ଚାଞ୍ଚଲ୍ୟକର ଖୁଲାସା; ନିଜ ଭାଇ ଏବଂ ଭଉଣୀଙ୍କୁ ପ୍ରତି ମାସରେ ୧୦ ଲକ୍ଷ ଟଙ୍କା ପଠାନ୍ତି ଦାଉଦ
Advertisement

ଚାଞ୍ଚଲ୍ୟକର ଖୁଲାସା; ନିଜ ଭାଇ ଏବଂ ଭଉଣୀଙ୍କୁ ପ୍ରତି ମାସରେ ୧୦ ଲକ୍ଷ ଟଙ୍କା ପଠାନ୍ତି ଦାଉଦ

Nawab Malik Case: ଇଡି ଅଭିଯୋଗ କରିଛି ଯେ ହାସିନାଙ୍କ ସହ ପଟେଲ ମଧ୍ୟ ମୁମ୍ବାଇର କୁର୍ଲାସ୍ଥିତ ଗୋଆୱାଲା ପରିସରକୁ ବେଆଇନ ଭାବେ ଜବତ କରିଛନ୍ତି, ଯାହା ପରେ ସେମାନେ ମଲିକ ପରିବାରକୁ ବିକ୍ରି କରିଥିଲେ ।

ସାଙ୍କେତିକ ଫଟୋ

ନୂଆଦିଲ୍ଲୀ: ବରିଷ୍ଠ ଜାତୀୟତାବାଦୀ କଂଗ୍ରେସ ପାର୍ଟି (NCP) ନେତା ନବାବ ମଲିକ (Nawab Malik) ଅର୍ଥ ହେରଫେର ମାମଲାର ତଦନ୍ତର ଜାରି ରହିଛି । ଏହି ମାମଲାର ଯାଞ୍ଚ ବେଳେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମଙ୍କ (Dawood Ibrahim) ବିଷୟରେ ଅନେକ ଚାଞ୍ଚଲ୍ୟକର ଖୁଲାସା ମଧ୍ୟ କରାଯାଇଛି । ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ପଚରାଉଚରା ବେଳେ ଜଣେ ସାକ୍ଷୀ ଖୁଲାସା କରିଛନ୍ତି ଯେ ଦାଉଦ ପ୍ରତି ମାସରେ ନିଜ ଭାଇଭଉଣୀଙ୍କୁ ୧୦ ଲକ୍ଷ ଟଙ୍କା ପଠାନ୍ତି ।

ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ଖାଲିଦ ଉସମାନ ଶେଖ ଇଡିଙ୍କୁ କହିଛନ୍ତି, 'ଇକବାଲ କାସକର ମୋତେ କହିଥିଲେ ଯେ ଦାଉଦ ନିଜ ଲୋକଙ୍କ ମାଧ୍ୟମରେ ଟଙ୍କା ପଠାଉଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ ସେ ମଧ୍ୟ ପ୍ରତି ମାସରେ ୧୦ ଲକ୍ଷ ଟଙ୍କା ମିଳିବ । କିଛି ଥର ସେ ମୋତେ ବିପୁଳ ନଗଦ ଦେଖାଇ କହିଥିଲେ ଯେ ସେ ଦାଉଦ ଭାଇଙ୍କଠାରୁ ଟଙ୍କା ପାଇଛନ୍ତି ।'

ଖାଲିଦଙ୍କ ଭାଇ କାସକରଙ୍କ ପିଲାଦିନର ବନ୍ଧୁ ଥିଲେ ଏବଂ ସେ ଦାଉଦର ଭଉଣୀ ହସିନା ପାରକର ଡ୍ରାଇଭର ଓ ବଡିଗାର୍ଡ ସଲିମ ପଟେଲଙ୍କୁ ଜାଣିଥିଲେ । ଗ୍ୟାଙ୍ଗ ୱାରରେ ଖାଲିଦଙ୍କ ଭାଇଙ୍କର ମୃତ୍ୟୁ ହୋଇଥିଲା । ଖାଲିଦ ଇଡିଙ୍କୁ କହିଛନ୍ତି ଯେ ପଟେଲ ତାଙ୍କୁ ଥରେ କହିଥଲେ ଯେ ସେ ହସିନାଙ୍କ ସହ ଦାଉଦଙ୍କ ନାମରେ ଟଙ୍କା ବସୁଲି କରୁଛନ୍ତି ।

ଇଡି ଅଭିଯୋଗ କରିଛି ଯେ ହାସିନାଙ୍କ ସହ ପଟେଲ ମଧ୍ୟ ମୁମ୍ବାଇର କୁର୍ଲାସ୍ଥିତ ଗୋଆୱାଲା ପରିସରକୁ ବେଆଇନ ଭାବେ ଜବତ କରିଛନ୍ତି, ଯାହା ପରେ ସେମାନେ ମଲିକ ପରିବାରକୁ ବିକ୍ରି କରିଥିଲେ ।

ରିପୋର୍ଟ ଅନୁଯାୟୀ, କାସକର ଏବଂ ହସିନାଙ୍କ ପୁଅ ଆଲିଶାଙ୍କ ସମେତ ଅନେକ ସାକ୍ଷୀ କହିଛନ୍ତି ଯେ ଦାଉଦ ପାକିସ୍ତାନରେ ଅଛନ୍ତି । କାସକର କହିଥିଲେ, 'ତାଙ୍କ ପତ୍ନୀଙ୍କ ନାମ ମେହଜାବିନ । ତାଙ୍କର ପାଞ୍ଚଟି ସନ୍ତାନ ଅଛନ୍ତି । ଗୋଟିଏ ପୁଅର ନାମ ମୋଇନ୍ । ତାଙ୍କର ସମସ୍ତ ଝିଅ ବିବାହିତ । ତାଙ୍କ ପୁଅ ମଧ୍ୟ ବିବାହିତ । କାସକର ଏହା ମଧ୍ୟ କହିଥିଲେ ଯେ ୧୯୯୩ ବମ୍ବେ ବିସ୍ଫୋରଣରେ ଅଭିଯୁକ୍ତ ଆନିସ୍ ମଧ୍ୟ ପାକିସ୍ତାନରେ ରହୁଛନ୍ତି ।

ଅଲିସାହ ଇଡିଙ୍କୁ କହିଥିଲେ, ମୁଁ ଉତ୍ସ ଏବଂ ପରିବାର ସଦସ୍ୟଙ୍କଠାରୁ ଶୁଣିଛି ଯେ ଦାଉଦ କରାଚିରେ ଅଛନ୍ତି ... ଇଦ୍, ଦିୱାଲୀ ଏବଂ ଅନ୍ୟାନ୍ୟ ପର୍ବପର୍ବାଣୀରେ ମେହଜାବିନ ... ମୋ ପତ୍ନୀ ଏବଂ ମୋ ଭଉଣୀମାନଙ୍କ ସହ ଯୋଗାଯୋଗ କରୁଥିଲେ ।

ଏହା ବି ପଢ଼ନ୍ତୁ: ମଣ୍ଡପରେ ଖସିପଡ଼ିଲା ବରର ୱିଗ୍; ଚନ୍ଦା ସ୍ୱାମୀଙ୍କୁ ଦେଖି ରାଗିଗଲେ କନିଆଁ, ଆଉ ତା'ପରେ ...