ପୋଲିଓ ପରେ କୋରୋନା ଟିକା ଅନ୍ଧବିଶ୍ୱାସର ଶିକାର !
Advertisement
Article Detail0/zeeodisha/odisha805388

ପୋଲିଓ ପରେ କୋରୋନା ଟିକା ଅନ୍ଧବିଶ୍ୱାସର ଶିକାର !

ଯଦି କଟ୍ଟରପନ୍ଥୀ ନିଜ ଷଡଯନ୍ତ୍ରରେ ସଫଳ ହୁଅନ୍ତି, ତେବେ ବିଶ୍ୱବାସୀ କୋରୋନା କବଳରୁ ମୁକିଳିବା ବଦଳରେ ଅନ୍ଧବିଶ୍ୱାସର ଅନ୍ଧଗଳିରେ ହଜିଯିବେ।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ବୃଥା ହେବ କି ହଜାର ହଜାର ବୈଜ୍ଞାନିକଙ୍କ ପରିଶ୍ରମ? ପାଣିରେ ଯିବ କି କୋଟି କୋଟି ଟଙ୍କା? ଏଭିଳି କିଛି ଆଶଙ୍କା ପୋଲିଓ ପରେ କୋରୋନା ଟିକାରେ ଦେଖିବାକୁ ମିଳିଛି। କିଛି ଖଳ ପ୍ରଭୃତିର ଲୋକ କୋରୋନାକୁ ନେଇ ବିଭିନ୍ନ ଭ୍ରମାତ୍ମକ ମନ୍ତବ୍ୟ ଦେଉଛନ୍ତି। ଯାହାକୁ ନେଇ ଏବେ ଲୋକଙ୍କ ମନରେ ବି ସନ୍ଦେହ ସୃଷ୍ଟି ହେଲାଣି। ଯଦି ସେହି କଟ୍ଟରପନ୍ଥୀ ନିଜ ଷଡଯନ୍ତ୍ରରେ ସଫଳ ହୁଅନ୍ତି, ତେବେ ବିଶ୍ୱବାସୀ କୋରୋନା କବଳରୁ ମୁକିଳିବା ବଦଳରେ ଅନ୍ଧବିଶ୍ୱାସର ଅନ୍ଧଗଳିରେ ହଜିଯିବେ। 

ସାଧାରଣତଃ କୌଣସି ରୋଗର ଟିକା (vaccine) ପ୍ରସ୍ତୁତ ଓ ବ୍ୟବହାରିକ ଅନୁମତି ପାଇଁ ପ୍ରାୟ ୧୦ ବର୍ଷ ଲାଗିଥାଏ। ଭାରତରେ ପୋଲିଓ ଟିକା (polio vaccine) ପ୍ରସ୍ତୁତି ପାଇଁ ସର୍ବନିମ୍ନ ୪ ବର୍ଷ ସମୟ ଲାଗିଥିଲା। ଏହି ଟିକାକୁ ନେଇ ସେତେବେଳେ ବି ଏକ ଅପପ୍ରଚାର କରାଯାଇଥିଲା। ପୋଲିଓ ଟିକା ନେଲେ ନସ୍ପୁଂସକ ହେବାର ସମ୍ଭାବନା ଅଧିକ ବୋଲି କୁହାଯାଉଥିଲା। କିନ୍ତୁ ସେଭଳି କୌଣସି ପ୍ରମାଣ ମିଳିଲା ନାହିଁ ଏବଂ ଏହି ଭାରତୀୟ ଟିକାକୁ ଜାତିସଂଘ ପ୍ରଶଂସା କଲା।

Also Read: ବିଜ୍ଞାନ ଉପରେ ଭାରି ପଡିଲା କୋରୋନା

ମହାମାରୀ କୋରୋନା (corona virus) ର ପ୍ରକୋପରୁ ମାନବଜାତିକୁ ରକ୍ଷା କରିବା ପାଇଁ ବିଭିନ୍ନ ଦେଶର ବୈଜ୍ଞାନିକମାନେ ଅହରାତ୍ର କାମ କରି ବର୍ଷକରୁ କମ ସମୟ ମଧ୍ୟରେ କୋରୋନା ଟିକା ପ୍ରସ୍ତୁତ କରିଛନ୍ତି। ବ୍ରିଟେନ, ଆମେରିକା ଭଳି ଦେଶରେ ଏମର୍ଜେନ୍ସୀ ଟିକାକରଣ ଆରମ୍ଭ ହୋଇଯାଇଛି। କିଛି ଦେଶରେ ଟିକା ପ୍ରସ୍ତୁତକାରୀ କମ୍ପାନୀ ପକ୍ଷରୁ ଅନୁମତି ମଧ୍ୟ ମଗାଯାଇଛି। ଭାରତରେ ଖୁବଶୀଘ୍ର ଟିକାକରଣ (vaccination) ଆରମ୍ଭ ହେବ ବୋଲି ଆଶା କରାଯାଉଛି।

ତେବେ କୋରୋନା ଟିକାର ସଫଳତାରେ ବାଧକ ସାଜିଛି ତିନିଟି ଅନ୍ଧବିଶ୍ୱାସ- ମାଇକ୍ରୋଚିପ୍, mRNA ଓ ଶିଶୁର ନାଭି ନାଡି DNA।

Also Read: କିଏ କିଣୁଛି ସମସ୍ତ କୋରୋନା ଟିକା, ଜାଣନ୍ତୁ କ'ଣ ରହିଛି ଭାରତର ସ୍ଥିତି?

କୋରୋନା ଟିକାରେ ଲାଗିଛି ମାଇକ୍ରୋଚିପ୍:-

ଭାରତର ୨୦୦୦ ଟଙ୍କିଆ ନୋଟ ପରି କୋରୋନା ଟିକାରେ ବି ମାଇକ୍ରୋଚିପ (Microchip) ଲାଗିଥିବା ଦାବି ହେଉଛି। ଗତ ମାର୍ଚ୍ଚ ମାସରେ ବିଲ ଗେଟ୍ସ (Bill Gates) ଏକ ସାକ୍ଷାତାକାରରେ କୋରୋନା ରୋଗୀଙ୍କର ଟ୍ରାକିଂ କଥା କହିଥିଲେ। ଯାହାକୁ ନେଇ ସୋସିଆଲ ମିଡିଆରେ ଅପପ୍ରଚାର ହେଲା। ବିଲ ଗେଟ୍ସଙ୍କ ମାଇକ୍ରୋସଫ୍ଟ କମ୍ପାନୀ କୋରୋନା ଟିକାରେ ମାଇକ୍ରୋଚିପ ଲଗାଇ ଥିବା କୁହାଗଲା। କିଛି ଗଣମାଧ୍ୟମ ସଂସ୍ଥା ତାହାକୁ ନିଜ ହେଡଲାଇନ କରି ଚଳାଇଲେ। ଆମେରିକାର ପ୍ରାୟ ୨୪ ପ୍ରତିଶତ ଲୋକ ଏବଂ ୪୪ ପ୍ରିତିଶତ ଟ୍ରମ୍ପ ସମର୍ଥକ ଏହି ରିପୋର୍ଟ ସତ ବୋଲି ଭାବିଲେ। କିନ୍ତୁ ପରବର୍ତ୍ତି ସମୟରେ ଖୋଦ ବିଲ ଗେଟ୍ସ ଏହି ଟିକାରେ ମାଇକ୍ରୋଚିପ ଲାଗିଥିବା ଅଭିଯୋଗକୁ ଖଣ୍ଡନ କଲେ।

ବଦଳି ଯିବ DNA:-

କୋରୋନା ଟିକାକୁ ନେଇ ଆଉ ଏକ ଭ୍ରମ ସୋସିଆଲ ମିଡିଆ (Social Media) ରେ ଛଡ ସୃଷ୍ଟି କରିଥିଲା। କିଛି ଲୋକ ଦାବି କରିଥିଲେ ଯେ, Pfizer/BioNTech ଭଳି ଟିକାରେ DNA ପରିବର୍ତ୍ତନକାରୀ ତତ୍ତ୍ୱ ବା messenger RNAକୁ ବ୍ୟବହାର କରାଯାଉଛି। ଯାହା ମଣିଷ ଶରୀରରେ ଗଲା ମାତ୍ରେ DNAର ପରିବର୍ତ୍ତନ ହେବ ଓ ମାନବ ତାର ଅସ୍ତିତ୍ୱ ହରାଇ ବ୍ରିଟେନର ଗୋଲାମ ହେବ। କିନ୍ତୁ ଏଥିରେ କୌଣସି ସତ୍ୟତା ନଥିବା ବୈଜ୍ଞାନିକମାନେ ଦୃଢତାର ସହ କହିଛନ୍ତି।

Also Read: ଭାରତକୁ ବିଳମ୍ବରେ ଆସିବ ବିଦେଶୀ କୋରୋନା ଟିକା

 

ଟିକାରେ ବ୍ୟବହାର ହେଉଛି ନବଜାତ ଶିଶୁର ଟିସୁ:-

ଲୋକଙ୍କ ମନରେ ଦ୍ୱନ୍ଦ ସୃ୍ଷ୍ଟି କରିବା ପାଇଁ ଏକ ନିର୍ଦ୍ଧିଷ୍ଟ ସମୁଦାୟ ଏକ ନୂଆ ଷଡଯନ୍ତ୍ର ରଚନା କରିଥିଲେ। ସେମାନେ ଫେସବୁକରେ ୧୯୬୦ ମସିହାର ଏକ ଟେକନିକ ଭିଡିଓ ସେୟାର କରି ତାହାକୁ  AstraZeneca କୋରୋନା ଟିକା ବୋଲି ଦାବି କଲେ। କେବଳ ଏତିକି ନୁହେଁ ସେହି ଟିକା ତିଆରିରେ ମୃତ ନବଜାତକ ଶିଶୁର ନାଭି ନାଡିର ଟିସୁ ବ୍ୟବହାର କରାଯାଉଛି ବୋଲି ଅପପ୍ରଚାର ମଧ୍ୟ କଲେ। କିନ୍ତୁ ଶେଷରେ ସାଉଥ୍ହମ୍ପଟନ ବିଶ୍ୱବିଦ୍ୟାଳୟର ଡାକ୍ତର ମାଇକେଲ ହେଡ ଫେସବୁକର ଭିଡିଓକୁ ମିଥ୍ୟା ବୋଲି କହିବା ସହ ଟିକା ନିର୍ମାଣରେ କୌଣସି ମାନବ ଶରୀରର ଟିସୁ ବ୍ୟବହାର ହେଉ ନାହିଁ ବୋଲି ସ୍ପଷ୍ଟ କଲେ।

ସେପଟେ କୋରୋନା ଟିକା ନିର୍ମାଣ ହେଉଥିବା କ୍ୟାମିକାଲକୁ ନେଇ ସାଧାରଣ ଜନତାଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ଟିକାରେ କେଉଁ କେଉଁ ତତ୍ତ୍ୱ ବ୍ୟବହାର ହେଉଛି ସେ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କମ୍ପାନୀ ସୂଚନା ଦେଇନାହାନ୍ତି। ସେପଟେ ରୋଗ ଏକକୁ ଟିକାକରଣ ପ୍ରକ୍ରିୟା ଅନେକ। ଗୋଟିଏ କମ୍ପାନୀ ସ୍ୱଳ୍ପ ଅବଧି ଭିତରେ ଦୁଇଥର ଟିକାକରଣ କରୁଥିବା ବେଳେ ଅନ୍ୟ କମ୍ପାନୀ ଅଧିକ ସମୟ ନେଉଛି। ଏଭଳି ସ୍ଥଳରେ ଟିକାର ପ୍ରଭାବ ଉପରେ ପ୍ରଶ୍ନ ଉଠିବା ସ୍ୱଭାବିକ।