ଚିନ୍ତାରେ ମୁସଲମାନ; କୋରୋନା ଟିକାରେ ଘୁଷୁରୀ ମାଂସ ଗୁଜବ
Advertisement
Article Detail0/zeeodisha/odisha811921

ଚିନ୍ତାରେ ମୁସଲମାନ; କୋରୋନା ଟିକାରେ ଘୁଷୁରୀ ମାଂସ ଗୁଜବ

 

କୋରୋନା ଟିକା ପ୍ରସ୍ତୁତ କରିବାରେ ଘୁଷୁରି ମାଂସ ବ୍ୟବହୃତ ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହେବା ପରେ ଏହା ପରେ କେତେକ ଇସାଲମିକ ଧାର୍ମିକ ଗୋଷ୍ଠୀ ନିଷିଦ୍ଧ ଘୁଷୁରି ମାଂସରୁ ପ୍ରସ୍ତୁତ ଦ୍ରବ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହା ଦ୍ୱାରା ବର୍ତ୍ତମାନ ଟିକାକରଣ ପ୍ରକ୍ରିୟା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। 

ଚିନ୍ତାରେ ମୁସଲମାନ; କୋରୋନା ଟିକାରେ ଘୁଷୁରୀ ମାଂସ ଗୁଜବ

ମୁମ୍ବାଇ: କୋରୋନା ଭାଇରସ (Corona Virus) ମୁକାବିଲା ପାଇଁ ଆବଶ୍ୟକୀୟ କୋଭିଡ୧୯ ଟିକା (Covid19 Vaccine) ଆସିବାକୁ ନେଇ ଜାରି ରହିଛି ଚର୍ଚ୍ଚା। ହେଲେ ଏହା ହଲାଲ (ପବିତ୍ର) କିମ୍ବା ହରାମ (ଅପବିତ୍ର) ସେ ନେଇ ଆରମ୍ଭ ହୋଇଗଲାଣି ବିତର୍କ। ହେଲେ ଏହାକୁ ନେଇ ଏବେ ଏକ ଗୁଜବ ସାରା ବିଶ୍ୱରେ ପ୍ରସାରିତ ହୋଇଛି ଯେ ଏହି ଟିକାକୁ ପ୍ରସ୍ତୁତ କରିବାରେ ଘୁଷୁରି (Pork) ମାଂସ ବ୍ୟବହୃତ ହୋଇଛି।

ବର୍ତ୍ତମାନ ଏପରି ଟିକା ବ୍ୟବହାର କରିବାକୁ ନେଇ ମୁସଲମାନ ସମ୍ପ୍ରଦାୟରେ (Muslim Community) ବିତର୍କ ଆରମ୍ଭ ହୋଇଛି। କେତେକ ମୁସଲମାନ ବିଦ୍ୱାନ କହିଛନ୍ତି ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ପାଇଁ ଧର୍ମଗ୍ରନ୍ଥ କୁରାନରେ (Quran) ହରାମ  ହୋଇଥିବା ଜିନିଷ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି। ଇସଲାମ (Islam) ଧର୍ମରେ ଘୁଷୁରୀ ଠାରୁ ପ୍ରସ୍ତୁତ ହେଉଥିବା ସାମଗ୍ରୀକୁ ହରାମ ହିସାବରେ ଗ୍ରହଣ କରାଯାଏ। କୋରୋନା ଟିକା ପ୍ରସ୍ତୁତ କରିବାରେ ଘୁଷୁରି ମାଂସ ବ୍ୟବହୃତ ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହେବା ପରେ ଏହା ପରେ କେତେକ ଇସାଲମିକ ଧାର୍ମିକ ଗୋଷ୍ଠୀ ନିଷିଦ୍ଧ ଘୁଷୁରି ମାଂସରୁ ପ୍ରସ୍ତୁତ ଦ୍ରବ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହା ଦ୍ୱାରା ବର୍ତ୍ତମାନ ଟିକାକରଣ ପ୍ରକ୍ରିୟା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। 

ଘୁଷୁରି ମାଂସରୁ ନିର୍ମିତ କୋଭିଡ୧୯ ଟିକା ଇସଲାମିକ ନିୟମ ଅନୁଯାୟୀ ହଲାଲ କିମ୍ବା ହରାମ ସେ ନେଇ ସାରା ବିଶ୍ୱରେ ମୁସଲିମ ଧାର୍ମିକ ନେତାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଛି। ଏନେଇ ଚାଲିଥିବା ବିତର୍କ ଉପରେ ଇସଲାମିକ ବିଦ୍ୱାନ ଅତିକୁରେହମାନ ରହମାନ କୁହନ୍ତି, "ଆଲା ତାଲା ଜୀବନ ବଞ୍ଚାଇବା ପାଇଁ ହରାମ ଜିନିଷ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି। ସେମାନେ ବିଶ୍ୱାସ କରନ୍ତି, 'ମୁସଲମାନ ଧାର୍ମିକ ଗୁରୁଙ୍କ କାମ ହେଉଛି ସମାଜକୁ ଜାଗ୍ରତ କରିବା। ଏହି କାର୍ଯ୍ୟରେ କୌଣସି ପ୍ରତିବନ୍ଧକ ରହିବା ଠିକ ନୁହେଁ। 

Also Read: ଦେଢ ଟଙ୍କାର ବଟିକାରେ କୋରୋନା ରୋଗୀ ସୁସ୍ଥ, ଚକିତ ଚିକିତ୍ସକ

ଉତ୍ତରପ୍ରଦେଶର ମୁସଲମାନ ଧାର୍ମିକ ନେତା ମୌଲାନା ଖାଲିଦ ରସିଦ ଫିରଙ୍ଗି ମହାଲୀ ତାଙ୍କ ସମ୍ପ୍ରଦାୟର ଲୋକଙ୍କୁ କୌଣସି ଗୁଜବରେ ବିଶ୍ୱାସ କରିବା ପରିବର୍ତ୍ତେ ଆରାମରେ ଟିକା ନେବାକୁ ପରାମର୍ଶ ଦେଇଛନ୍ତି। ଏନେଇ ସେ କହିଛନ୍ତି ଆମେ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରୁଛୁ। କୋଭିଡ୧୯ କବଳରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ନିବେଦନ କରାଯାଉଛି। କୌଣସି ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ। ଔଷଧ ବ୍ୟବହାର ସହିତ ଧର୍ମ କୌଣସି ସମ୍ପର୍କ ନାହିଁ। ଜୀବନ ନିରାପତ୍ତା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସମସ୍ତେ ଟିକାକୁ ସାଧାରଣ ଭାବେ ଉପଯୋଗ କରନ୍ତୁ। ସର୍ବପ୍ରଥମେ ବୃଦ୍ଧ ବ୍ୟକ୍ତିଙ୍କ ଯତ୍ନ ନେବା ଆବଶ୍ୟକ। କୌଣସି ରାଜନୈତିକ ଦଳ ଲୋକଙ୍କ ପାଇଁ ଟିକା ନେଇ ଆସୁନାହାଁନ୍ତି। ପୋଲିଓ ଅଭିଯାନ ସମୟରେ ଇସଲାମିକ୍ ସେଣ୍ଟର ମଧ୍ୟ ସାହାଯ୍ୟ କରିଥିଲା। ଏହି ଟୀକାକରଣ ବେଳେ ମଧ୍ୟ ଆମ ପକ୍ଷରୁ ସାହାଯ୍ୟ କରାଯିବ।

ଘୁଷୁରୀ ମାଂସରୁ କୋରୋନା ଟିକା ନିର୍ମିତ ଉପରେ ପ୍ରତିକ୍ରିୟା ରଖି ବିଶେଷଜ୍ଞ କହିଛନ୍ତି ଯେତେବେଳେ ଏକ ପଶୁର ଆଣ୍ଟିବଡିରୁ କୌଣସି ଟିକା ପ୍ରସ୍ତୁତ ହୁଏ ଏହାକୁ ଭେକ୍ଟର ଭ୍ୟାକ୍ସିନ କୁହାଯାଏ। ହେଲେ କୋରୋନା ଟିକା କ୍ଷେତ୍ରରେ ଏପରି କିଛି ହୋଇନାହିଁ। ଇଣ୍ଡିଆନ୍ ବାୟୋଟେକ୍ ସହିତ କୋରୋନା ଭ୍ୟାକ୍ସିନ୍ ନିର୍ମାଣ ଉପରେ କାର୍ଯ୍ୟ କରୁଥିବା ଅନୁସନ୍ଧାନକାରୀ ତଥା ପରାମର୍ଶଦାତା ଡକ୍ଟର ଚନ୍ଦ୍ରଶେଖର ଗିଲୁରକର କହିଛନ୍ତି ଘୁଷୁରି ସହିତ  କୋରୋନା ଟିକାର କୌଣସି ସମ୍ପର୍କ ନାହିଁ।

Also Read:କୋରୋନା ଟିକା ସଂରକ୍ଷଣ ପାଇଁ ଭାରତରେ ନାହିଁ ଭିତ୍ତିଭୂମି!

ଦେଶରେ କରୋନା ଟିକା ପ୍ରୟୋଗ କରିବାକୁ କିଛି ସମୟ ଅଛି। ଏଭଳି ପରିସ୍ଥିତିରେ କୋଭିଡ୧୯ ଟିକାକୁ ନେଇ ଉଠୁଥିବା ଗୁଜବକୁ ରୋକିବା ପାଇଁ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି। କାରଣ ଯଦି ଏହା ଦ୍ୱାରା କୌଣସି ଧର୍ମ କିମ୍ବା ସମ୍ପ୍ରଦାୟ ଟିକା ନେବାକୁ ମନା କରେ ତାହେଲେ ମହାମାରୀକୁ ନିୟନ୍ତ୍ରଣ କରିବାକୁ ନିଆଯାଉଥିବା ପ୍ରୟାସ ଫଳପ୍ରଦ ହେବନାହିଁ।