଢୁଛି ସଂକ୍ରମଣ

ଔଷଧର ଉତ୍ପାଦକମାନେ ଦାବି କରନ୍ତି ଯେ, 2-DG କେବଳ ସଂକ୍ରମିତ କୋଷଗୁଡ଼ିକୁ ଚୟନ କରିଥାଏ। ତେବେ ଅନ୍ୟ ସାଧାରଣ କୋଷକୁ ନଷ୍ଟ କ୍ଷମତା ଏହାର ଅଛି କି ନାହିଁ, କିମ୍ବା ସେମାନଙ୍କ ଉପରେ କୌଣସି ପ୍ରଭାବ ପଡୁଛି କି ନାହିଁ ତାହା ସ୍ପଷ୍ଚ ହୋଇନାହିଁ। ଏକ ବଡ ସଂଖ୍ୟାର ଲୋକଙ୍କ ଉପରେ ଟ୍ରାଏଲ କରାଗଲେ ଔଷଧ ବିଷୟରେ ଆହୁରି ତଥ୍ୟ ମିଳିବଷ ସେଥିପାଇଁ ବହୁ ସଂଖ୍ୟାରେ ସ୍ବେଚ୍ଛାସେବୀ ଏଥିରେ ଯୋଡିହେଉଛନ୍ତି।

ବିପଦ ଏବଂ ଲାଭ ଉପରେ ବିଚାର କରିବାବେଳେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଲାଭଗୁଡିକ ବିପଦଠାରୁ ଅଧିକ କି ନୁହେଁ ତାହା ଆକଳନ କରିବା।  ସମ୍ପ୍ରତି, ଯେଉଁମାନଙ୍କୁ ମଧ୍ୟମରୁ ଗମ୍ଭୀର କୋଭିଡ୍ ସଂକ୍ରମଣ ହୋଇଛି ସେମାନଙ୍କୁ 2-DG ଦିଆଯାଉଛି। ଏହି ଔଷଧ ବ୍ୟବହାର କରିବା ପରେ ରୋଗୀମାନଙ୍କର ଆରୋଗ୍ୟ ହେବାର ସମ୍ଭାବନା ଅଧିକ। ସମ୍ପ୍ରତି, 2-DG ଔଷଧକୁ ପାଉଡର ଆକାରରେ ଉପଲବ୍ଧ। ଯାହାକୁ ପାଣିରେ ଗୋଳାଇ ବ୍ୟବହାର କରାଯାଏ। 

Also Read: BMC ପକ୍ଷରୁ Vaccine Drive ସେବା ଆରମ୍ଭ; ଗାଡିରେ ମିଳିଲା ଟୀକା, No Waiting No Halting

ଆମେ ସାଧାରଣତଃ ବ୍ୟବହାର କରୁଥିବା ଆଣ୍ଟିଭାଇରାଲ୍ ଔଷଧ ଏବଂ ଆଣ୍ଟିବାୟୋଟିକ୍ ପ୍ରାୟ ସମାନ। ଏହି ସମସ୍ତ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ଅଛି। ସେଗୁଡିକ ସାଧାରଣ କୋଷକୁ ପ୍ରଭାବିତ କରିଥାଏ, କିନ୍ତୁ କ୍ଷତି ଅପେକ୍ଷା ଲାଭ ଅଧିକ ହୋଇଥାଏ। 2-DGକୁ ମଧ୍ୟ ଆଣ୍ଟିଭାଇରାଲ୍ ଭାବରେ ଶ୍ରେଣୀଭୁକ୍ତ କରାଯାଇପାରିବ, କିନ୍ତୁ ପ୍ରକୃତ ଅର୍ଥରେ ଏହା ଆଣ୍ଟିଭାଇରାଲ୍ ନୁହେଁ କାରଣ ଏହା ଭୂତାଣୁକୁ ମାରେନାହିଁ। ଏହା କେବଳ କୋଷ ଭିତରେ ଏକତ୍ରିତ ହୋଇ ଭୂତାଣୁ ବୃଦ୍ଧି ପାଇଁ ଆବଶ୍ୟକ ଅଭିବୃଦ୍ଧି ସାମଗ୍ରୀକୁ ରୋକିଦିଏ।