ଗୁଡ୍ ନ୍ୟୁଜ୍! ପୁଣି ଶସ୍ତା ହେବ ଖାଇବା ତେଲ, ସରକାରଙ୍କ ନିର୍ଦ୍ଦେଶ ପରେ ସୋରିଷ ସମେତ ସମସ୍ତ ତେଲ ଦରରେ ହେବ ବଡ଼ ଧରଣ ହ୍ରାସ
Advertisement
Article Detail0/zeeodisha/odisha1247598

ଗୁଡ୍ ନ୍ୟୁଜ୍! ପୁଣି ଶସ୍ତା ହେବ ଖାଇବା ତେଲ, ସରକାରଙ୍କ ନିର୍ଦ୍ଦେଶ ପରେ ସୋରିଷ ସମେତ ସମସ୍ତ ତେଲ ଦରରେ ହେବ ବଡ଼ ଧରଣ ହ୍ରାସ

Edible Oil Price: ବୈଶ୍ୱିକ ମୂଲ୍ୟରେ ପରବର୍ତ୍ତୀ ହ୍ରାସକୁ ଦୃଷ୍ଟିରେ ରଖି ଖାଦ୍ୟ ସଚିବ ସୁଦର୍ଶନ ପାଣ୍ଡେ ସମସ୍ତ ଖାଇବା ତୈଳ ଆସୋସିଏସନ୍ ଓ ପ୍ରମୁଖ ଉତ୍ପାଦକଙ୍କ ଏକ ବୈଠକ ଡକାଇ ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି । ଏମଆରପି ହ୍ରାସ କରି ଗ୍ରାହକଙ୍କୁ ବୈଶ୍ୱିକ  ଦରର ଲାଭ ପ୍ରଦାନ କରିବା କଥା କହିଛନ୍ତି ।

ଗୁଡ୍ ନ୍ୟୁଜ୍! ପୁଣି ଶସ୍ତା ହେବ ଖାଇବା ତେଲ, ସରକାରଙ୍କ ନିର୍ଦ୍ଦେଶ ପରେ ସୋରିଷ  ସମେତ ସମସ୍ତ ତେଲ ଦରରେ ହେବ ବଡ଼ ଧରଣ ହ୍ରାସ

ନୂଆଦିଲ୍ଲୀ: Edible Oil Price: ବଢୁଥିବା ମୁଦ୍ରାସ୍ଫୀତି ମଧ୍ୟରେ ସାଧାରଣ ଜନତାଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ରହିଛି । ଖାଇବା ତେଲର ମୂଲ୍ୟ  (Edible Oil Price) ହ୍ରାସ କରିବାକୁ ସରକାର କମ୍ପାନୀଗୁଡ଼ିକ ସହ ବୈଠକ କରିଛନ୍ତି । ଏହି ବୈଠକରେ ଖାଇବା ତେଲର ମୂଲ୍ୟ ହ୍ରାସ କରିବାକୁ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ଖାଇବା ତେଲର ମୂଲ୍ୟରେ ହ୍ରାସ ଘଟିପାରେ । ଗତ ମାସରେ ମଧ୍ୟ କେତେକ ତୈଳ କମ୍ପାନୀ ସୋରିଷ ତେଲ  (Mustard oil Price) ଓ ସୂର୍ଯ୍ୟମୁଖୀ ତେଲର ମୂଲ୍ୟ ହ୍ରାସ କରିବାକୁ ଘୋଷଣା କରିଥିଲେ । ତେବେ ଏପର୍ଯ୍ୟନ୍ତ ହ୍ରାସ ହୋଇଥିବା ମୂଲ୍ୟର ପ୍ରଭାବ ଖୁଚୁରା ମୂଲ୍ୟରେ ଦୃଶ୍ୟମାନ ହେଉନାହିଁ । 

 ବୈଶ୍ୱିକ ସ୍ତରରେ ମୂଲ୍ୟରେ ଭାରି ହ୍ରାସ ମଧ୍ୟରେ ଆମଦାନୀ ହେଉଥିବା ଖାଇବା ତେଲର ସର୍ବାଧିକ ଖୁଚୁରା ମୂଲ୍ୟକୁ ଏକ ସପ୍ତାହ ମଧ୍ୟରେ ଲିଟର ପିଛା ୧୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ କମ୍ପାନୀମାନଙ୍କୁ କୁହାଯାଇଛି ଯେ ଗୋଟିଏ ବ୍ରାଣ୍ଡର ତେଲର ମୂଲ୍ୟ ସମଗ୍ର ଦେଶରେ ସମାନ ହେବା ଆବଶ୍ୟକ ।

ଭାରତ ନିଜର ଖାଇବା ତେଲ ଆବଶ୍ୟକତାର ୬୦ ପ୍ରତିଶତରୁ ଅଧିକ ଆମଦାନୀ କରିଥାଏ । ଏଭଳି ପରିସ୍ଥିତିରେ ବୈଶ୍ୱିକ ବଜାରର ଅନୁରୂପ କିଛି ମାସରେ ଖୁଦୁରା ମୂଲ୍ୟରେ ଚାପରେ ଆସିଛି । ଏହାର କାରଣ ହେଉଛି ବୈଶ୍ୱିକ ବଜାରରେ ଖାଇବା ତେଲର ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଛି । ଖାଇବା ତୈଳ ନିର୍ମାତାମାନେ ଗତ ମାସରେ ଲିଟର ପିଛା ୧୦-୧୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଥିଲେ ଓ ଏହାପୂର୍ବରୁ ବୈଶ୍ୱିକ ବଜାରରୁ ସଙ୍କେତ ନେଇ ଏମଆରପି ହ୍ରାସ କରିଥିଲେ ।

ବୈଶ୍ୱିକ ମୂଲ୍ୟରେ ପରବର୍ତ୍ତୀ ହ୍ରାସକୁ ଦୃଷ୍ଟିରେ ରଖି ଖାଦ୍ୟ ସଚିବ ସୁଦର୍ଶନ ପାଣ୍ଡେ ସମସ୍ତ ଖାଇବା ତୈଳ ଆସୋସିଏସନ୍ ଓ ପ୍ରମୁଖ ଉତ୍ପାଦକଙ୍କ ଏକ ବୈଠକ ଡକାଇ ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି । ଏମଆରପି ହ୍ରାସ କରି ଗ୍ରାହକଙ୍କୁ ବୈଶ୍ୱିକ  ଦରର ଲାଭ ପ୍ରଦାନ କରିବା କଥା କହିଛନ୍ତି ।

ଏହା ବି ପଢ଼ନ୍ତୁ:-ରେଲୱେ ବାତିଲ କଲା ୧୪୮ ଟ୍ରେନ୍, ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ଲିଷ୍ଟ୍

ଏହା ବି ପଢ଼ନ୍ତୁ:-ରାଜ ଠାକରେଙ୍କ ସହ ସାକ୍ଷାତ କଲେ ଶିବସେନାର ବିଦ୍ରୋହୀ ବିଧାୟକ, ଜାଣନ୍ତୁ କ'ଣ କହିଲେ

ଏହା ବି ପଢ଼ନ୍ତୁ:-ଶରଦ ପାୱାର ଓ ଏକନାଥଙ୍କ ମଧ୍ୟରେ ହୋଇଥିଲା ସାକ୍ଷାତ? ଜାଣନ୍ତୁ କ'ଣ କହିଲେ ମୁଖ୍ୟମନ୍ତ୍ରୀ ସିନ୍ଦେ

 

ବୈଠକ ପରେ ପାଣ୍ଡେ କହିଛନ୍ତି ଯେ, ଆମେ ଏକ ବିସ୍ତୃତ ଉପସ୍ଥାପନା କରିଛୁ ଓ ସେମାନଙ୍କୁ କହିଛୁ ଯେ ଗତ ଏକ ସପ୍ତାହ ମଧ୍ୟରେ ବୈଶ୍ୱିକ ମୂଲ୍ୟର ୧୦ ପ୍ରତିଶତ ହ୍ରାସ ପାଇଛି । ଏହାର ଲାଭ ଗ୍ରାହକଙ୍କୁ ଦିଆଯିବା ଉଚିତ୍ । ଆମେ ସେମାନଙ୍କୁ ଏମଆରପି ହ୍ରାସ କରିବାକୁ କହିଛୁ ।

ସେ କହିଛନ୍ତି ଯେ, ପ୍ରମୁଖ ଖାଇବା ତୈଳ ଉତ୍ପାଦନକାରୀମାନେ ଆସନ୍ତା ସପ୍ତାହ ସୁଦ୍ଧା ପାମ୍ ତେଲ, ସୋୟାବିନ୍ ଏବଂ ସୂର୍ଯ୍ୟମୁଖୀ ତେଲ ପରି ଆମଦାନୀ ହେଉଥିବା ଖାଇବା ତେଲ ଉପରେ ଏମଆରପିର ୧୦ ଟଙ୍କା ପ୍ରତି ଲିଟିର ହ୍ରାସ କରିବାକୁ ପ୍ରତିଶୃତି ଦେଇଛନ୍ତି । ଥରେ ଏହି ଖାଇବା ତେଲର ମୂଲ୍ୟ ହ୍ରାସ ପାଇବା ପରେ ଅନ୍ୟ ତେଲର ମୂଲ୍ୟ ମଧ୍ୟ ହ୍ରାସ ପାଇବ । ଏହା ବ୍ୟତୀତ ଖାଦ୍ୟ ସଚିବ ଉତ୍ପାଦକମାନଙ୍କୁ ଦେଶରେ ସମାନ ବ୍ରାଣ୍ଡର ରାନ୍ଧିବା ତେଲ ପାଇଁ ଗୋଟିଏ ଏମଆରପି ରଖିବାକୁ କହିଛନ୍ତି । ବର୍ତ୍ତମାନ, ବିଭିନ୍ନ ଅଞ୍ଚଳରେ ଏମଆରପିରେ ଲିଟର ପିଛା ୩-୫ ଟଙ୍କାର ପାର୍ଥ୍ୟକ ରହିଛି ।