covid19 update: ବିଶ୍ୱରେ ପାଖାପାଖି ସାଢେ ୪ଲକ୍ଷ ଆକ୍ରାନ୍ତ ମୃତ
Advertisement

covid19 update: ବିଶ୍ୱରେ ପାଖାପାଖି ସାଢେ ୪ଲକ୍ଷ ଆକ୍ରାନ୍ତ ମୃତ

ମହାମାରୀ କରୋନା କାରଣରୁ ବିଶ୍ୱରେ ପାଖାପାଖି ସାଢେ ୪ ଲକ୍ଷ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ନେଇ ଜଣାଇଛି ଆମେରିକାସ୍ଥିତି ଜନ ହପକିନ୍ସ ବିଶ୍ୱବିଦ୍ୟାଳୟ |

covid19 update: ବିଶ୍ୱରେ ପାଖାପାଖି ସାଢେ ୪ଲକ୍ଷ ଆକ୍ରାନ୍ତ ମୃତ

ନୂଆଦିଲ୍ଲୀ: ବିଶ୍ୱରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ମିଲିୟନ ପାର କରି ସାରିଥିବା ବେଳେ ପାଖାପାଖି ସାଢେ ୪ ଲକ୍ଷ ପଜିଟିଭଙ୍କ ମୃତ୍ୟୁ ଘଟିଛି | ଏନେଇ ଆମେରିକାସ୍ଥିତି ଜନ ହପକିନ୍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜୁନ ୧୮ ତାରିଖ ଗୁରୁବାର ପର୍ଯ୍ୟନ୍ତ ମିଳିଥିବା ଖବର ଅନୁସାରେ ସାରା ବିଶ୍ୱରେ ୮୩ ଲକ୍ଷ ୬୭ ହଜାର ୮୯୪ କୋଭିଡ୧୯ ପଜିଟିଭ ଚିହ୍ନଟ ହୋଇଥିବା ବେଳେ, ୪ଲକ୍ଷ ୪୯ହଜାର ୫୧୨ କୋରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି |   

କୋରୋନା ଆକ୍ରାନ୍ତ ଦେଶଙ୍କ ତାଲିକାରେ ସର୍ବାଗ୍ରେ ରହିଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଯୁକ୍ତରାଷ୍ଟ୍ର ଆମେରିକା-ୟୁଏସଏ(United States of America-USA) | ଏଠାରେ ୨୧ ଲକ୍ଷ ୬୩ ହଜାର ୨୯୦ ପଜିଟିଭ ଚିହ୍ନଟ ହୋଇଛନ୍ତି | ଦ୍ୱିତୀୟ ସ୍ଥାନରେ ଥିବା ଲାଟିନ ଆମେରିକୀୟ ଦେଶ ବ୍ରାଜିଲରେ ୯୫୫୩୭୭ ଏବଂ ତୃତୀୟ ସ୍ଥାନରେ ଥିବା ଋଷିଆରେ ୫ ଲକ୍ଷ ୬୦ ହଜାର ୨୭୯ ଆକ୍ରାନ୍ତ ଥିବା ଜଣାପଡିଛି |

ସେହିପରି ଭାରତରେ ୩୬୬୯୪୬, ୟୁକେରେ ୩୦୦୭୧୭, ସ୍ପେନରେ ୨୪୪୬୮୩, ପେରୁରେ ୨୪୦୯୦୮, ଇଟାଲୀରେ ୨୩୭୮୨୮, ଚିଲିରେ ୨୨୦୬୨୮ ଏବଂ ଇରାନରେ ୧୯୫୦୩୧ ପଜିଟିଭଙ୍କ ସହ ବିଶ୍ୱର ସର୍ବଧିକ ଆକ୍ରାନ୍ତ ଦେଶଙ୍କ ତାଲିକାରେ ଯଥାକ୍ରମେ ଚତୁର୍ଥରୁ ଦଶମ ସ୍ଥାନରେ ରହିଛନ୍ତି |  

ଜୁନ ୧୮ ତାରିଖ ଗୁରୁବାର ପର୍ଯ୍ୟନ୍ତ ଜନ ହପକିନ୍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବିଶ୍ୱରେ  ୪ଲକ୍ଷ ୪୯ହଜାର ୫୧୨ କୋରୋନା ପଜିଟିଭ ପ୍ରାଣ ହରାଇଛନ୍ତି | ଏହି ମହାମାରୀରେ ଆମେରିକାରେ ୧୧୭୭୧୭, ବ୍ରାଜିଲରେ ୪୬୫୧୦,  ୟୁକେରେ ୪୨୨୩୮,  ଇଟାଲୀରେ ୩୪୪୪୮, ଫ୍ରାନ୍ସରେ ୨୯୫୭୮, ସ୍ପେନରେ ୨୭୧୩୬,  ମେକ୍ସିକୋରେ ୧୯୦୮୦, ଭାରତରେ ୧୨୨୩୭, ବେଲଜିୟମରେ ୯୬୭୫, ଇରାନରେ ୯୧୮୫, ଜର୍ମାନୀରେ ୮୮୬୮ ପଜଟିଭଙ୍କ ମୃତ୍ୟୁ ଘଟିବା ସହ କୋରୋନା ଯୋଗୁଁ ସର୍ବାଧିକ ମୃତ୍ୟୁ ଘଟିଥିବା ଦେଶଙ୍କ ତାଲିକାରେ ପ୍ରଥମରୁ ଦଶମ ସ୍ଥାନ ମଧ୍ୟରେ ରହିଛନ୍ତି |  

ଗତ ବର୍ଷ ଡିସେମ୍ବରରୁ ଚୀନର ଉହାନ ସହରରୁ ବିଶ୍ୱ ମହାମାରୀ କୋରୋନା ଭାଇରସର ଉତ୍ପତ୍ତି ହୋଇଥିଲା | ଯାହା ପରେ ବିଶ୍ୱର ଅନ୍ୟ ଦେଶକୁ ବ୍ୟାପି ଯାଇଥିଲା | ଜନ ହପକିନ୍ସ ବିଶ୍ୱବିଦ୍ୟାଳୟ ସୂଚନା ଅନୁସାରେ ଜୁନ ୧୮ ପର୍ଯ୍ୟନ୍ତ ୮୪,୪୫୮ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ୪୬୩୮ କୋଭିଡ୧୯ ପଜିଟିଭଙ୍କ ମୃତ୍ୟୁ ଘଟିଛି |