କୋରୋନା ମୁକାବିଲା: ତାମିଲନାଡୁରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବଢିଲା ଲକ ଡାଉନ
Advertisement
Article Detail0/zeeodisha/odisha720546

କୋରୋନା ମୁକାବିଲା: ତାମିଲନାଡୁରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବଢିଲା ଲକ ଡାଉନ

କୋରୋନା ମୁକବିଲା ଲାଗି ରାଜ୍ୟରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନକୁ ସମ୍ପ୍ରସାରଣ କରିଛନ୍ତି ତାମିଲନାଡୁ ସରକାର । 

କୋରୋନା ମୁକାବିଲା: ତାମିଲନାଡୁରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବଢିଲା ଲକ ଡାଉନ

ଚେନ୍ନାଇ: ବିଶ୍ୱ ମହାମାରୀ କୋରନାର ମୁକାବିଲା ଲାଗି ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକ ଡାଉନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି ତାମିଲନାଡୁ ସରକାର । ହେଲେ ଆଗକୁ ଲାଗୁ ହେବାକୁ ଥିବା ଲକ ଡାଉନରେ ଲୋକଙ୍କୁ କେତେକ କ୍ଷେତ୍ରରେ ଆଶ୍ୱସ୍ତି ପ୍ରଦାନ କରାଯିବ। ହେଲେ ଆସନ୍ତା ମାସର ପ୍ରତି ରବିବାରରେ ସମ୍ପୂର୍ଣ୍ଣ ଭାବେ ଲକ ଡାଉନ କାର୍ଯ୍ୟକାରୀ କରାଯିବ।     

ଅର୍ଥାତ ସପ୍ତାହର ଶେଷ ଦିନରେ ଲୋକଙ୍କୁ ସରକାରଙ୍କ ପକ୍ଷରୁ କୌଣସି ପ୍ରକାରର ଆଶ୍ୱସ୍ତି ପ୍ରଦାନ କରାଯିବ ନାହିଁ। ଦେଶର ସର୍ବାଧିକ କୋରୋନା ଆକ୍ରାନ୍ତ ରାଜ୍ୟଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ଦାକ୍ଷିଣାତ୍ୟ ରାଜ୍ୟ ତାମିଲନାଡୁ । ଏଠାରେ ମୋଟ ୨,୩୩,୫୧୯ କୋଭିଡ୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ମାମଲା ମଧ୍ୟରୁ ବର୍ତ୍ତମାନ ୫୭୪୯୦ ମାମଲା ସକ୍ରିୟ ରହିଥିବା ବେଳେ, ୧୭୨୮୮୩ କୋରୋନା ସଂକ୍ରମିତ ଚିକିତ୍ସିତ ହେବା ପରେ ଆରୋଗ୍ୟ ଲାଭ କରିଛନ୍ତି। ରାଜ୍ୟରେ ୩୭୪୧ କୋରାନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।    

ତାମିଲନାଡୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ବୁଲେଟିନରେ କୁହାଯାଇଛି ବୁଧବାର ପର୍ଯ୍ୟନ୍ତ ରାଜ୍ୟରେ ୨୫ଲକ୍ଷ ୩୬ ହଜାର ୬୬୦ କୋରନା ପରୀକ୍ଷା କରାଯାଇଛି। ରାଜ୍ୟରେ ଲକ ଡାଉନ ବଢାଇବାକୁ ନେଇ ଗୁରୁବାର (ଜୁଲାଇ ୩୦, ୨୦୨୦) ଘୋଷଣା କରିଥିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ.କେ ପାଲାନିସାମୀ(Edappadi K Palaniswami)। 

ଦୁଇ ଦିନ ଧରି ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ସହ କୋରୋନା ପ୍ରସଙ୍ଗରେ ସମୀକ୍ଷା ବୈଠକ କରିବା ପରେ ଲକଡାଉନ ସମ୍ପ୍ରସାରଣ କରିବାକୁ ଏପରି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ରାଜ୍ୟରେ କୋରୋନା ଜନିତ ମୁତ୍ୟୁହାର ୧.୬ ପ୍ରତିଶତ ରହିଥିବା ବେଳେ, ଆରୋଗ୍ୟ ହାର ୭୩% ପ୍ରତିଶତ ରହିଛି।